19 AUGUST 2026

Welcome!

Unlock your personalized experience.
Sign Up
block-728

Mine: ରାଜ୍ୟର କ୍ଷମତା ଉପରେ ପ୍ରହାର: ଖଣି ଉପରେ ଲଗାଇପାରିବେନି ମନଇଚ୍ଛା ଟିକସ

Aug 11, 2026 - 04:12
Mine: ରାଜ୍ୟର କ୍ଷମତା ଉପରେ ପ୍ରହାର: ଖଣି ଉପରେ ଲଗାଇପାରିବେନି ମନଇଚ୍ଛା ଟିକସ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକର ଆର୍ଥିକ କ୍ଷମତା ଉପରେ ଏକ ବଡ଼ ଧରଣର ପ୍ରହାର ସଦୃୃଶ କେନ୍ଦ୍ର ସରକାର ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌ ୨୦୨୬ ଲୋକସଭାରେ ଆଗତ କରିଛନ୍ତି। ଖଣି ରାଜସ୍ବ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ଏହି ବିଲ୍‌ ଦ୍ବାରା ଗୁରୁତର ପ୍ରଭାବିତ ହେବେ। ସେମାନଙ୍କ ଖଣି ରାଜସ୍ବ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଖଣି ଉପରେ ସେସ୍‌, ଶୁଳ୍କ ଓ ସେହି ଧରଣର ଟିକସ ଲଗାଇବା କ୍ଷମତାକୁ ରାଜ୍ୟମାନଙ୍କଠାରୁ କେନ୍ଦ୍ର ସରକାର ଛଡ଼ାଇ ନେବେ। ସେମାନଙ୍କ ଅଧିକାରକୁ ସଙ୍କୁଚିତ କରିଦେବେ ଏବଂ ଖଣି ଉପରେ ନିଜେ ଅଧିକାର ସାବ୍ୟସ୍ତ କରିବେ। ‌‌ତେବେ, ଏହି ବିଲ୍‌ ଖଣି କମ୍ପାନିଗୁଡ଼ିକୁ ସୁହାଇବ। ଟିକସକୁ ନେଇ ସେମାନେ ଏକ ସ୍ପଷ୍ଟ ଓ ଆକଳନ କରାଯାଇପାରୁଥିବା ବ୍ୟବସ୍ଥା ପାଇପାରିବେ।

Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲିଥିୟମ୍‌, କୋବାଲଟ୍‌, ନିକେଲ, ବିରଳ ମୃତ୍ତିକା ଓ ଗ୍ରାଫାଇଟ୍‌ ଭଳି କ୍ରିଟିକାଲ୍‌ ମିନେରାଲ୍‌କୁ ନଜରରେ ରଖି ଏହି ବିଲ୍‌ ଅଣାଯାଇଥିବା କୁହାଯାଉଛି। କିନ୍ତୁ ଏହାର ପ୍ରଭାବ ସମଗ୍ର ଖଣି କ୍ଷେତ୍ର ଉପରେ ରହିବା ଆଶଙ୍କା କରାଯାଉଛି। ବିଲ୍‌ରେ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ସରକାର ଧାର୍ଯ୍ୟ କରିବାକୁ ଥିବା ସର୍ତ୍ତାବଳୀ ପୂରଣ ନ ହେଲେ କୌଣସି ରାଜ୍ୟ ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେ ନାହିଁ। ଏହି ବିଲ୍‌ରେ ଖଣି ଓ ‘ଖଣିଜ ପଦାର୍ଥ ଥିବା ଅଞ୍ଚଳ’କୁ କେନ୍ଦ୍ର ସରକାରଙ୍କ ଅଧୀନକୁ ନେବା ପାଇଁ ପ୍ରୟାସ ହୋଇଛି। ବିଲ୍‌ରେ ଏକ ସମ୍ପୂର୍ଣ୍ଣ ନୂଆ ଧାରା ୯(ଡି) ଯୋଡ଼ାଯାଇଛି। 

କେନ୍ଦ୍ର ଆଣିଲା ସଂ‌ଶୋଧିତ ଏମ୍‌ଏମ୍‌ଡିଆର୍‌ ବିଲ୍‌

ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ଖଣିଜ ଅଧିକାର କିମ୍ବା ଖଣିଜ ଥିବା ଅଞ୍ଚଳ ଉପରେ ଖଣିଜର ପରିମାଣ, ଖଣିଜର ମୂଲ୍ୟ, ରୟାଲ୍‌ଟି କିମ୍ବା ଅନ୍ୟ ଯେକୌଣସି ଉପାୟରେ କୌଣସି ଟିକସ, ସେସ୍‌ କିମ୍ବା ସେହି ଧରଣର ଶୁଳ୍କ ଲଗାଇପାରିବେ ନାହିଁ। ଖଣି ଉପରେ ରାଜ୍ୟଗୁଡ଼ିକ ପିଛିଲା ଭାବେ ଯେଉଁ ଟିକସ ଓ ସେସ୍‌ ଲଗାଇଛନ୍ତି ଯଦି ପ୍ରସ୍ତାବିତ ବିଲ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ତାହା ଆଦାୟ ହୋଇ ନ ଥିବ ତେବେ ସେଗୁଡ଼ିକ ଅସିଦ୍ଧ ହୋଇଯିବ। କିନ୍ତୁ ଯେଉଁ ଟିକସ, ଶୁଳ୍କ ବା ସେସ୍‌ ରାଜ୍ୟ ସରକାରଙ୍କ ରାଜକୋଷରେ ଜମା ହୋଇସାରିଥିବ ତାହା ବୈଧ ରହିବ। ରାଜ୍ୟଗୁଡ଼ିକ ତାହା ଫେରାଇବେ ନାହିଁ। ଏହି ବିଲ୍‌ ରାଜ୍ୟଗୁଡ଼ିକର ରାଜସ୍ବ ସଂଗ୍ରହକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା କରାଯାଉଛି।

Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

 କେନ୍ଦ୍ର ସରକାର କହିଛନ୍ତି ଯେ ଖଣିଜ ସମ୍ପଦ ହେଉଛି ସୀମିତ ଓ ସେଗୁଡ଼ିକ କିଛି ହାତଗଣତି ରାଜ୍ୟରେ ରହିଛି। ତେଣୁ ସେଗୁଡ଼ିକର ଉତ୍ତୋଳନ ଓ ପରିଚାଳନା ଜାତୀୟ ଲକ୍ଷ୍ୟ ଅନୁସାରେ ହେବା ଉଚିତ। ତେଣୁ ଖଣିଜ ପଦାର୍ଥ ଉପରେ ଶୁଳ୍କ ଲଗାଇବାରେ କୌଣସି ପ୍ରକାର ଆଞ୍ଚଳିକ ବୈଷମ୍ୟ ରହିଲେ ତାହା ସାର୍ବଜନୀନ ସ୍ବାର୍ଥକୁ ପ୍ରଭାବିତ କରିବ। ଖଣି ଉପରେ ଟିକସ ଲଗାଇବାରେ ସନ୍ତୁଳନ ରହୁନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଉଛି। ଶିଳ୍ପଗୁଡ଼ିକ ସ୍ଥାନୀୟ ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଉଛନ୍ତି, ଯାହା ଫଳରେ ପରିବହନ ଖର୍ଚ୍ଚ ଓ ପ୍ରଦୂଷଣ ବଢ଼ୁଛି। ଦେଶ ଭିତରେ ପର୍ଯ୍ୟପ୍ତ ଖଣିଜ ସମ୍ପଦ ଥିଲେ ମଧ୍ୟ ବିପୁଳ ପରିମାଣର ଖଣିଜ ପଦାର୍ଥ ଆମଦାନି କରିବାକୁ ପଡ଼ୁଛି। ଟିକସର କୌଣସି ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇନଥିବାରୁ ରାଜ୍ୟଗୁଡ଼ିକୁ ଖଣିଜ ଅଧିକାର ଓ ଖଣି ଥିବା ଅଞ୍ଚଳ ଉପରେ ଅସମାନ ଟିକସ ଲଗାଉଛନ୍ତି। ଫଳରେ ଖଣି କ୍ଷେତ୍ର ଉପରେ ଟିକସ ବୋଝ ବଢ଼ୁଛି, ଟିକସ ନୀତିକୁ ଆକଳନ କରାଯାଇପାରୁନାହିଁ ଏବଂ ଖଣି କାର୍ଯ୍ୟ ଆରମ୍ଭ ହେବା ପରେ ଖଣିଜ ପଦାର୍ଥ ଉତ୍ପାଦନ ଓ ପ୍ରେରଣ ଉପରେ ଏକାଧିକ ଟିକସ, ସେସ୍‌ ଓ ଅନ୍ୟାନ୍ୟ ଶୁଳ୍କ ରାଜ୍ୟଗୁଡ଼ିକ ଲଦି ଦେଉଛନ୍ତି। ଅତ୍ୟଧିକ ଟିକସ ଖଣି କାର୍ଯ୍ୟକୁ ବାଣିଜ୍ୟିକ ଦୃଷ୍ଟିରୁ ଅଣଲାଭଦାୟକ କରୁଛି ଏବଂ ଖଣିଜ ଉତ୍ତୋଳନକୁ ନିରୁତ୍ସାହିତ କରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଖଣି କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ୁନାହିଁ। ଏହି ବିଲ୍‌ ଜରିଆରେ ସେହି ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଉଦ୍ୟମ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media