Chhattisgarh Chief Minister: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ

Sep 20, 2026 - 14:55
Chhattisgarh Chief Minister: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ

"ଭୁବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀବିଷ୍ଣୁଦେଓ ସାଏ  ଓଡ଼ିଶା ଗସ୍ତ ଅବସରରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ସୌଜନ୍ୟମୂଳକ ଆଲୋଚନା କରିଛନ୍ତି।

ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ।

ବିମାନବନ୍ଦରରୁ ବାହାରି ସେ ସିଧା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଷ୍ଣୁଦେଓ ସାଏ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି।

ଏହି ବୈଠକରେ ମହାନଦୀ ଜଳ ବିବାଦ ସମେତ ଦୁଇ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ବୋଲି ଚର୍ଚ୍ଚା ହେଉଛି ।Advertisment ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ ହେବ ସୂଚନାଯୋଗ୍ୟ, ମହାନଦୀଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଷୟିକ ଆଲୋଚନା ଜାରି ରହିଛି ।

ସେପ୍ଟେମ୍ବର ୨୧ରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ବୈଷୟିକ ଟିମ୍‌ର ପରବର୍ତ୍ତୀ ବୈଠକ ହେବ ।

ସେହିପରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ ହେବ ।

ଏହା ପୂର୍ବରୁ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ତଥ୍ୟ ଆଧାରରେ ସମାଧାନର ରାସ୍ତା ଖୋଜାଯାଉଛି ।

ଏହା ପୂର୍ବରୁ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍.

ପାଟିଲଙ୍କ ଅଧ୍ୟକ୍ଷତାରେ ମୋହନ ମାଝୀ ଓ ବିଷ୍ଣୁଦେଓ ସାଏ ମହାନଦୀ ଜଳ ବଣ୍ଟନ ଓ ପରିଚାଳନା ନେଇ ଆଲୋଚନା କରିଥିଲେ ।

Tension: ସାରସକଣା ହସ୍ପିଟାଲରେ ଉତ୍ତେଜନା: ଡାକ୍ତର ଅନୁପସ୍ଥିତି ଅଭିଯୋଗରେ ଭଙ୍ଗାରୁଜା, ଔଷଧ ଓ ମେଡିକାଲ ସାମଗ୍ରୀରେ ଲଗାଇଲେ ନିଆଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)