Sea Rescue: ଉଦ୍ଧାର ହେଲେ ୧୫ ମତ୍ସ୍ୟଜୀବୀ, ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ଥିଲେ

Jul 11, 2026 - 14:39
Sea Rescue: ଉଦ୍ଧାର ହେଲେ ୧୫ ମତ୍ସ୍ୟଜୀବୀ, ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ଥିଲେ

୯ ଦିନ ପରେ ଠାବ ହେଲେ ୧୫ ନିଖୋଜ ମତ୍ସ୍ୟଜୀବୀ। ମାଛ ଧରିବାକୁ ଯାଇ ସମୁଦ୍ରରେ ଗତ ୨ ତାରିଖରୁ ମତ୍ସ୍ୟଜୀବୀ ନିଖୋଜ ହୋଇଥିଲେ। ପଶ୍ଚିମବଙ୍ଗ କାକଦ୍ୱୀପର ୨ କିମି ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ। 
ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ କମିଟି ସଭାପତି । ୨ ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ମାଛଧରା ବନ୍ଦରରୁ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ ମତ୍ସ୍ୟଜୀବୀ।

ପଶ୍ଚିମବଙ୍ଗର କାକଦ୍ୱୀପ ନିକଟରେ ପ୍ରାୟ ୨ କିଲୋମିଟର ଦୂରରେ ଅଟକି ଯାଇଥିଲା ଟ୍ରଲର। ଫଳରେ ଟ୍ରଲରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତଟରକ୍ଷୀ ବାହିନୀର ସହଯୋଗ ଲୋଡିଥିଲେ ସଂଘ। ପ୍ରତିକୂଳ ପାଗ ଓ ଯୋଗାଯୋଗ ବିଚ୍ଛିନ୍ନ ରହିବା କାରଣରୁ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଶାସନ ସକ୍ରିୟ ଥିଲେ। ଶେଷରେ ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳର ତିନି ଜଣ ମତ୍ସ୍ୟଜୀବୀ ଥିଲେ। 

ଠାବ ହେଲେ ୧୫ ମତ୍ସ୍ୟଜୀବୀ
ମାଛ ଧରିବାକୁ ଯାଇ ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ ଘଟଣା
ଉଦ୍ଧାର ହେଲେ ୧୫ ନିଖୋଜ ମତ୍ସ୍ୟଜୀବୀ
ପଶ୍ଚିମବଙ୍ଗ କାକଦ୍ୱୀପର ୨ କିମି ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ
୨ ତାରିଖରୁ ନିଖୋଜ ଥିଲେ ମତ୍ସ୍ୟଜୀବୀ
ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସୂଚନା
ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ କମିଟି ସଭାପତି ଦେଲେ ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।