Mohan Bhagawat: ଆଦେଶ ନୁହେଁ, ଆଲୋଚନା: ଯୁବପିଢ଼ିଙ୍କ ଉପରେ ମୋହନ ଭାଗବତଙ୍କ ମନ୍ତବ୍ୟ

Jul 25, 2026 - 20:00
Mohan Bhagawat: ଆଦେଶ ନୁହେଁ, ଆଲୋଚନା: ଯୁବପିଢ଼ିଙ୍କ ଉପରେ ମୋହନ ଭାଗବତଙ୍କ ମନ୍ତବ୍ୟ

"ନାଗପୁର: ଦେଶରେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବାବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସରସଂଘଚାଳକ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ଯୁବପିଢ଼ିଙ୍କୁ ଆଦେଶ ଦେଇ ନୁହେଁ, ବରଂ ଆଲୋଚନା ଓ ସ୍ନେହ ମାଧ୍ୟମରେ ବୁଝାଇବା ଦରକାର ବୋଲି ସେ କହିଛନ୍ତି।

ଆଜିର ଯୁବପିଢ଼ି ଭୁଲ୍‌ ପଥରେ ନାହାନ୍ତି କିମ୍ବା ଦିଗହରା ହୋଇନାହାନ୍ତି।

ସେମାନେ ପ୍ରତ୍ୟେକ କଥାର କାରଣ ଜାଣିବାକୁ ଚାହାନ୍ତି ଏବଂ ସେମାନଙ୍କ ସହ ଯୁକ୍ତିସଙ୍ଗତ ଆଲୋଚନା କରିବା ଆବଶ୍ୟକ ବୋଲି ଭାଗବତ କହିଛନ୍ତି।Advertisment ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଆଜିର ପିଢ଼ି ଅନ୍ଧ ଭାବେ କୌଣସି କଥା ଗ୍ରହଣ କରୁନାହାନ୍ତି।

କେବଳ "ଏହା କର" ବୋଲି କହିଦେଲେ ସେମାନେ ତାହା ମାନିବେ ନାହିଁ।

କୌଣସି କାର୍ଯ୍ୟ କାହିଁକି କରିବା ଦରକାର, ତାହାର ଯଥାର୍ଥ କାରଣ ବୁଝାଇବାକୁ ପଡ଼ିବ।

ଯୁବପିଢ଼ିଙ୍କ ସହ ସମ୍ପର୍କ ଗଢ଼ିବା ପାଇଁ ସ୍ନେହ, ବିଶ୍ୱାସ ଓ ସଂଳାପ ହିଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ ମତ ଦେଇଥିଲେ।

ଆହୁରି ପଢନ୍ତୁ: Oil: ତେଲ, ଗ୍ୟାସ୍‌ ପାଇଁ ମହାନଦୀ ଅବବାହିକାରେ କୂପ ଖନନ ମୋହନ ଭାଗବତଙ୍କ ଏହି ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେତେବେଳେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ଅନିୟମିତତାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଚାଲିଛି।

ଏହି ଆନ୍ଦୋଳନର ଚାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ଭାଗବତ ନିଜ ଭାଷଣରେ କୌଣସି ରାଜନୈତିକ ଦଳ କିମ୍ବା ଆନ୍ଦୋଳନର ନାମ ଉଲ୍ଲେଖ କରିନଥିଲେ।

ସେ କେବଳ ଯୁବପିଢ଼ିଙ୍କ ମାନସିକତା ବୁଝି ସେମାନଙ୍କ ସହ ସକାରାତ୍ମକ ସଂଳାପର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।