Missing: ମହାନଦୀକୁ ଡେଇଁ ନାବାଳିକା ନିଖୋଜ, ଅଳ୍ପକେ ବର୍ତ୍ତିଲେ ମହିଳା
"ସମ୍ବଲପୁର: ସମ୍ବଲପୁର ସହର ଚାଉଁରପୁର ବ୍ରିଜ୍ରୁ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି ଜଣେ ୧୪ ବର୍ଷିୟା ଝିଅ।
ସେ ମାୟାବଗିଚାର ବୋଲି ଜଣାପଡ଼ିଛି।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଓ ଘନ ଅନ୍ଧକାର କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫଳତା ମିଳି ନାହିଁ।
ଏହି ଘଟଣାକୁ ନେଇ ଜଣକୁ ଅଟକ ରଖିଛି ଟାଉନ ଥାନା ପୁଲିସ।
ନାବାଳିକା ଜଣକ ଡେଇଁବା ପୂର୍ବରୁ ଜଣେ ପଡ଼ୋଶୀ ଝିଅଙ୍କୁ କଲ୍ କରି ନଦୀକୁ ଡେଉଁଥିବା ବିଷୟରେ ସୂଚନା ଦେଇଥିଲେ।
ଏହାପରେ ଘଟଣାଟି ପ୍ରଘଟ ହୋଇଥିଲା।Advertisment ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଝିଅଟି ସଂଧ୍ୟାରେ ନିଜ ପୁରୁଷ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିଥିଲେ।
କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହାପରେ ସେ ପଡ଼ୋଶୀ ଘରକୁ ଯାଉଛି ବୋଲି କହି ଘରୁ ବାହାରି ଆସିଥିଲେ।
ଏହାପରେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ମହାନଦୀ ପୋଲକୁ ଆସିଥିବା କହାଯାଉଛି।
ସେଠାରେ ବି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହାପରେ ରାତି ପ୍ରାୟ ୧୦ଟା ବେଳେ ସେ ପଡ଼ୋଶୀ ଝିଅଙ୍କୁ କଲ୍ କରିଥିଲେ।
ପରେ ନିଜ ପୁରୁଷ ବନ୍ଧୁଙ୍କ ସାମ୍ନାରେ ମହାନଦୀକୁ ଡେଇଁ ପଡ଼ିଥିଲେ ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ଖବର ପାଇ ଅତିରିକ୍ତ ଏସ୍ପି ଶ୍ରୀମନ୍ତ ବାରିକ, ଏସ୍ଡିପିଓ ତୋଫାନ ବାଗ, ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।
ପୋଲରୁ ତାଙ୍କ ପୁରୁଷ ବନ୍ଧୁକୁ ନେଇ ପୁଲିସ ଅଟକ ରଖିଛି।
ଏଣେ ଝିଅର ବାପା, ମା" ବ୍ରିଜ୍ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ମୃତ୍ୟୁର ମୁକସାକ୍ଷୀ ପାଲଟିଛି ମହାନଦୀ ଉପରେ ନିର୍ମିତ ଚାଉଁରପୁର ପୋଲ ନାବାଳିକା ଜଣକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ବୋଲି ଜଣାପଡ଼ିଛି।
ସେ ଯେଉଁ ଯୁବତୀଙ୍କୁ ଅଡିଓ କଲ୍ କରିଥିଲେ, ତାଙ୍କୁ ମଧ୍ୟ ପୁଲିସ ପଚରାଉଚୁରା କରିଛି।
ପୁଲିସ କହିବା ଅନୁଯାୟୀ, ଶନିବାର ସକାଳେ ଅନ୍ୟ ଜଣେ ମହିଳା ଏହି ବ୍ରିଜ୍ରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
କିନ୍ତୁ ସେ ଡେଇଁବା ପୂର୍ବରୁ ସ୍ଥାନୀୟ ଲୋକେ ଧରି ତାଙ୍କୁ ପୁଲିସ ଜିମା ଦେଇଥିଲେ।
ମହାନଦୀ ପୋଲରୁ ବାରମ୍ବାର ଡେଇଁ ଆତ୍ମହତ୍ୟା ବା ଉଦ୍ୟମ କରିବା ଘଟଣା ଚିନ୍ତାର ବିଷୟ ହୋଇଛି।
ଏହାସତ୍ତ୍ବେ ଏଠାରେ କୌଣସି ସୁରକ୍ଷା ବାଡ଼ ବ୍ୟବସ୍ଥା କରାଯାଉ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।