Migrant Worker: ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ, ମାସକରେ ୧୧ ଶ୍ରମିକ ମୃତ

Aug 29, 2026 - 13:30
Migrant Worker: ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ, ମାସକରେ ୧୧ ଶ୍ରମିକ ମୃତ

"ଘୁ.ଉଦୟଗିରି(ସମୀର କୁମାର ପାଢୀ): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ଦୀପ ଲିଭିଯାଇଛି।

ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲ୍ଲା ଅନ୍ତର୍ଗତ ମେଜରମେଣ୍ଟା ଠାରେ ଅଗଷ୍ଟ ୨୩ ତାରିଖରେ ଅଟୋ ଓଲଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇଦ୍ରଗଡ଼ ପଞ୍ଚାୟତ ରିସାଭୂମି ଗ୍ରାମର ମୁରଲୀ ନାୟକ (୫୫)ଙ୍କ ମୃତ୍ୟୁ ଘଟିଛି।ନିଜ ପରିବାରର ଭରଣପୋଷଣ ଓ ପିଲାମାନଙ୍କ ପାଠପଢ଼ା ପାଇଁ ମୁରଲୀ ଅନ୍ୟ ଶ୍ରମିକଙ୍କ ସହ ଆନ୍ଧ୍ରପ୍ରଦେଶ ଯାଇଥିଲେ।

ସେଠାରେ ମୂଲିଆ ଓ ମିସ୍ତ୍ରୀ ଭାବେ ଘର ନିର୍ମାଣ କାମ କରୁଥିଲେ।

ଦୁର୍ଘଟଣା ପରେ ଗୁରୁତର ଆହତ ମୁରଲୀଙ୍କୁ ସ୍ଥାନୀୟ ପୁଲିସ ଓ ଲୋକଙ୍କ ସହଯୋଗରେ ମେଡିକାଲକୁ ନିଆଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।Advertisment ମୁରଲୀ ପ୍ରାୟ ୪୦ ପ୍ରତିଶତ ଦିବ୍ୟାଙ୍ଗ ଥିଲେ ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ, ମୁରଲୀ ପ୍ରାୟ ୪୦ ପ୍ରତିଶତ ଦିବ୍ୟାଙ୍ଗ ଥିଲେ।

ତଥାପି ଆର୍ଥିକ ଅନାଟନ ଯୋଗୁଁ ପରିବାର ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହୋଇଥିଲେ।

ଏବେ ତାଙ୍କ ମୃତ୍ୟୁ ପରେ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି।ସବୁଠାରୁ ଚିନ୍ତାଜନକ ବିଷୟ ମାତ୍ର ଏକ ମାସରେ କନ୍ଧମାଳର ୧୧ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ।

ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲାର ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ପ୍ରଶ୍ନ ଉଠିଛି।

କନ୍ଧମାଳରେ ସ୍ଥାନୀୟ ରୋଜଗାର ସୃଷ୍ଟି, ଶ୍ରମିକଙ୍କ ପଞ୍ଜୀକରଣ, ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ସୁରକ୍ଷା ଏବଂ ମୃତ୍ୟୁ ପରେ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରଭାବୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍ଥାନୀୟ ରୋଜଗାର ହିଁ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ କନ୍ଧମାଳରେ ପର୍ଯ୍ୟାପ୍ତ କାମ ଓ ରୋଜଗାରର ସୁଯୋଗ ସୃଷ୍ଟି ହେଲେ ଅନେକ ପରିବାରକୁ ବାହାର ରାଜ୍ୟକୁ ଯାଇ ଜୀବନକୁ ବିପଦରେ ପକାଇବାକୁ ପଡ଼ିବ ନାହିଁ।

Death: ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)