Melioidosis: ମେଲିଓଇଡୋସିସ୍
ଆମ ଦେଶରେ ଯକ୍ଷ୍ମା ଓ ନିମୋନିଆ ଭଳି ରୋଗ ସାଧାରଣ, କିନ୍ତୁ ଏମାନଙ୍କ ଆଢ଼ୁଆଳରେ ଲୁଚି ରହିଛି ଏକ ଘାତକ ଜୀବାଣୁଜନିତ ସଂକ୍ରମଣ, ଯାହାର ନାମ ମେଲିଓଇଡୋସିସ୍।
ଏହି ରୋଗ 'ବର୍କହୋଲ୍ଡେରିଆ ସୁଡୋମାଲେଇ' ନାମକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପିଥାଏ।
ଉପଯୁକ୍ତ ସଚେତନତା ଓ ପରୀକ୍ଷଣ ର ଅଭାବ ଯୋଗୁଁ ଭାରତରେ ଏହା ଅଧିକାଂଶ ସମୟରେ ଚିହ୍ନଟ ହୋଇପାରେ ନାହିଁ, ଯାହା ଫଳରେ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ବଢ଼ିଯାଏ।
Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍ସିରେ ୪୯% ପଦବି ଖାଲି ବିଶ୍ୱବ୍ୟାପୀ ଏହି ରୋଗର ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ ଭାରତୀୟ ଉପମହାଦେଶରେ ଦେଖାଯାଉଥିଲେ ବି ଏହାକୁ ଏକ ଅବହେଳିତ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଯାଏ।
ଏହି ବ୍ୟାକ୍ଟେରିଆ ମୁଖ୍ୟତଃ ଦୂଷିତ ମାଟି ଓ ଦୂଷିତ ପାଣିରେ ରହିଥାଏ।
ମାଟି କିମ୍ବା ପାଣିରେ କାମ କରିବା ସମୟରେ ଦେହରେ କଟା ବା ଛାଲି ହୋଇଥିବା ସ୍ଥାନ ଦେଇ ଏହି ଜୀବାଣୁ ଶରୀରକୁ ପ୍ରବେଶ କରନ୍ତି।
ପ୍ରବଳ ବର୍ଷା କିମ୍ବା ବାତ୍ୟା ସମୟରେ ପବନରେ ଥିବା ବାଷ୍ପୀଭୂତ ଜଳକଣା ମାଧ୍ୟମରେ ଏହା ପ୍ରଶ୍ବାସରେ ଶରୀରକୁ ଯାଇପାରେ।
ଚାଷୀ, ନିର୍ମାଣ ଶ୍ରମିକ, ପ୍ଲମ୍ବର୍ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଏହାର ସଂକ୍ରମଣର ଭୟ ଅଧିକ ଥାଏ।
ଏହି ରୋଗର ଲକ୍ଷଣ ଅନ୍ୟ କେତେକ ସାଧାରଣ ରୋଗ ସହ ବହୁତ ମିଶିଯାଏ।
ଫଳରେ ଡାକ୍ତରମାନେ ସହଜରେ ଏହାକୁ ଚିହ୍ନିପାରନ୍ତି ନାହିଁ।
ଫୁସ୍ଫୁସ୍ରେ ସଂକ୍ରମଣ, କାଶ ଓ ଜ୍ୱର ହେବା ଯୋଗୁଁ ଏହାକୁ ଯକ୍ଷ୍ମା ବା ନିମୋନିଆ ଭାବି ଭୁଲ୍ ଚିକିତ୍ସା କରାଯାଏ।
ଏଥିରେ ଲିଭର୍ ଓ ପ୍ଲିହାରେ ଘା' ବା ଆବୁ ସୃଷ୍ଟି ହୋଇଥାଏ।
ରକ୍ତରେ ସଂକ୍ରମଣ ବ୍ୟାପି ଶରୀର ଗୁରୁତର ଅବସ୍ଥାକୁ ଚାଲିଯାଏ।
ଭାରତରେ ମେଲିଓଇଡୋସିସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୮%ରୁ ୮୦% ରୋଗୀ ଡାଇବେଟିସ୍ ପୀଡ଼ିତ।
ଡାଇବେଟିସ୍ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି ବ୍ୟାକ୍ଟେରିଆ ଶରୀରରେ ଶୀଘ୍ର ବ୍ୟାପିଯାଏ।
ଯଦି ରୋଗୀ 'ସେପ୍ଟିକ୍ ସକ୍' ଅବସ୍ଥାକୁ ଚାଲିଯାଆନ୍ତି, ତେବେ ମୃତ୍ୟୁ ହାର ୭୬% ପର୍ଯ୍ୟନ୍ତ ବୃଦ୍ଧି ପାଏ।
ପେନ୍ସିଲିନ୍ ଭଳି ସାଧାରଣ ଆଣ୍ଟିବାୟୋଟିକ୍ ବ୍ୟବହାର କରି ମେଲିଓଇଡୋସିସ୍ ବ୍ୟାକ୍ଟେରିଆକୁ ପ୍ରତିହତ କରିହେବ ନାହିଁ।
Horoscope 2026 November 05: ଜାଣନ୍ତୁ ଆଜିର ରାଶିଫଳ ...
ଏହାର ଚିକିତ୍ସା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସେଫ୍ଟାଜିଡାଇମ୍ କିମ୍ବା ମେରୋପେନେମ୍ ଭଳି ସ୍ୱତନ୍ତ୍ର ଇଞ୍ଜେକ୍ସନ୍ ଦରକାର ହୁଏ।
ଏହାପରେ ବହୁ ଦିନ ଔଷଧ ଖାଇବାକୁ ପଡ଼େ।
ପ୍ରାରମ୍ଭିକ ପର୍ଯ୍ୟାୟରେ ସାଧାରଣ ବ୍ଲଡ୍ କଲ୍ଚର୍ରୁ ଏହା ଧରାପଡ଼େ ନାହିଁ।
ପ୍ରତିଷେଧକ ସ୍ବରୂପ ବର୍ଷାଦିନେ କାର୍ଯ୍ୟରତ କୃଷକ ଓ ଶ୍ରମିକମାନେ ପାଦରେ ଜୋତା ଓ ହାତରେ ଗ୍ଲୋଭ୍ସ ପିନ୍ଧିବା ଉଚିତ।
ସେହିପରି ଡାଇବେଟିସ୍ ଥିବା ବ୍ୟକ୍ତି ଦୂଷିତ ମାଟି ଓ ପାଣି ସଂସ୍ପର୍ଶରେ ନଆସିବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
