Michael box office records: ବିଶ୍ୱସ୍ତରରେ ରେକର୍ଡ କଲା 'ମାଇକେଲ୍', ୧ ବିଲିୟନ ଡଲାର ପାର୍ ପରେ ଆସିବ ଦ୍ୱିତୀୟ ପାର୍ଟ

Jul 14, 2026 - 13:27
Michael box office records: ବିଶ୍ୱସ୍ତରରେ ରେକର୍ଡ କଲା 'ମାଇକେଲ୍', ୧ ବିଲିୟନ ଡଲାର ପାର୍ ପରେ ଆସିବ ଦ୍ୱିତୀୟ ପାର୍ଟ

ମାଇକେଲ୍ ବକ୍ସ ଅଫିସ୍‌ରେ ଇତିହାସ, ବିଶ୍ୱସ୍ତରରେ ୧ ବିଲିୟନ ଡଲାର ଅତିକ୍ରମ କରିବାରେ ପ୍ରଥମ ବାୟୋପିକ୍। ପପ୍ କିଙ୍ଗ ମାଇକେଲ୍ ଜ୍ୟାକସନଙ୍କ ଜୀବନୀ ଆଧାରିତ ହଲିଉଡ୍ ଚଳଚ୍ଚିତ୍ର 'ମାଇକେଲ୍' ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ରେ ନୂଆ ଇତିହାସ ରଚିଛି। ଫିଲ୍ମଟି ବିଶ୍ୱସ୍ତରରେ ୧ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଆୟ କରି ବିଲିୟନ-ଡଲାର କ୍ଲବରେ ପ୍ରବେଶ କରିବାରେ ପ୍ରଥମ ବାୟୋପିକ୍ ହୋଇଛି। ଏହି ଅଭୂତପୂର୍ବ ସଫଳତା ପରେ ନିର୍ମାତା ସଂସ୍ଥା ଲାୟନ୍ସଗେଟ୍ ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ଘୋଷଣା କରିଛନ୍ତି।

ମୁକ୍ତିଲାଭ ପରଠାରୁ 'ମାଇକେଲ୍' ବିଶ୍ୱର ବିଭିନ୍ନ ବଜାରରେ ଜବରଦସ୍ତ ପ୍ରଦର୍ଶନ କରିଆସୁଛି। ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା, ହାଉସଫୁଲ୍ ଶୋ' ଏବଂ ସ୍ଥିର ବକ୍ସ ଅଫିସ୍ ଆୟ ଫିଲ୍ମକୁ ୧ ବିଲିୟନ ଡଲାରର ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚାଇଛି। ଏହା ସହ ବାୟୋପିକ୍ ଶୈଳୀର ବ୍ୟବସାୟିକ ସମ୍ଭାବନାକୁ ମଧ୍ୟ ନୂଆ ଦିଗ ଦେଇଛି।

'ମାଇକେଲ୍' କେବଳ ବାୟୋପିକ୍ ବର୍ଗରେ ନୂଆ ରେକର୍ଡ କରିନାହିଁ, ଲାୟନ୍ସଗେଟର ଇତିହାସରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇଛି। ଏହା ସହିତ ଷ୍ଟୁଡିଓର ପ୍ରଥମ ଫିଲ୍ମ ଭାବେ ବିଶ୍ୱବ୍ୟାପୀ ୧ ବିଲିୟନ ଡଲାର ଆୟର ସଫଳତା ହାସଲ କରିଛି।

ଭାରତୀୟ ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ସାକନିଲ୍କ ତଥ୍ୟ ଅନୁଯାୟୀ, 'ମାଇକେଲ୍' ଭାରତରେ ୭୧.୦୯ କୋଟି ଟଙ୍କା ନେଟ୍ ଏବଂ ୮୩.୬୨ କୋଟି ଟଙ୍କା ଗ୍ରସ୍ ଆୟ କରିଛି। ଦେଶୀୟ ବଜାରର ଏହି ସଫଳତା ଫିଲ୍ମର ବିଶ୍ୱବ୍ୟାପୀ ଆୟରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ରଖିଛି।

ଫିଲ୍ମର ଐତିହାସିକ ସଫଳତା ପରେ ଲାୟନ୍ସଗେଟ୍ ଆନୁଷ୍ଠାନିକ ଭାବେ 'ମାଇକେଲ୍'ର ଦ୍ବିତୀୟ ଭାଗ ନିର୍ମାଣ ଘୋଷଣା କରିଛି। ପ୍ରଥମ ଫିଲ୍ମ ପରି ଦ୍ବିତୀୟ ଭାଗରେ ମଧ୍ୟ ଜାଫର ଜ୍ୟାକସନ ମାଇକେଲ୍ ଜ୍ୟାକସନଙ୍କ ଭୂମିକାରେ ନଜର ଆସିବେ।

ସୂଚନା ଅନୁଯାୟୀ, ଦ୍ବିତୀୟ ଭାଗର କିଛି ଅଂଶ ସୁଟିଂ ଶେଷ ହୋଇସାରିଛି। ଏଥିରେ ମାଇକେଲ୍ ଜ୍ୟାକସନଙ୍କ ଜୀବନର କମ୍ ଚର୍ଚ୍ଚିତ ଘଟଣା ଏବଂ କ୍ୟାରିୟରର ବିଭିନ୍ନ ପର୍ଯ୍ୟାୟକୁ ନୂଆ ଢଙ୍ଗରେ ଉପସ୍ଥାପନ କରାଯିବ। ଫଳରେ ଦର୍ଶକମାନେ ପପ୍ କିଙ୍ଗଙ୍କ ଜୀବନର ଅନେକ ଅଜଣା ଅଧ୍ୟାୟ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।