Minor: ଜରି ବସ୍ତାରୁ ମିଳିଲା ନାବାଳକଙ୍କ ମୃତଦେହ
"ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବରିଗୁଡା ଗ୍ରାମର ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଜରି ବସ୍ତାରେ ବନ୍ଧା ହୋଇ ଜଣେ ନାବାଳକର ମୃତଦେହ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ସ୍ଥାନୀୟ ପିଲା ମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରୁଥିବାବେଳେ ଗୋଟିଏ ଜରି ବସ୍ତା ପଡିଥିବା ଏବଂ ସେଥିରୁ ଦୁର୍ଗନ୍ଧ ଆସୁଥିବା ଦେଖିଥିଲେ I ପିଲାମାନେ ଘଟଣାକୁ ନେଇ କିଛି ବଡ ପିଲାଙ୍କୁ କହିବା ପରେ ସେହି ଜାଗାରେ ପହଞ୍ଚି ଜରି ବସ୍ତାକୁ କାଟି ଥିଲେ ସେଥିରେ ଗୋଟିଏ ପଚିଯାଇଥିବା ନାବାଳକ ମୃତଦେହ ବାହାରିଥିଲା IAdvertisment ଏଯାଏଁ ମିଳିପାରିନି ପରିଚୟ ନାବାଳକ ଜଣଙ୍କ ହାଫ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି I ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି I ସ୍ଥାନୀୟ ଜଣେ ଯୁବକ ଏହି ଘଟଣାକୁ ସମାଜିକ ଗଣମାଧ୍ୟମରେ ଛାଡିଥିବା ଦେଖିବାକୁ ମିଳିଛି I ଏଯାଏଁ ପରିଚୟ ମିଳି ପାରି ନଥିବା ବେଳେ ଘଟଣାକୁ ନେଇ ଆଲୋଚନା ଯୋର ଧରିଛି I ଏଠାରେ ସୂଚନାଯୋଗ୍ୟଯେ ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡ଼ା ଆବାସିକ ବିଦ୍ୟାଳୟର ଛାତ୍ର ନିଖୋଜ ଅଛନ୍ତି I ବିଷମକଟକ ପୁଲିସ ବସ୍ତାରୁ ମିଳିଥିବା ମୃତଦେହ ସମ୍ପର୍କରେ କୌଣସି ରିପୋର୍ଟ ହୋଇନଥିବା ସୂଚନା ଦେଇଛି I Google Map: କୋଟିଆ ଆନ୍ଧ୍ରର ସୀମା ଗୁଗୁଲ ମ୍ୟାପ୍ରେ ଭୁଲ୍ ତଥ୍ୟ, ସଂଶୋଧନ ପାଇଁ ତ୍ୱରାନ୍ୱିତ ହେଲା ସରକାରୀ ପ୍ରକ୍ରିୟା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

