Medicines price: ୨୩ ଔଷଧର ଖୁଚୁରା ମୂଲ୍ୟ ଧାର୍ଯ୍ୟ
"ନୂଆଦିଲ୍ଲୀ: ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍ପିପିଏ) ୨୩ଟି ଔଷଧ ମିଶ୍ରଣର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିଛନ୍ତି।
ଏଥିରେ ଡାଇବେଟିସ୍, ହୃଦରୋଗ, ଯନ୍ତ୍ରଣା ନିବାରକ ଔଷଧ ରହିଛି।
ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ସେବନ କରୁଥିବା ସିତାଗ୍ଲିପ୍ଟିନ୍, ଗ୍ଲିମେପିରାଇଡ୍, ଡାପାଗ୍ଲିଫ୍ଲୋଜିନ୍, ମେଟ୍ଫର୍ମିନ (ଏକ୍ସଟେଣ୍ଡେଡ୍ ରିଲିଜ୍ ଓ ସଷ୍ଟେନଡ୍ ରିଲିଜ୍) ଓ ପିଓଗ୍ଲିଟାଜୋନ୍ର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯାଇଛି।Advertisment ଏହି ଔଷଧଗୁଡ଼ିକୁ ସନ୍ ଫାର୍ମା, ମ୍ୟାନ୍କାଇଣ୍ଡ ଫାର୍ମା, ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସ, ଆଲ୍କେମ୍, ଆଇପିସିଏ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ ଭଳି କମ୍ପାନି ନିର୍ମାଣ କରୁଛନ୍ତି।
ଔଷଧଗୁଡ଼ିକର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯିବାର ଅର୍ଥ ହେଉଛି କୌଣସି ସଂସ୍ଥା ତାଠାରୁ ଅଧିକ ଦାମ୍ରେ ଔଷଧ ବିକ୍ରି କରିପାରିବେ ନାହିଁ।
ବିଭିନ୍ନ ପ୍ରକାର ବିଷୟ ବିଚାରକୁ ନେଇ ଏନ୍ପିପିଏ ତରଫରୁ ଔଷଧର ଖୁଚୁରା ଦର ନିର୍ଦ୍ଧାରଣ କରାଯାଉଛି।
Government medicines: ଡାକ୍ତରଖାନା ବାହାରେ ଫୋପାଡ଼ିଦେଲେ ସରକାରୀ ଔଷଧ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।