Military intelligence: ୟୁକ୍ରେନ୍‌କୁ ୩୦୦ ସୈନ୍ୟଙ୍କୁ ହତ୍ୟା କରିବାକୁ ସାହାଯ୍ୟ କରିଥିଲେ ରୁଷ୍‌ ଅଧିକାରୀ

Oct 16, 2026 - 21:40
Military intelligence: ୟୁକ୍ରେନ୍‌କୁ ୩୦୦ ସୈନ୍ୟଙ୍କୁ ହତ୍ୟା କରିବାକୁ ସାହାଯ୍ୟ କରିଥିଲେ ରୁଷ୍‌ ଅଧିକାରୀ

"ୱାସିଂଟନ: ରୁଷ୍‌ର ଜଣେ ୨୬ ବର୍ଷୀୟ ସୈନ୍ୟ ଅଧିକାରୀ ଗୁପ୍ତ ଭାବେ ଦେଶ ବିରୋଧରେ ୟୁକ୍ରେନ୍‌କୁ ଯୁଦ୍ଧରେ ସାହାଯ୍ୟ କରୁଥିଲେ।

ସେ ତାଙ୍କ ପଦବିର ବ୍ୟବହାର କରି ନିଜ ଦେଶର ଯୁଦ୍ଧ ଯୋଜନା ଓ ଗୁଇନ୍ଦା ତଥ୍ୟ ୟୁକ୍ରେନ୍‌କୁ ପ୍ରଦାନ କରୁଥିଲେ, ଯଦ୍ବାରା ୩୦୦ରୁ ଅଧିକ ରୁଷ୍‌ ‌ସୈନ୍ୟ ନିହତ ହୋଇଥିଲେ।

ପରେ ସେ କିବ୍‌ ଚାଲି ଯାଇଥିଲେ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ସରକାର ବିରୋଧରେ ଯୁଦ୍ଧ କରିଥିଲେ ବୋଲି ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପ୍ରକାଶ କରିଛି।

Advertisment ଲେଫ୍ଟନାଣ୍ଟ ଲେଭ୍ ଷ୍ଟୁପନିକୋଭ୍ ରୁଷ ସେନାରେ ତାଙ୍କ ପଦବିକୁ ବ୍ୟବହାର କରି ୟୁକ୍ରେନୀୟ ଗୁପ୍ତଚର ସଂସ୍ଥା ସହିତ ସମ୍ବେଦନଶୀଳ ସାମରିକ ସୂଚନା ପ୍ରଦାନ କରୁଥିଲେ।

ତାଙ୍କର ଭୂମିକା ତାଙ୍କୁ ସୈନ୍ୟ ଗତିବିଧି, ଯୁଦ୍ଧ ଯୋଜନା, ଗୁପ୍ତଚର ଡ୍ରୋନ୍ ଏବଂ ନିରୀକ୍ଷଣ କ୍ୟାମେରାରୁ ଫିଡ୍ ପାଇବାକୁ ସୁଯୋଗ ଦେଇଥିଲା।

ତେବେ ଷ୍ଟୁପନିକୋଭ୍‌ଙ୍କୁ ଏଥିପାଇଁ ବ୍ୟକ୍ତିଗତ ମୂଲ୍ୟ ଦେବାକୁ ପଡ଼ିଥିଲା।

ୟୁକ୍ରେନରେ ପହଞ୍ଚିବା ପରେ ସେ ମସ୍କୋ ବିରୋଧରେ ଲଢ଼େଇରେ ଯୋଗ ଦେଇଥିଲେ କିନ୍ତୁ ଶେଷରେ ତାଙ୍କ ପତ୍ନୀଙ୍କ ସହ ଯୋଗାଯୋଗ ହରାଇ ଦେଇଥିଲେ।

ଷ୍ଟୁପନିକୋଭ୍ ଉଭୟ ରୁଷ୍‌ ଓ ସେମାନଙ୍କ ବିବାହ ସହିତ ବିଶ୍ୱାସଘାତକତା କରିବାର ଅଭିଯୋଗ କରିଛନ୍ତି।

Attack: ୟୁକ୍ରେନ୍‌ରେ ରୁଷୀୟ ଆକ୍ରମଣରେ ୭ ମୃତ, ୩ ଶିଶୁ ସାମିଲ ଷ୍ଟୁପନିକୋଭଙ୍କ ମାଆ, ତାଟିଆନା ୟାଣ୍ଟସେନ ମଧ୍ୟ ପୁଟିନଙ୍କର ଜଣେ ଘୋର ବିରୋଧୀ।

୪୯ ବର୍ଷୀୟ ୟାଣ୍ଟସେନ୍‌ ମଧ୍ୟ ପୁଟିନଙ୍କ ଶାସନ ବିରୋଧରେ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)