Iran Warning To US: ଯୁଦ୍ଧ ଜୁଆ ଖେଳ ନୁହେଁ: ଆମେରିକାକୁ ଧମକ ଦେଲେ ଇରାନୀ କୁଦସ୍ ଫୋର୍ସ ମୁଖ୍ୟ
ତେହେରାନ: ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ର କୁଦସ୍ ଫୋର୍ସ କମାଣ୍ଡର ବ୍ରିଗେଡିୟର ଜେନେରାଲ ଇସମାଇଲ ଘାନି ଆମେରିକାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି।
ସେ ଇରାନ ଯୁଦ୍ଧରେ ଆମେରିକା ଜୁଆ ଖେଳିବା ଭଳି ଆଚରଣ ଜାରି ରଖିଥିବା ନେଇ ଚେତାବନୀ ଦେଇଛନ୍ତି।
Advertisment ସେ କହିଛନ୍ତି, ରେଜିଷ୍ଟାନ୍ସ ଫୋର୍ସ ସମଗ୍ର ଅଞ୍ଚଳରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ୱାସିଂଟନକୁ ଏକ ବଡ଼ ଝଟକା ଦେବାକୁ ସକ୍ଷମ।ଇରାନର ସରକାରୀ ସମାଚାର ଏଜେନ୍ସି ଇସଲାମିକ୍ ରିପବ୍ଲିକ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଘାନି ରେଜିଷ୍ଟାନ୍ସ ଫୋର୍ସର କ୍ଷମତା ଏବଂ ରଣନୈତିକ ଦକ୍ଷତାକୁ କମ୍ ଆକଳନ କରିଥିବାରୁ ଆମେରିକୀୟ ନେତାମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ରେଜିଷ୍ଟାନ୍ସ ଫୋର୍ସ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଭିନ୍ନ ଭିନ୍ନ ଅଞ୍ଚଳରେ ଏକତ୍ରିତ ହୋଇଛନ୍ତି।
ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ଅବରୋଧ ସୃଷ୍ଟି ହେବ ରେଜିଷ୍ଟାନ୍ସ ଫୋର୍ସର ରଣନୈତିକ ଗଭୀରତା କେବଳ ଏହାର ଅସ୍ତ୍ରଶସ୍ତ୍ରର ପରିସର ଦ୍ୱାରା ମାପ କରାଯାଇପାରିବ ନାହିଁ ବୋଲି ଦାୟିତ୍ୱହୀନ ଆମେରିକୀୟ ନେତାମାନେ ଏହା ଜାଣି ନାହାନ୍ତି।
ଆମେରିକୀୟ ସେନା ହର୍ମୁଜ୍ରେ ଯୁଦ୍ଧ ଲଢୁଥିବାବେଳେ ଆମେ ବାବ୍ ଅଲ୍-ମାଣ୍ଡେବକୁ ନିଜ ନିୟନ୍ତ୍ରଣକୁ ନେବୁ।
ଏହା ଦ୍ବାରା ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ଅବରୋଧ ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
Donald Trump: ନିର୍ବାଚନରେ ପରାଜିତ ପରେ ଟ୍ରମ୍ପଙ୍କ ନିର୍ଦ୍ଦେଶ: ଇରାନକୁ ସାହାଯ୍ୟ କରିବା ଅଭିଯୋଗରେ ଭାରତୀୟ ଦମ୍ପତି, ୯ କମ୍ପାନି ଉପରେ କଟକଣା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭ୍ରମିତ କରିଛନ୍ତି।
ଯୁଦ୍ଧ ଆମେରିକାର ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି ଏବଂ ହର୍ମୁଜ୍ ପ୍ରଣାଳୀରେ ୱାସିଂଟନ ପାଇଁ ଏକ ବିପର୍ଯ୍ୟୟ ଆଣିଥିବା ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
