Bank Loan Dispute Leaves Family Homeless: କରିନାହାନ୍ତି ବ୍ୟାଙ୍କ ଲୋନ୍, ଘର ଭାଙ୍ଗିଦେଲା ପ୍ରଶାସନ
ସମ୍ବଲପୁର ଜିଲ୍ଲାରେ ଅଭାବନୀୟ ଘଟଣା। କରିନାହାନ୍ତି ବ୍ୟାଙ୍କ ଲୋନ୍, ଘର ଭାଙ୍ଗିଦେଲା ପ୍ରଶାସନ। ଋଣ ଖିଲାପ ଅଭିଯୋଗରେ ଘର ସିଲ୍ କଲା ପ୍ରସାଶନ। ଫଳରେ ଗୋଟିଏ କୋଠରୀରେ ଦିନ କାଟୁଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ପରିବାର। ଆଜକୁ ପ୍ରାୟ ୨୦ ଦିନ ହେଲା ଅସହାୟ ପରିବାର।
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୌତମପାଲି ଗାଁର ଧନଞ୍ଜୟ ପ୍ରଧାନ ନାମକ ଜଣେ ବୟସ୍କ ଦିବ୍ୟାଙ୍ଗ, ବ୍ୟାଙ୍କ ଲୋନ୍ କରି ନ ଥିବା ସତ୍ତ୍ବେ ଜୁଲୁମର ଶିକାର ହୋଇଛନ୍ତି। ଗତ ୫ ତାରିଖ ଦିନ ଜମନକିରା ତହସିଲଦାର ଓ ଏକ ଘରୋଇ ବ୍ୟାଙ୍କଙ୍କ ଉପସ୍ଥିତିରେ ତାଙ୍କ ଘରକୁ ସିଲ୍ କରି ଗୋଟିଏ ମାତ୍ର ଛୋଟ ରୁମ ରହିବା ପାଇଁ ଛାଡ଼ି ଦେଇଛନ୍ତି।