Monkey: କିମାଶ୍ଚର୍ଯ୍ୟମ୍: ନୂଆ ମାଙ୍କଡ଼ ପ୍ରଜାତି
"ମଣିଷର ସମସ୍ତ ନିକଟ ସମ୍ପର୍କୀୟ ମାଙ୍କଡ଼ ପ୍ରଜାତିମାନଙ୍କୁ ବୈଜ୍ଞାନିକମାନେ ଭଲଭାବେ ଅଧ୍ୟୟନ କରିସାରିଛନ୍ତି ବୋଲି ବିଶ୍ବାସ କରାଯାଏ।
ତେଣୁ ଏକବିଂଶ ଶତାବ୍ଦୀରେ ନୂଆ ମାଙ୍କଡ଼ ପ୍ରଜାତିର ସନ୍ଧାନ ପାଇବା ଏକ ବିରଳ ଘଟଣା।
କିନ୍ତୁ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଘଞ୍ଚ ଜଙ୍ଗଲ ବୈଜ୍ଞାନିକମାନଙ୍କୁ ଚକିତ କରିଦେଇଛି।
ଏହି ଦେଶର ଲୋମାମି ଜାତୀୟ ଉଦ୍ୟାନରେ ଏକ ଦଶନ୍ଧିରୁ ଅଧିକ କାଳ ଅନୁସନ୍ଧାନ କରିବା ପରେ ସେମାନେ ଏକ ନୂଆ ମାଙ୍କଡ଼ ପ୍ରଜାତିର ଉପସ୍ଥିତିକୁ ପ୍ରମାଣ କରିଛନ୍ତି।
ଏହି ମାଙ୍କଡ଼ର ଶରୀର ଆକାର ଛୋଟ ଓ ରଙ୍ଗ କଳା।
ଗୋଲାପି ରଙ୍ଗର ଓଠ ଓ ନାକ ହେଉଛି ଏହାର ସ୍ବତନ୍ତ୍ର ପରିଚୟ।Advertisment Cricket: କାଉଣ୍ଟି ଖେଳିବେ କୁଳଦୀପ ଯାଦବ ଏହାର ବୈଜ୍ଞାନିକ ନାମ "କଲୋବସ୍ କଙ୍ଗୋଏନ୍ସିସ୍"।
ସ୍ଥାନୀୟ ଭାଷା ଅନୁସାରେ ଏହାର ସାଧାରଣ ନାମ "ଲିକ୍ୱେଲି" ରଖିବା ପାଇଁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।
୨୦୦୮ ମସିହାରେ ଏହି ମାଙ୍କଡ଼ ସମ୍ପର୍କରେ ପ୍ରଥମ ସୂଚନା ମିଳିଥିଲା ଯେତେବେଳେ କିଛି ଗବେଷକ ଏକ ରହସ୍ୟମୟ ମାଙ୍କଡ଼ ଶରୀରର ଆଂଶିକ ଫଟୋ ଉଠାଇଥିଲେ।
ଏହା ପରେ ୨୦୧୮ରେ ପୁଣି ଦଳେ ଗବେଷକ ଏହାକୁ ପୁଣି ଥରେ ଠାବ କରିଥିଲେ।
ବ୍ୟାପକ ଅନୁୁସନ୍ଧାନ ଓ ଅଧ୍ୟୟନ ପରେ ଏହା ଏକ ନୂଆ ପ୍ରଜାତିର ମାଙ୍କଡ଼ ବୋଲି ପ୍ରମାଣିତ ହୋଇଛି।
ଏହି ମାଙ୍କଡ଼ମାନେ ଲୋମାମି ଜାତୀୟ ଉଦ୍ୟାନର ୧୭୦୦ ବର୍ଗକିଲୋମିଟର୍ କ୍ଷେତ୍ରଫଳ ବିଶିଷ୍ଟ ସୀମିତ ଅଞ୍ଚଳରେ ବସବାସ କରନ୍ତି।
ତେଣୁ ଏହି ପ୍ରଜାତିକୁ ଅତ୍ୟନ୍ତ ବିଲୁପ୍ତପ୍ରାୟ ବୋଲି ବିଚାର କରାଯାଉଛି।
ଏହାର ସୁରକ୍ଷା ପାଇଁ ଏହାକୁ "ଆଇୟୁସିଏନ୍"ର ଲାଲ୍ ତାଲିକାଭୁକ୍ତ କରିବା ପାଇଁ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।
Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।