Mobile Production: ମୋବାଇଲ୍ ଉତ୍ପାଦନରେ ୧୨ ଲକ୍ଷ ନିଯୁକ୍ତି

Oct 28, 2026 - 15:34
Mobile Production: ମୋବାଇଲ୍ ଉତ୍ପାଦନରେ ୧୨ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଭାରତରେ ମୋବାଇଲ୍ ଫୋନ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ)ରୁ ସରକାର ୨୫ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ପାଇଛନ୍ତି।

ଏହି ଯୋଜନା ଅଧୀନରେ ସରକାର ୧୯ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ବେଳେ ଟିକସ ଆଦାୟ ଏହାଠାରୁ ଅଧିକ ରହିଛି।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ତଥ୍ୟ ଦେଇଛନ୍ତି।

Advertisment ମନ୍ତ୍ରୀଙ୍କ ଅନୁସାରେ, ମୋବାଇଲ୍ ଉତ୍ପାଦନ କ୍ଷେତ୍ରରୁ ୨୫ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସହିତ ୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହୋଇଛି।

ଅର୍ଥାତ୍, ଉଭୟ ପ୍ରକାର ଟିକସକୁ ମିଶାଇ ମୋଟ ୩.୨୫ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି।

ଏହା ମୋବାଇଲ୍ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ପ୍ରୋତ୍ସାହନ ଯୋଜନାକୁ ସମର୍ଥନ କରିବା ପାଇଁ ମନ୍ତ୍ରୀ ଦେଇଥିବା ଏକ ପ୍ରମୁଖ ଯୁକ୍ତି।

ଉତ୍ପାଦନ ବୃଦ୍ଧି ସହ ନିଯୁକ୍ତି ସୁଯୋଗ ବଢ଼ିଛି ବୈଷ୍ଣବ କହିଛନ୍ତି, ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ପ୍ରାୟ ୨୫ ଲକ୍ଷ ଲୋକ ନିଯୁକ୍ତି ପାଇଥିବା ବେଳେ କେବଳ ମୋବାଇଲ୍ ଫୋନ୍ ଉତ୍ପାଦନ କ୍ଷେତ୍ରରେ ୧୨ ଲକ୍ଷ ଲୋକ କାମ କରୁଛନ୍ତି।

ଏହି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ିଛି।

ଦେଶରେ ମୋବାଇଲ୍ ଫୋନ୍ ଉତ୍ପାଦନ ବଢ଼ାଇବା, ଘରୋଇ ସ୍ତରରେ ଯନ୍ତ୍ରାଂଶ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ବିଦେଶୀ ଯୋଗାଣ ଶୃଙ୍ଖଳ ଉପରେ ନିର୍ଭରଶୀଳତା କମାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଏହି ଉଦ୍ଦେଶ୍ୟରେ ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର କ୍ୟାବିନେଟ୍ ୬୨,୫୦୦ କୋଟି ଟଙ୍କାର ବ୍ୟୟବରାଦ ସହ ନୂଆ ମୋବାଇଲ୍ ଫୋନ୍ ଉତ୍ପାଦନ ଯୋଜନାକୁ ଅନୁମୋଦନ କରିଛି।

ଗବେଷଣା ଓ ନୂଆ ଡିଜାଇନ୍‌କୁ ପ୍ରୋତ୍ସାହନ ଏହି ନୂଆ ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ।

ଏଥିରେ ମୋବାଇଲ୍ ଉତ୍ପାଦନ ବଢ଼ାଇବା ସହ ଦେଶରେ ଯନ୍ତ୍ରାଂଶ ତିଆରି, ଭାରତୀୟ ବ୍ରାଣ୍ଡ୍‌ର ବିକାଶ ଏବଂ ଗବେଷଣା ଓ ନୂଆ ଡିଜାଇନ୍‌କୁ ପ୍ରୋତ୍ସାହନ ଦିଆଯିବ।

ଏହି ଯୋଜନା ଅଧୀନରେ ମୋବାଇଲ୍ ଉତ୍ପାଦନର ମୋଟ ମୂଲ୍ୟ ପ୍ରାୟ ୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ସହ ପ୍ରାୟ ୬୦ ହଜାର ନୂଆ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଆଶା ରଖିଛନ୍ତି।

Delhi Traders: 'ଲଢ଼େଇ ନୁହେଁ, ଆଲୋଚନା ଚାହୁଁଛୁ'; ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ବ୍ୟବସାୟୀଙ୍କ ଚିଠି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)