Minor Sexual Assault Case ଲହୁଣିପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା, ୩ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
"ସୁନ୍ଦରଗଡ଼: ଲହୁଣୀପଡ଼ା ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
ଜରିମାନା ଅନାଦାୟରେ ଅତିରିକ୍ତ ୧ବର୍ଷ କାରାଦଣ୍ଡ ଭୋଗିବେ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
Advertisment Rairangpur Minor Gang Rape Case ରାଇରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା: ପୋକ୍ସୋ କୋର୍ଟ ହାଜର ହେଲେ ୪ ଅଭିଯୁକ୍ତ ମାମଲାର ରାୟ ପ୍ରକାଶ କରି କୋର୍ଟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।
କାରାଦଣ୍ଡରେ ଦଣ୍ଡିତ ଆସାମୀମାନେ ହେଲେ ଦେବଙ୍ଗ ଓରଫ ଜାକରିସ ଖାଲକୋ (୨୫), ହେମନ୍ତ ଓରାଫ ରାଜକୁମାର ପାତ୍ର (୨୩) ଓ କାଳିନ୍ଦୀ ପାତ୍ର (୪୫)।
Rairangpur Rape Case ରାଇରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା: ଘଟଣାସ୍ଥଳରେ ବିଜେଡ଼ି ତଥ୍ୟାନୁସନ୍ଧାନ ଦଳ ମାମଲା ଅନୁସାରେ, ଲହୁଣୀପଡ଼ା ଥାନା ଅଞ୍ଚଳର ୧୫ ବର୍ଷର ଜଣେ ନାବାଳିକା ୨୦୧୮ ଅକ୍ଟୋବର ୨୭ ସନ୍ଧ୍ୟାରେ ଗାଁ ନିକଟ ଛକକୁ ତାଙ୍କ ସାଙ୍ଗକୁ ଭେଟିବାକୁ ଆସିଥିଲେ।
ଏକ ସ୍କୁଟିରେ ୨ ଜଣ ଆସି ଘରେ ଛାଡ଼ିଦେବେ କହି ବସାଇ ନେଇ ଏକ ନିଛାଟିଆ ସ୍ଥାନରେ ଅନ୍ୟ ୩ ସାଙ୍ଗଙ୍କ ସହ ଦୁଷ୍କର୍ମ କରିଥିଲେ।
ଜଣେ ସ୍କୁଟିକୁ ଜଗିଥିବା ବେଳେ ୪ ଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ।
ଏହା ପରେ କାହାକୁ କହିଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ।
ଫୁଲବାଣୀ: ନାବାଳିକା ଦୁଷ୍କମକାରୀକୁ ୨୫ ବର୍ଷ ଜେଲଦଣ୍ଡ।
ଫୁଲବାଣୀ ପକ୍ସୋ କୋର୍ଟରେ ଶୁଣାଣି।
୨୦୧୯ ମସିହାରେ ସଦର ଥାନା ଅଞ୍ଚଳରେ ଘଟିଥିଲା ଘଟଣା।
ପୀଡ଼ିତା ଘରକୁ ଆସି ପରିବାର ଲୋକଙ୍କୁ କହିବା ପରେ ଥାନାରେ ଏତଲା ଦିଆଯାଇଥିଲା।
ପୁଲିସ ପକ୍ସୋ ଆଇନରେ ଏକ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ମାମଲାର ଶୁଣାଣି ଚାଲିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।
ମାମଲାକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ପିପି ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
