Roads of the tribals: ଆଦିବାସୀଙ୍କ ବାଟ ଓଗାଳୁଛି କିଏ? ଉତ୍ତରଦାୟିତ୍ବ ତୁଲାଉନାହାନ୍ତି ଆଦିବାସୀ ନେତା

Jul 12, 2026 - 02:25
Roads of the tribals: ଆଦିବାସୀଙ୍କ ବାଟ ଓଗାଳୁଛି କିଏ? ଉତ୍ତରଦାୟିତ୍ବ ତୁଲାଉନାହାନ୍ତି ଆଦିବାସୀ ନେତା

"ଚୌଧୁରୀ ଅମିତାଭ ଦାସ ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଆଦିବାସୀ କଲ୍ୟାଣ ବିଭାଗ ଅଛି।

ଜଣେ ଆଦିବାସୀ ନେତା ହିଁ ଏହି ବିଭାଗର ମଙ୍ଗ ଧରନ୍ତି।

ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳେ।

ଉଦ୍ଦେଶ୍ୟ ହେଲା, ଆଦିବାସୀଙ୍କର ବିକାଶ ନକ୍ସା ଆଦିବାସୀଙ୍କ ହାତରେ ରହିବ।

ଅନ୍ୟପକ୍ଷରେ ଆଦିବାସୀମାନଙ୍କ ଜୀବନଜୀବିକାର ବିକାଶ ପାଇଁ ରାଜ୍ୟରେ ୨୪ ଆଇଟିଡିଏ ରହିଛି।

ଫି ବର୍ଷ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି।

ଅନେକ ଯୋଜନା ସ୍ବତନ୍ତ୍ର ଭାବେ କରାଯାଉଛି।

ଲକ୍ଷ୍ୟ ହେଲା, ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା।

କଥା ସେତିକିରେ ଅଟକିନି।

କେନ୍ଦ୍ରରେ ଆଦିବାସୀ ମନ୍ତ୍ରଣାଳୟ ଗଠନ ପରେ ଏହାର ପ୍ରଥମ ମନ୍ତ୍ରୀ ହେଲେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଜୁଏଲ ଓରାମ।

ଇତିମଧ୍ୟରେ ସେ ତିନି ତିନି ଥର ଏହି ମନ୍ତ୍ରଣାଳୟ ଦାୟିତ୍ବରେ ରହିଲେଣି।

ତେଣୁ ଆଶା ରହିବା ସ୍ବାଭାବିକ ଯେ ଓଡ଼ିଶାରେ ଆଦିବାସୀମାନଙ୍କର ବିକାଶ ରକେଟ୍ ବେଗରେ ଚାଲିବ।Advertisment Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼ ଏତେ ସବୁ ବ୍ୟବସ୍ଥା ସତ୍ତ୍ବେ ରାଜ୍ୟରେ ଆଦିବାସୀମାନଙ୍କର ବିକାଶ ଆଦୌ ଆଶାନୁରୂପ ହୋଇନି।

ଏହି ଚରମ ସତ୍ୟକୁ ସମସ୍ତେ ସ୍ବୀକାର କରିବାକୁ ବାଧ୍ୟ।

ତାମିଲନାଡ଼ୁରେ ସ୍ବଳ୍ପ ଦରମାରେ କାମ କରିବାକୁ ଯାଇଥିବା ଜୁଆଙ୍ଗ ମହିଳାଙ୍କ ସ୍ଥିତି ଦେଖିଲେ ସେମାନଙ୍କ ଦୟନୀୟ ଜୀବନଶୈଳୀ ସଭ୍ୟସମାଜକୁ ଲଜ୍ଜିତ କରିବ।

କାମ କରିବାକୁ ଯାଇଥିବା ଏହି ଯୁବତୀମାନେ ଅସ୍ବାସ୍ଥ୍ୟକର ପରିବେଶରେ କାମ କରି ଜୀବନ ହାରିଦେଲେ।

କିନ୍ତୁ ସେମାନେ ଆଦିବାସୀ ହୋଇଥିବାରୁ ଏହାକୁ ନେଇ ଉପର ସ୍ତରରେ ଯେତିକି ତନାଘନା ହେବା କଥା ହେଲା ନାହିଁ।

ଆଦିବାସୀମାନେ ଯେ ମୁଖ୍ୟସ୍ରୋତରେ ଏବେ ବି ନାହାନ୍ତି, ତାହା ଏହି ଘଟଣାଟି ସ୍ପଷ୍ଟ କରିଦେଲା।

ଉତ୍ତରଦାୟିତ୍ବ ତୁଲାଉନାହାନ୍ତି ଆଦିବାସୀ ନେତା ଆଇଟିଡିଏ ଲକ୍ଷ୍ୟଚ୍ୟୁତ, ଅକାମୀ କରିଦେଲେ"ପେସା" ଆଇନକୁ ନେଇ ରାଜନୀତି ଅଧିକ ବିଧାନସଭା ଓ ଲୋକସଭାରେ ଆଦିବାସୀମାନଙ୍କ ପ୍ରତିନିଧିତ୍ବକୁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲେ ବି ସେମାନେ ନିଜ ସମ୍ପ୍ରଦାୟର ବିକାଶ କରିବାକୁ ଯଥାସାଧ୍ୟ ଉଦ୍ୟମ କରିଥିବା ପରି ଅନୁଭବ ହେଉନି।

ଓଡ଼ିଶାର ଜନସଂଖ୍ୟାର ୨୨.୮୫ ପ୍ରତିଶତ ହେଲେ ଆଦିବାସୀ।

୭ଟି ଜିଲ୍ଲା ପୂର୍ଣ୍ଣାଙ୍ଗ ଓ ୬ଟି ଜିଲ୍ଲା ଆଂଶିକ ଭାବେ ଅନୁସୂଚିତ ଅଞ୍ଚଳରେ ରହିଛି।

ଓଡ଼ିଶାରେ ୧୪୭ ବିଧାନସଭା ଆସନରୁ ୩୩ଟିରେ ଆଦିବାସୀ ବିଧାୟକ ଅଛନ୍ତି।

ସେହିପରି ପ୍ରତି ସରକାରର ମନ୍ତ୍ରିମଣ୍ଡଳରେ ଆଦିବାସୀ ଉନ୍ନୟନ ବିକାଶ ବିଭାଗ ବାଦ୍ ଅନ୍ୟ ବିଭାଗଗୁଡ଼ିକରେ ବି ଆଦିବାସୀ ବିଧାୟକ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି।

ସେମିତି ଲୋକସଭାରେ ୫ଟି ଆସନ ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷିତ।

ଏହି ପ୍ରତିନିଧିମାନେ ଆଦିବାସୀମାନଙ୍କ ଉତ୍‌ଥାନ ପାଇଁ ବାସ୍ତବ ଆବଶ୍ୟକତା କ"ଣ ରହିଛି, ତାହା ଏ ଯାଏଁ ଆଗକୁ ଆଣିବାରେ ସମ୍ଭବତଃ ସକ୍ଷମ ହୋଇନାହାନ୍ତି।

ଏମାନଙ୍କର ଏପରି ଆଭିମୁଖ୍ୟ ଚିନ୍ତାର ବିଷୟ ପାଲଟିଛି। ‌ଆଦିବାସୀମାନଙ୍କୁ ଶୋଷଣର ଶିକାର ହେବାକୁ ଛାଡ଼ି ଦିଆଯିବାର ଗୋଟିଏ ବଡ଼ ଉଦାହରଣ ହେଉଛି "ପେସା" ଆଇନ ଲାଗୁ ନହେବା।

ନିକଟରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି, ଖୁବ୍‌ଶୀଘ୍ର "ପେସା" ଆଇନ୍ ଲାଗୁ ହେବ।

ଆସନ୍ତା କ୍ୟାବିନେଟ୍‌ରେ ପାରିତ ହେବ।

ଉଦ୍‌ବେଗର ବିଷୟ ହେଲା ଯେ ତିନି ଦଶନ୍ଧି ଧରି "ପେସା" ଆଇନ ଓଡ଼ିଶାରେ ଲାଗୁ କରାଯାଇପାରୁ ନାହିଁ।

ପୂର୍ବ ସରକାର କରୁ ନଥିଲେ।

ଏବେ ବିଜେପି ସରକାର ଆସିବାର ଦୁଇ ବର୍ଷ ବିତିଗଲାଣି, ଅଥଚ ତତ୍ପରତା ପ୍ରକାଶ ପାଇନାହିଁ।

Nita Ambani: ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର ୧୯୯୬ ମସିହାରେ କେନ୍ଦ୍ର ସରକାର "ପେସା" ପ୍ରଣୟନ କଲେ।

ଏହାକୁ ଆଧାର କରି ୧୯୯୭ ମସିହାରେ ଓଡ଼ିଶା ସରକାର ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନକୁ ସଂଶୋଧନ କଲେ।

ଏହାକୁ ଲାଗୁ କରିବା ପାଇଁ ଯେଉଁ ନିୟମ ପ୍ରଣୟନ ହେବା କଥା ତାହା ପ୍ରାୟ ତିନି ଦଶନ୍ଧି ହେଲା ହୋଇପାରୁନି।

ଏବେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି "ପେସା" ଆଇନ୍ ଲାଗୁ ହୋଇପାରି ନାହିଁ।

ଆଦିବାସୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରସ୍ତୁତ ଏହି ଆଇନ କୌଣସି ଅଦୃଶ୍ୟ ଶକ୍ତିର ଚାପରେ ଚାପି ହୋଇଯାଇଛି। "ପେସା" ଆଇନ ଲାଗୁ ହେଲେ ଆଦିବାସୀ ଅଞ୍ଚଳରେ ଗ୍ରାମସଭାଗୁଡ଼ିକ ସଶକ୍ତ ହେବ।

ସ୍ଥାନୀୟ ଅଞ୍ଚଳରେ କି କି ବିକାଶମୂଳକ କାର୍ଯ୍ୟ ହେବ, ତାହାର ନିଷ୍ପତ୍ତି କେବଳ ଗ୍ରାମସଭା ହିଁ ନେବ।

ଜଙ୍ଗଲ, ଜମି, ଜଳ ପରି ପ୍ରାକୃତିକ ସମ୍ପଦ, ଲଘୁ ଖଣିଜ ସମ୍ପଦର ନିୟନ୍ତ୍ରଣ ଗ୍ରାମସଭା ହାତରେ ରହିବ।

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଢ଼ାଯାଇଥିବା ଆଇଟିଡିଏଗୁଡ଼ିକ ଏକପ୍ରକାର ଲକ୍ଷ୍ୟଚ୍ୟୁତ ହୋଇଯାଇଛନ୍ତି।

ଅଧିକାଂଶ ଆଇଟିଡିଏରେ ଆଖିବୁଜା ଦୁର୍ନୀତିର ଖବର ନିୟମିତ ଆସୁଛି।

ଶିକ୍ଷା ବ୍ୟବସ୍ଥାକୁ ନଜର କଲେ ସମାନ ସ୍ଥିତି।

ଜାତୀୟ ହାରଠାରୁ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଶିକ୍ଷା ହାର ଯଥେଷ୍ଟ କମ୍ ରହିଛି।

ଏ ଦିଗରେ ସରକାର ଆଦୌ ଚିନ୍ତିତ ଥିଲା ପରି କେହି ଅନୁଭବ କରିନାହାନ୍ତି।

ପୂର୍ବ ସରକାର ହୁଅନ୍ତୁ କି ବର୍ତ୍ତମାନର ସରକାର, କେବଳ କିଛି ଆଦିବାସୀ ଛାତ୍ରଛାତ୍ରୀ ଓ ଲୋକଙ୍କ ବ୍ୟକ୍ତିଗତ ସଫଳତାକୁ ପ୍ରଚାର କରୁଛନ୍ତି।

ସେଥିରୁ ଆଦିବାସୀମାନଙ୍କ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟାଯାଉଛି।

ବାସ୍ତବ ସ୍ଥିତି ତାହାଠାରୁ ଭିନ୍ନ।

ସେହି ଗୋଲାପି ଉଦାହରଣ ଆଦୌ ଆଦିବାସୀମାନଙ୍କର ବାସ୍ତବ ସ୍ଥିତି ନୁହେଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।