Midnight Entry Allegation Against Police ASI: ରାତି ଅଧରେ ପୋଲିସ ASI ମହିଳାଙ୍କ ଘରେ ପଶିଥିବା ଅଭିଯୋଗ, ମାଡମରା ଭିଡିଓ ଭାଇରାଲ୍
ନୟାଗଡ ଜିଲ୍ଲା ରଣପୁରରେ ପୋଲିସ ଏଏସଆଇଙ୍କୁ ନେଇ ହାଇଡ୍ରାମା । ରାତି ଅଧରେ ମହିଳାଙ୍କ ଘରେ ପଶିିଥିବାର ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ଏଏସଆଇଙ୍କୁ ଅଟକ ରଖି ମାଡ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ରଣପୁର ଏନଏସି ଅଂଚଳରେ ଏଭଳି ଘଟଣା ଘଟିଛି। ଭିଡିଓରେ ଥିବା ପୋଲିସ ବାବୁ ଜଣକ ରଣପୁର କୋର୍ଟରେ କାର୍ଯ୍ୟରତ ASI ପ୍ରଶାନ୍ତ ପରିଡା ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ଗତକାଲି ରାତିରେ ସେ ରଣପୁର ବଡକୋ ସାହିସ୍ଥିତ ଜଣେ ମହିଳାଙ୍କ ଘରକୁ ଯାଇଥିଲେ ।
ରାତି ଅଧରେ କାହିଁକି ଆସିଛନ୍ତି ବୋଲି ପ୍ରଶ୍ନ କରିବାରୁ ଏଏସଆଇ ଜଣକ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଫଳରେ ଲୋକେ ତାଙ୍କୁ ଅଟକ ରଖି ମାଡ ମାରିଥିବା କୁହାଯାଉଛି । ଘଟଣାକୁ ନେଇ ସମ୍ପୃକ୍ତ ମହିଳା କିମ୍ବା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା ମିଳି ନାହିଁ ।
ତେବେ ASI ପ୍ରଶାନ୍ତ ପରିଡା କହିଛନ୍ତି, ଉକ୍ତ ମହିଳା ତାଙ୍କ ଚିହ୍ନା ପରିଚୟ । ଏଣୁ ସେ ତାଙ୍କୁ ମେଡିସିନ ଦେବାକୁ ସେଠାକୁ ଯାଇଥିଲେ। ଅନ୍ୟପଟେ ଘଟଣାକୁ ନେଇ ତାଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି ନୟାଗଡ ଆଡ଼ିସନାଲ SP।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।