Cricket: ପରିବାର ସହ ବେଶୀ ସମୟ କାଟୁଛନ୍ତି ସୂର୍ଯ୍ୟକୁମାର ଯାଦବ
"ନୂଆଦିଲ୍ଲୀ: ଆଇପିଏଲ୍ ପରେ ଭାରତୀୟ ଦଳରେ ସ୍ଥାନ ପାଉ ନଥିବା ଟ୍ବେଣ୍ଟି-୨୦ ବିଶ୍ବ ବିଜେତା ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ପରିବାର ସହ ବେଶୀ ସମୟ କାଟୁଛନ୍ତି।
ଚଳିତ ମେ" ୭ ତାରିଖରେ ପ୍ରଥମ ଥର ପିତା ହୋଇଥିବା ସୂର୍ଯ୍ୟକୁମାର କ୍ର୍ରିକେଟ୍ ଅପେକ୍ଷା ଘରେ ଝିଅ ରିଦ୍ଧିମା ଓ ପତ୍ନୀ ଦେବୀଶା ସେଟ୍ଟୀଙ୍କ ସହ ଖୁସିର ମୁହୂର୍ତ୍ତ ବାଣ୍ଟିବାରେ ବ୍ୟସ୍ତ ରହୁଛନ୍ତି।
Advertisment କେତେବେଳେ ଝିଅ କାନ୍ଦୁଥିଲା ବେଳେ ବାହୁରେ ଧରି ବୁଝାଉଛନ୍ତି ତ କେତେବେଳେ ପାନିଆରେ ଝିଅର ଚୁଟି କୁଣ୍ଡାଇ ଦେଉଛନ୍ତି।
ଏହା ବାଦ୍ ବେବି ୱାକର୍ରେ ଝିଅକୁ ବାହାରକୁ ବୁଲାଇବାକୁ ନେଉଛନ୍ତି।
ଏହି ସବୁ ହୃଦୟସ୍ପର୍ଶୀ ମୁହୂର୍ତ୍ତର ଫଟୋ ସ୍କାଏ ସାମଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି।
ଯାହାକୁ ପ୍ରଶଂସକମାନେ ଲାଇକ୍ କରିଛନ୍ତି।
ଜୁଲାଇରେ ସୂର୍ଯ୍ୟକୁମାର ଓ ଦେବିଶା ବିବାହର ୧୦ ବର୍ଷ ପୂର୍ତ୍ତି ୨ମାସର ଝିଅ ସହ ପାଳନ କରିଥିଲେ।
Suryakumar: ମିଳିଛି ସଙ୍କେତ ସୂର୍ଯ୍ୟକୁମାର ଯାଦବଙ୍କ ଯୁଗ ହେବ ଶେଷ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।