Mens Hockey: ପୁରୁଷ ହକି ଦଳ ବି ଜିତିଲେ

Sep 20, 2026 - 14:55
Mens Hockey: ପୁରୁଷ ହକି ଦଳ ବି ଜିତିଲେ

"ମହିଳା ଦଳ ଭଳି ପୁରୁଷ ହକି ଦଳ ବି ବିଜୟରୁ ଏସୀୟ କ୍ରୀଡ଼ା ଅଭିଯାନ ଆରମ୍ଭ କରିଛି।

ରବିବାର ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ଭରାତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ପରାସ୍ତ କରିଛି।

ଦିଲପ୍ରୀତ ସିଂହ ୪ ଗୋଲ୍‌ କରିଥିଲା ବେଳେ ଶିଳାନନ୍ଦ ଲାକ୍ରା ଓ ସୁଖଜିତ ସିଂହ ଯୁଗଳ ସଫଳତା ପାଇଥିଲେ।

ଓଡ଼ିଆ ପୁଅ ଶିଳାନନ୍ଦ (୬ ମିନିଟ୍‌)ଙ୍କ ପେନାଲ୍‌ଟି କର୍ଣ୍ଣର ଗୋଲ୍‌ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା।

Advertisment ଯୁଗଳ ପାଇଥିଲେ ସଫଳତା ଏହାପରେ ଅଭିଷେକ (୧୨ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରଥମ କ୍ବାର୍ଟରକୁ ୨-୦ରେ ଶେଷ କରିଥିଲା।

ଦ୍ବିତୀୟ କ୍ବାର୍ଟରରେ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଏହି ଦଳ ୫ ଗୋଲ୍‌ ଲଦି ଥିଲା।

ଦିଲପ୍ରିତ (୧୮, ୧୯ ମିନିଟ୍‌) ଲଗାତାର ୨ଟି ଏବଂ ରାଜିନ୍ଦର ସିଂହ (୧୯ ମିନିଟ୍‌), ମନଦୀପ ସିଂହ (୨୧ ମିନିଟ୍‌) ଓ ହର୍ମନପ୍ରୀତ (୨୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ତୃତୀୟ କ୍ବାର୍ଟରରେ ଇଣ୍ଡୋନେସିଆ ଅଧିନାୟକ ଅଲ୍‌ ଆର୍‌ଧ ଆଉଲିଆ (୩୩ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ।

ଏହାପରେ ଶିଳାନନ୍ଦ (୩୫ ମିନିଟ୍‌), ଦିଲପ୍ରୀତ (୩୭ ମିନିଟ୍‌) ଓ ସୁଖଜିତ (୩୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଦଳକୁ ୧୦-୧ରେ ଆଗରେ ରଖିଥିଲେ।

ଶେଷ କ୍ବାର୍ଟରରେ ଯୁଗରାଜ ସିଂହ (୪୭ ମିନିଟ୍‌), ସୁଖଜିତ (୪୮ ମିନିଟ୍‌) ଓ ଦିଲପ୍ରୀତ (୪୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ଭାରତ ମଙ୍ଗଳବାର ପରବର୍ତ୍ତୀ ପୁଲ-ଏ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ।

ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ଭାରତୀୟ ମହିଳା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)