Maharastra: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
"ମୁମ୍ବାଇ: ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି)-୨୦୨୬ ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି।
ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର କୁମାର ଗୁପ୍ତାଙ୍କୁ ଶନିବାର ସକାଳେ ବିହାରରୁ ଗିରଫ କରାଯାଇଛି।
ମହାରାଷ୍ଟ୍ରର ଭିୱାଣ୍ଡି ପୁଲିସ ବିହାର ପୁଲିସର ସହଯୋଗରେ ତାଙ୍କୁ ଧରିବାରେ ସଫଳ ହୋଇଥିଲା।
ପରେ ତାଙ୍କୁ ପୁଣେ ବିମାନବନ୍ଦରକୁ ଅଣାଯାଇ ଅଧିକ ତଦନ୍ତ ପାଇଁ ଭିୱାଣ୍ଡିକୁ ନିଆଯାଇଛି।
ଏହି ଗିରଫଦାରି ପରେ ପ୍ରଶ୍ନପତ୍ର ଲିକ୍ ଚକ୍ରର ସମ୍ପୂର୍ଣ୍ଣ ନେଟୱର୍କ ଓ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ଉପରେ ତଦନ୍ତ ଅଧିକ ଜୋରଦାର କରାଯାଇଛି।
ଏହି ଘଟଣାରେ ଏହା ପୂର୍ବରୁ ବିଜେନ୍ଦ୍ର ଗୁପ୍ତାଙ୍କ ପତ୍ନୀ ସୁମନ କୁମାରୀ ଗୁପ୍ତାଙ୍କୁ ପାଟନାରୁ ଗିରଫ କରାଯାଇଥିଲା।
ତାଙ୍କ ମୋବାଇଲ କଲ୍ ରେକର୍ଡ ଓ ଆର୍ଥିକ କାରବାରର ଯାଞ୍ଚରୁ ତଦନ୍ତକାରୀ ଦଳ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିଲା।
ସେହି ତଥ୍ୟ ଆଧାରରେ ବିଜେନ୍ଦ୍ର ଗୁପ୍ତାଙ୍କ ଲୁଚିଥିବା ସ୍ଥାନ ଚିହ୍ନଟ କରାଯାଇଥିଲା।Advertisment ଆହୁରି ପଢନ୍ତୁ: CJP: ଆନ୍ଦୋଳନରୁ ଓହରିଲା ସିଜେପି, ଗଣତନ୍ତ୍ରର ବିଜୟ କହିଲେ ୱାଙ୍ଗଚୁକ୍ ତଦନ୍ତରୁ ଜଣାପଡ଼ିଛି ଯେ, ପରୀକ୍ଷାର ଗୋପନୀୟ ପ୍ରଶ୍ନପତ୍ର ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ଏକ ଘରୋଇ ମୁଦ୍ରଣ ସଂସ୍ଥା "ମହିମ ପତ୍ରନ ପ୍ରାଇଭେଟ୍ ଲିମିଟେଡ୍"ରୁ ବେଆଇନ ଭାବେ ବାହାରକୁ ଆସିଥିଲା।
ଏହାପରେ ଦଲାଲମାନଙ୍କ ମାଧ୍ୟମରେ ବିଭିନ୍ନ ରାଜ୍ୟର ପରୀକ୍ଷାର୍ଥୀଙ୍କ ନିକଟକୁ ପହଞ୍ଚାଯାଇଥିବା ଅଭିଯୋଗ ରହିଛି।
ତଦନ୍ତକାରୀ ସଂସ୍ଥା ଏହି ସମଗ୍ର ଚକ୍ରରେ ମୁଦ୍ରଣ ସଂସ୍ଥାର କର୍ମଚାରୀ, ଦଲାଲ ଓ କ୍ରେତାଙ୍କ ଭୂମିକା ମଧ୍ୟ ଯାଞ୍ଚ କରୁଛି।
ଆହୁରି ପଢନ୍ତୁ: Oil: ତେଲ, ଗ୍ୟାସ୍ ପାଇଁ ମହାନଦୀ ଅବବାହିକାରେ କୂପ ଖନନ ଏହି ମାମଲାରେ ପୂର୍ବରୁ ସାତଜଣଙ୍କୁ ଗିରଫ କରାଯାଇଥିଲା।
ବିଜେନ୍ଦ୍ର ଗୁପ୍ତାଙ୍କ ଗିରଫଦାରି ସହ ଏହି ମାମଲାର ତଦନ୍ତ ନୂଆ ମୋଡ଼ ନେଇଛି।
ପୁଲିସର ବିଶ୍ୱାସ, ତାଙ୍କୁ ପଚରାଉଚରା କରାଗଲେ ପ୍ରଶ୍ନପତ୍ର ଲିକ୍ ଚକ୍ରର ଆର୍ଥିକ କାରବାର, ଯୋଗାଯୋଗ ବ୍ୟବସ୍ଥା ଓ ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଦେଶରେ ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମହାରାଷ୍ଟ୍ର ଟିଇଟି ଘଟଣା ସେହି ଚିନ୍ତାକୁ ଆହୁରି ବଢ଼ାଇଛି।
ଏହି ପରିସ୍ଥିତିରେ ସମଗ୍ର ରାକେଟ୍ର ପର୍ଦ୍ଦାଫାଶ କରିବା ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଏସ୍ଆଇଟି ତଦନ୍ତକୁ ଅଧିକ ବ୍ୟାପକ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।