Birth of a male child: ପୁରୁଷର ପୁତ୍ର ପ୍ରସବ! ଅମୃତର ସନ୍ଧାନେ / ଶ୍ରୀସନ୍ନ୍ୟାସୀ ଜୀ
"ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବରିଷ୍ଠ ପଦାଧିକାରୀ ଥିବା ମୋର ଜଣେ ବନ୍ଧୁଙ୍କ ବିବାହକୁ କୋଡ଼ିଏ ବର୍ଷ ପୂରିଗଲାଣି।
ତେବେ ଦୁଃଖର କଥା, ଏଯାଏ ସେମାନଙ୍କ କୋଳକୁ ସନ୍ତାନ ସନ୍ତତି ଆସିଲେ ନାହିଁ।
ବହୁ ଦିନର ବ୍ୟବଧାନ ପରେ ସେଦିନ ସେ ସତ୍ସଙ୍ଗକୁ ଆସିଥିଲେ।
ଏମିତି କଥା ପ୍ରସଙ୍ଗରେ ନିଜ ଦୁଃଖ ବଖାଣି ବସିଲେ।
ନିଜ ଘର, ଗାଡ଼ି, ଜମି, ବ୍ୟାଙ୍କ ବାଲାନ୍ସ ଆଦିର ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ବନ୍ଧୁ କିଛି ପରାମର୍ଶକୁ ଅପେକ୍ଷା କରୁଥିବାବେଳେ ତାଙ୍କ ଜୀବନ ସହ ଖାପ ଖାଉଥିବା ବାହାର ରାଜ୍ୟର ଏକ ସତ୍ୟ ଘଟଣା ମୁଁ ତାଙ୍କୁ ଶୁଣାଇଲି।Advertisment Nita Ambani: ଫର୍ଚ୍ୟୁନ୍ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର ଘଟଣାଟି ଘଟିଥିଲା ରାଜସ୍ଥାନର ଏକ ଗାଉଁଲି ଅଞ୍ଚଳରେ।
ସେହି ଗାଁରେ ଜଣେ ଧନାଢ଼୍ୟ ବ୍ୟକ୍ତି ଥିଲେ।
ବୟସ ଷାଠିଏ ପୂରିଲା ପଛେ ତାଙ୍କର ସନ୍ତାନ ସନ୍ତତି କିଛି ହେଲା ନାହିଁ।
ଯେଉଁମାନେ ଧନୀକ ଦମ୍ପତି ମରିଯିବା ପରେ ତାଙ୍କ ସମ୍ପତ୍ତି ହାତେଇବା ଲକ୍ଷ୍ୟରେ ଥିଲେ ସେମାନେ ମନେ ମନେ ଖୁସି ଥିଲେ।
ତଥାପି କେହି କେହି ଆତ୍ମୀୟ ଆସି ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲେ।
ସେ କିନ୍ତୁ ବିରକ୍ତ ହେଉଥିଲେ।
ଅନାଥାଶ୍ରମରୁ ସନ୍ତାନଟିଏ ଆଣି ତାକୁ ଉତ୍ତରାଧିକାରୀ କରିବାକୁ ବି କାହିଁକି କେଜାଣି ତାଙ୍କର ଆଗ୍ରହ ନ ଥିଲା।
ବିଜ୍ଞାନର ପ୍ରଭୂତ ଉନ୍ନତି ସତ୍ତ୍ୱେ ଆଜିକା ସମୟରେ ଧନାଢ଼୍ୟ ବ୍ୟକ୍ତିଙ୍କ ଦର୍ଶନ ଥିଲା ଅନ୍ୟ କିଛି।
ବିବାହ ପରେ ସନ୍ତାନ ହେବ କି ନ ହେବ, ପୁଅ କି ଝିଅ ଜନ୍ମ ହେବ କିମ୍ବା ସେମାନଙ୍କର ସଂଖ୍ୟା କେତେ ରହିବ- ଏହା ସମ୍ପୂର୍ଣ୍ଣ ପରମାତ୍ମାଙ୍କ ଉପରେ ନିର୍ଭର କରେ ବୋଲି ସେ ବିଶ୍ୱାସ କରୁଥିଲେ।
କେବଳ ଏ କ୍ଷେତ୍ରରେ ନୁହେଁ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାବତୀୟ ସାଂସାରିକ କାର୍ଯ୍ୟ ଭିତରେ ବି ସେ ଏକ ସମର୍ପିତ ଜୀବନ ବଞ୍ଚୁଥିଲେ।
ସବ୍ କା ମାଲିକ୍ ଏକ୍ ହୈ- ଏପରି ଏକ ଦିବ୍ୟ ଭାବନାକୁ ସେ କେବଳ କଥାରେ ନୁହେଁ, ନିଜ ଆଚରଣରେ କରି ଦେଖାଉଥିଲେ।
ତଥାପି ସ୍ତ୍ରୀଙ୍କ ବାଧ୍ୟବାଧକତାରେ ପିଲାଟିଏ ପାଇଁ ବହୁ ବଡ଼ ବଡ଼ ବୈଦ୍ୟ ଓ ନାଁକରା ଡାକ୍ତରଙ୍କ ଠାରୁ ଔଷଧ ସେବନ କଲେ।
ଏହାବାଦ ବିଭିନ୍ନ ପୂଜାପାଠ, ପୂରଶ୍ଚରଣ, ଅଭିଷେକ, ମନ୍ଦିରରେ ବାନା ବାନ୍ଧିବା, ହନୁମାନ ଚାଳିଶା ପାଠ, ବଗଳାମୁଖୀ ପୂଜା ଆଦି ବହୁ ଆଧ୍ୟାତ୍ମିକ ଉପଚାର କରି କେବଳ ଖର୍ଚ୍ଚାନ୍ତ ହେଲେ ସିନା, ଫଳ କିଛି ମିଳି ନ ଥିଲା।
ଏମିତି କିଛି ଦିନ ବିତିଗଲା।
ଦିନେ ଅଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କ ପାଖରେ ନିମନ୍ତ୍ରଣ ପତ୍ରଟିଏ ପହଞ୍ଚିଲା।
କ"ଣ ନା ଧନୀ ବ୍ୟକ୍ତିଙ୍କର ପୁଅଟିଏ ହୋଇଛି।
ସମସ୍ତେ ଢେର୍ ଖୁସି ହେଲେ।
ଅମକ ତାରିଖରେ ଏକୋଇଶିଆ ପୂଜା ହେବ।
ପ୍ରସାଦ ସେବନ ପାଇଁ ନିମନ୍ତ୍ରଣ।
ଉଦ୍ଦିଷ୍ଟ ଦିନ ସମସ୍ତେ ଧନୀ ବ୍ୟକ୍ତିଙ୍କ ଘରେ ପହଞ୍ଚିଲେ।
ଘରଦ୍ୱାର ଆକର୍ଷଣୀୟ ଭାବେ ସଜା ହୋଇଥାଏ।
ବ୍ରାହ୍ମଣ ପୂଜାପାଠ କରୁଥାନ୍ତି।
ନାମକରଣ ପାଇଁ ବ୍ରାହ୍ମଣ ଯେତେବେଳେ ନବଜନ୍ମିତ ପିଲାକୁ ପୂଜାସ୍ଥଳକୁ ଆଣିବା ପାଇଁ କହିଲେ, ଧନୀକ ବ୍ୟକ୍ତି ପୂଜାସ୍ଥଳକୁ ଆସି ଯୋଡ଼ ହସ୍ତରେ ଠିଆ ହେଲେ।
ନିମନ୍ତ୍ରିତ ସଭିଁଙ୍କ ମୁହଁରେ ଉତ୍ସୁକତା ଭରି ରହିଥାଏ l ନବଜାତ ପିଲା କାଇଁ?
Workshop: "ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି" ଧନୀକ ବ୍ୟକ୍ତି ଏଥର ମୁହଁ ଖୋଲିଲେ - ବନ୍ଧୁଗଣ!
ମୋ ସ୍ତ୍ରୀର ନୁହେଁ, ମୋର ପିଲା ହୋଇଛି।
ମୋ ପିଲାର ନାଁ ହେଉଛି, "କଲ୍ୟାଣ ଟ୍ରଷ୍ଟ୍"।
ମୋର ସମସ୍ତ ଧନ ସମ୍ପତ୍ତିକୁ ମୁଁ ଏଇ ଟ୍ରଷ୍ଟ୍ ନାଁରେ କରି ଦେଇଛି।
ଏ ଟ୍ରଷ୍ଟ୍ ମୋର ମାନସ ସନ୍ତାନ।
ଏହି ଟ୍ରଷ୍ଟ୍ରେ ଥିବା ଅର୍ଥ ଏ ଅଞ୍ଚଳର ଗରିବ ଗୁରୁବା, ଦୁଃଖୀ, ଅଭାବୀଙ୍କ ସେବାରେ ଆସିବ।
ମଲା ପରେ ମୋ ଧନ ସମ୍ପତ୍ତିକୁ ମୋ ଆତ୍ମୀୟମାନେ ଏକୁଟିଆ ଉପଭୋଗ କରିଥାନ୍ତେ।
ସେଇଟା ମୋର ଇଚ୍ଛା ନୁହେଁ l ମୋର ଅର୍ଜିତ ଧନ ସାମୂହିକ ବା ସମାଜସେବାରେ ଲାଗୁ ବୋଲି ମୁଁ ଚାହେ।
ମୋ ଅଞ୍ଚଳରେ ବହୁ ଗରିବ ପୁଅ, ଝିଅ ଅଛନ୍ତି।
ମୋର ସନ୍ତାନ ନ ଥିଲେ କ"ଣ ହେଲା, ସେମାନେ ବି ମୋର ପୁଅ,ଝିଅ ଭଳି।
ଏତିକି ଘୋଷଣାରେ ଉପସ୍ଥିତ ସଭିଁଙ୍କ କରତାଳିରେ ପରିବେଶଟି କମ୍ପିଥିଲା।
ଏ ସତ୍ୟ ଘଟଣାଟି ଶୁଣାଇବା ପରେ ମୋ ବନ୍ଧୁଙ୍କ ଗୁମ୍ସୁମ୍ ଚେହେରାରୁ ମୁଁ କୌଣସି ପ୍ରତିକ୍ରିୟା ଅନୁଭବ କରିପାରିଲି ନାହିଁ।
ଭାବିଲି, କଥାଟି ବୋଧେ ବନ୍ଧୁଙ୍କ ମନକୁ ପାଇଲା ନାହିଁ।
କିଛି ବର୍ଷ ପରେ ବନ୍ଧୁଜଣଙ୍କ ନିଜର କିଛି ସମ୍ପତ୍ତିକୁ ଦୁଇଟି ଅନାଥାଶ୍ରମକୁ ଦାନ କରିଦେବା ସହିତ ଛଅଟି ଗରିବ ଝିଅଙ୍କୁ ବିବାହ କରାଇବା ଏବଂ ତିନି ଜଣ ଗରିବ ମେଧାବୀ ପିଲାଙ୍କୁ ଡାକ୍ତରୀ ପଢ଼ାଇବା ଭଳି ବହୁ ସାମାଜିକ ସେବାରେ ରହି ସଂସାର ଛାଡ଼ିଥିବା ଖବର ମୁଁ ଅବଶ୍ୟ ପାଇଥିଲି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।