Meghalaya violence: ମେଘାଳୟରେ ହିଂସା ଜାରି: ସରକାରୀ କାର୍ଯ୍ୟାଳୟ ଓ ଗାଡ଼ି ଉପରେ ଆକ୍ରମଣ

Aug 21, 2026 - 21:06
Meghalaya violence: ମେଘାଳୟରେ ହିଂସା ଜାରି: ସରକାରୀ କାର୍ଯ୍ୟାଳୟ ଓ ଗାଡ଼ି ଉପରେ ଆକ୍ରମଣ

"ଶିଲଂ: ମେଘାଳୟରେ ହିଂସା ଥମିବାର ନାଁ ନେଉନାହିଁ।

ଶିଲଂରେ ଦୁଇ ଦିନ ତଳେ ଛାତ୍ର ସଂଗଠନର ବାଇକ୍‌ ରାଲି ସମୟରେ ହୋଇଥିବା ହିଂସା ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି।

ଗତ ୨୪ ଘଣ୍ଟାରେ ସରକାରୀ ସମ୍ପତ୍ତି ଉପରେ ନୂଆ ଆକ୍ରମଣ ଓ ଅଗ୍ନିକାଣ୍ଡ ଘଟିଛି।

ତେବେ ଏହି ଘଟଣାଗୁଡ଼ିକରେ କେହି ମୃତାହତ ହୋଇନଥିବା ଅଧିକାରୀମାନେ କହିଛନ୍ତି।Advertisment ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ଶିଲଂର ନଙ୍ଗମେନସଙ୍ଗ ପୁଲିସ ଆଉଟପୋଷ୍ଟ ପରିସରକୁ ଏକ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା।

ଏହା ପରିସର ଭିତରେ ପଡ଼ି ଏକ ଚେୟାରରେ ନିଆଁ ଲାଗିଥିଲା।

ସେତେବେଳେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌)ର ଯବାନମାନେ ଅଟ୍ଟାଳିକାର ଉପର ମହଲାରେ ଥିଲେ।

କେହି ଆହତ ହେବାର ଖବର ନାହିଁ।

ପୁଲିସ ମାମଲା ରୁଜୁ କରିବା ସହ ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ରି-ଭୋଇ ଜିଲ୍ଲାର ସାଇଦେନ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୨ଟାରେ ଜଳ ସମ୍ପଦ ବିଭାଗ ପରିସରରେ ଥିବା ଦୁଇଟି ସରକାରୀ ଗାଡ଼ି ଓ ଏକ ମୋଟରସାଇକେଲ୍‌ରେ ନିଆଁ ଲଗାଯାଇଥିଲା।

ଏଥିରେ ଗୋଟିଏ ବୋଲେରୋ ଓ ମୋଟରସାଇକେଲ୍‌ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଏକ ବୋଲେରୋ କ୍ଷତିଗ୍ରସ୍ତ ହୋଇଛି।

ସାଉଥ୍‌ ୱେଷ୍ଟ ଖାସି ହିଲ୍ସ ଜିଲ୍ଲାର ମାଉକିରୱାଟ ନିକଟ ମାଉଲାଙ୍ଗୱିର ଗାଁରେ ଥିବା ପଶୁପାଳନ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଛାତ ଉପରକୁ ମଧ୍ୟ ଗୁରୁବାର ରାତି ପ୍ରାୟ ୧ଟାରେ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା।

ତେବେ ସେଥିରେ କୌଣସି କ୍ଷତି ହୋଇନାହିଁ।

ବିଜେପି ନେତୃତ୍ୱାଧୀନ ମେଘାଳୟରେ ହଠାତ୍ ଇସ୍ତଫା ଦେଲେ ୬୬% ମନ୍ତ୍ରୀ ଏହା ପୂର୍ବରୁ ୧୯ ଅଗଷ୍ଟରେ ଶିଲଂରେ ଖାସି ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ (କେଏସ୍‌ୟୁ) ପକ୍ଷରୁ ଆୟୋଜିତ ବାଇକ୍‌ ରାଲି ସମୟରେ ହିଂସା ହୋଇଥିଲା।

ଏଥିରେ ଅତି କମ୍‌ରେ ୩୧ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା, ଯାହା ମଧ୍ୟରୁ ଅଧିକାଂଶ ଆସାମ ନମ୍ବର ଗାଡ଼ି ଥିଲା।

ଅନେକ ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା।

ଘଟଣାକୁ ନେଇ ଶିଲଂରେ ୧୫ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ପୂର୍ବ ଖାସି ହିଲ୍ସ ଏସ୍‌ପି ବିବେକ ସିୟେମ୍‌ କହିଛନ୍ତି।

କେଏସ୍‌ୟୁର ତିନି ନେତାଙ୍କ ବିରୋଧରେ ମଧ୍ୟ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ହୋଇଛି।

ଅନ୍ୟପଟେ ଘଟଣାର ପ୍ରତିବାଦରେ ଆସାମର ଜୋରାବାଟ ଓ ଖାନାପଡ଼ାରେ ଗୁଆହାଟୀ ଭିତ୍ତିକ ଟ୍ୟାକ୍ସି ଚାଳକ ଓ ପରିବହନ କର୍ମଚାରୀମାନେ ଅବରୋଧ କରିଛନ୍ତି।

ଏହାଯୋଗୁ ଜାତୀୟ ରାଜପଥ-୨୭ରେ ମେଘାଳୟ ନମ୍ବର ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଶୁକ୍ରବାର ଜୋରାବାଟରେ ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଆସାମର ଟ୍ୟାକ୍ସିରେ ଯିବାକୁ ପଡ଼ିଥିଲା।

ଗୁଆହାଟୀରୁ ମେଘାଳୟ ଯାଉଥିବା ମେଘାଳୟ ଟ୍ୟାକ୍ସିଗୁଡ଼ିକୁ ଯାତ୍ରୀ ନ ନେଇ ଯିବାକୁ ଅନୁମତି ମିଳିଥିଲା।

ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସେବାର ଗାଡ଼ିଗୁଡ଼ିକୁ ଅବରୋଧରୁ ବାଦ୍‌ ଦିଆଯାଇଛି।

ଆସାମର ଡ୍ରାଇଭର ସଂଗଠନ ଓ ପର୍ଯ୍ୟଟକ ଟ୍ୟାକ୍ସି ଅପରେଟରମାନେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ କେ.

ସାଙ୍ଗମା ଓ ପର୍ଯ୍ୟଟନ ମନ୍ତ୍ରୀଙ୍କଠାରୁ କ୍ଷମା ପ୍ରାର୍ଥନା, କ୍ଷତିଗ୍ରସ୍ତ ଗାଡ଼ି ଓ ଆହତଙ୍କ ପାଇଁ କ୍ଷତିପୂରଣ ଏବଂ ଆସାମ ନମ୍ବର ଗାଡ଼ି ଓ ଚାଳକଙ୍କ ସୁରକ୍ଷା ପାଇଁ ଲିଖିତ ଆଶ୍ୱାସନା ଦାବି କରିଛନ୍ତି।

ପରିସ୍ଥିତିକୁ ଶାନ୍ତ କରିବା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରସ୍ପର ସହ କଥା ହୋଇଛନ୍ତି।

ମେଘାଳୟ ସରକାର ମଧ୍ୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରିଛନ୍ତି।

ଏହି ସମୟରେ ଶିଲଂ ସମେତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସ ଓ ସୁରକ୍ଷା ବାହିନୀର ଉପସ୍ଥିତି ବଢ଼ାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)