Draft Electoral Roll to Be Published Today: ଆଜି ପ୍ରକାଶ ପାଇବ ଚିଠା ଭୋଟର ତାଲିକା, ଅଗଷ୍ଟ ୪ ଯାଏଁ ଅଭିଯୋଗ ଦାଖଲ
ଆଜି ପ୍ରକାଶ ପାଇବ ଚିଠା ଭୋଟର ତାଲିକା। ଚିଠା ତାଲିକା ପ୍ରକାଶ ପାଇବା ପରେ ସାଧାରଣ ନାଗରିକ ମାନଙ୍କ ପାଇଁ ଅଗଷ୍ଟ ୪ ପର୍ଯ୍ୟନ୍ତ ସମୟ ଦିଆଯିବ। ଏହି ସମୟ ମଧ୍ୟରେ ନିଜର ଅଭିଯୋଗ ଦାଖଲ କରିପାରିବେ। ନୂଆ ନାଁ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬ ଆବେଦନ କରି ପାରିବେ। ଅଯୋଗ୍ୟ କିମ୍ବା ମୃତ ବ୍ୟକ୍ତିଙ୍କ ନାଁ ଥିଲେ ଏହା ବିରୋଧରେ ଆପତ୍ତି ଉଠାଇବ ପାଇଁ ଫର୍ମ ୭ ଦେଇପାରିବେ।
ସେହିପରି ନାମର ବନାନ, ବୟସ କିମ୍ବା ଠିକଣା ଭୁଲ ଥିଲେ ଫର୍ମ-୮ରେ ଅଭିଯୋଗ କରିପାରିବେ। ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟରେ ଅଭିଯୋଗର ସମାଧାନ ଓ ଶୁଣାଣି ପ୍ରକ୍ରିୟା ଚାଲିବ। ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକ। ଏଥିପାଇଁ ୧୦ ଜଣ ବରିଷ୍ଠ ଆଇଏଏସ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। SIRରେ କେତେ ଭୋଟର ବାଦ ପଡିଛନ୍ତି ସେ ନେଇ ଆଜି ସୂଚନା ଦେବେ ମୁଖ୍ୟ ନିର୍ବାଚନ ଅଧିକାରୀ।