Minor Argument Turns Fatal: ଝଗଡ଼ା ରୋକିବାକୁ ଯାଇ ଜୀବନ ହାରିଲେ ଜିତେନ୍ଦ୍ର, ବେକରେ ବୋତଲ ଆକ୍ରମଣ
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ...
କାଚ ବୋତଲ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ।
ପୁରୀ ଜିଲ୍ଲା ସତ୍ୟବାଦୀ ଉଆଁସଡିହ ଛକରେ ଗୋଷ୍ଠୀ ସଂଘର୍ଷରୁ ଚାଲିଗଲା ଜଣଙ୍କ ଜୀବନ।
ତିନି ଜଣ ନିଶାସକ୍ତ ଯୁବକଙ୍କ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା ବଚସା, ପରେ ନେଇଥିଲା ଉଗ୍ର ରୂପ।
ସ୍ଥାନୀୟ ଯୁବକ ଜିତେନ୍ଦ୍ର ବୁଝାସୁଝା କରିବାକୁ ଯାଇଥିବା ବେଳେ ଜଣେ ଯୁବକ ମଦ ବୋତଲରେ ତାଙ୍କ ବେକକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
Advertisment ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା ନିଆଯାଇଥିଲା।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆକ୍ରମଣକାରୀ ଯୁବକକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ରହିଛନ୍ତି।
ପୋଲିସ ଏଦିଗରେ ଅଧିକ ତଦନ୍ତ ଚଳାଇଛି।....
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ମଦ ବୋତଲ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଗୋଷ୍ଠୀ ସଂଘର୍ଷରେ ଅଘଟଣ ସତ୍ୟବାଦୀରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଜଣେ ଗିରଫ ଦୁଇ ଅଭିଯୁକ୍ତ ଫେରାର Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
