Medical education in Odia: ଓଡ଼ିଆରେ ମେଡିକାଲ୍ ପାଠକୁ ଓଡ଼ିଆଙ୍କ ନା: ନିଟ୍-ୟୁଜି ପାଇଁ ମାତ୍ର ୭୧୬ ଜଣଙ୍କ ପଞ୍ଜୀକରଣ
"କେଶବ ପାଣି ଭୁବନେଶ୍ବର: ଓଡ଼ିଆ ଭାଷାରେ ମେଡିକାଲ୍ ପାଠ ପଢ଼ିବାକୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ନାହିଁ।
୨୦୨୬ ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ପରେ ଏଭଳି ଚିତ୍ର ସାମନାକୁ ଆସିଛି।
ଓଡ଼ିଶାରୁ ପାଖାପାଖି ୫୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ।
ସେମାନଙ୍କ ମଧ୍ୟରୁ ମାତ୍ର ୭୧୬ ଜଣ ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ଆଗ୍ରହ ଦେଖାଇଥିଲେ ଏବଂ ପରୀକ୍ଷାରେ ବସିଲା ବେଳକୁ ପ୍ରାୟ ୩୦୦ ଜଣ ଅନୁପସ୍ଥିତ ରହିଥିଲେ।
ମାତୃଭାଷା "ଓଡ଼ିଆ" ହୋଇଥିଲେ ମଧ୍ୟ ୯୦%ରୁ ଅଧିକ ପରୀକ୍ଷାର୍ଥୀ ଇଂରାଜୀ ଭାଷାରେ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
କେବଳ ଓଡ଼ିଆ ନୁହେଁ, ଗୁଜୁରାଟୀ, ବେଙ୍ଗଲୀ, ତାମିଲ ବ୍ୟତୀତ ଅନ୍ୟ କୌଣସି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨୦୦ ଟପିପାରି ନାହିଁ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନିଟ୍ରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୨୫ ତୁଳନାରେ ବହୁ ପରିମାଣରେ ହ୍ରାସ ପାଇଛି।
୨୦୨୫ରେ ୬୧ ହଜାର ୧୧୧ ଜଣ ପଞ୍ଜୀକରଣ କରିଥିବା ବେଳେ ୫୯ ହଜାର ୨୩୮ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୧ ହଜାର ୬୭୩ ଜଣ କୃତକାର୍ଯ୍ୟ ହୋଇଥିଲେ।
୨୦୨୬ରେ ପଞ୍ଜୀକରଣ ସଂଖ୍ୟା ୫୬ ହଜାର ୭୮୬କୁ କମିଥିଲା ଏବଂ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫୦ ହଜାର ୯କୁ କମିଯାଇଥିଲା।
ଗୋଟିଏ ବର୍ଷ ମଧ୍ୟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୯ ହଜାର କମିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ତେବେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୮ ହଜାର ୩୩୬ ରହିବା ଦ୍ବାରା ଓଡ଼ିଶାର ପାସ୍ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି।Advertisment Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା?
ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍ ନିଟ୍-ୟୁଜି ପାଇଁ ମାତ୍ର ୭୧୬ ଜଣଙ୍କ ପଞ୍ଜୀକରଣ୨୦୨୫ ତୁଳନାରେ ୯ ହଜାର ପରୀକ୍ଷାର୍ଥୀ କମିଲେ ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ତଥ୍ୟ ଅନୁଯାୟୀ ୨୦୨୧ରେ ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ୧,୦୧୬ ଜଣ ପଞ୍ଜୀକରଣ କରିଥିବା ବେଳେ ୨୦୨୨ରେ ୮୨୨, ୨୦୨୩ରେ ୯୮୮, ୨୦୨୪ରେ ୧,୩୧୨ ଓ ୨୦୨୫ରେ ୮୧୨ ଜଣ ପଞ୍ଜୀକରଣ କରିଥିଲେ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷାରେ ଭାଗ ନେଇ ନ ଥିଲେ।
ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଆଉ ୧୧ଟି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ଏଥର ୨୨ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଇଂରାଜୀରେ ସର୍ବାଧିକ ୧୮ ଲକ୍ଷ ୮ ହଜାର ୫୩୫ ଓ ହିନ୍ଦୀରେ ୩ ଲକ୍ଷ ୪୫ ହଜାର ୨୪୭ ଜଣ ରହିଥିଲେ।
ଆଞ୍ଚଳିକ ଭାଷା ମଧ୍ୟରେ ଗୁଜୁରାଟୀରେ ୪୯,୬୪୭, ବେଙ୍ଗଲୀରେ ୩୮,୫୭୭, ତାମିଲରେ ୨୯,୮୪୫, ଆସାମିଜ୍ରେ ୨,୧୪୭, ତେଲୁଗୁରେ ୧,୩୩୯, ମରାଠୀରେ ୧,୧୪୪, ଉର୍ଦ୍ଦୁରେ ୯୧୯, ମାଲାୟାଲମ୍ରେ ୭୮୭ ଜଣ ପଞ୍ଜୀକରଣ କରିଥିଲେ।
ଓଡ଼ିଆ ତଳକୁ କନ୍ନଡ଼ରେ ୬୧୪ ଓ ପଞ୍ଜାବୀ ଭାଷାରେ ୨୨୬ ଜଣ ପଞ୍ଜୀକରଣ କରିଥିଲେ।
Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍-ୟୁଜିକୁ ଓଡ଼ିଆ ଭାଷାରେ କରିବାକୁ ଓଡ଼ିଶା ବଡ଼ ଲଢ଼େଇ କରିଥିଲା।
ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଉଠିଥିଲା ସ୍ବର।
ସଂସଦରେ ବି ସାଂସଦମାନେ ଦାବି ଉପସ୍ଥାପନ କରିଥିଲେ।
ପରିଣାମସ୍ବରୂପ ଓଡ଼ିଆ ଭାଷାରେ ନିଟ୍-ୟୁଜି ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।
ନିଟ୍-ୟୁଜିରେ ଓଡ଼ିଆ ସାମିଲ ହେବା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା।
୨୦୧୯ରେ ଓଡ଼ିଆ ଭାଷାରେ ନିଟ୍-ୟୁଜି ଦେବାକୁ ୩୧ ହଜାର ୪୯୦ ଜଣ ପଞ୍ଜୀକରଣ କରିଥିଲେ।
ସେହିବର୍ଷ ଇଂରାଜୀ, ହିନ୍ଦୀ, ଗୁଜୁରାଟୀ ଭାଷା ପରେ ଓଡ଼ିଆ ୪ର୍ଥ ସ୍ଥାନରେ ରହିଥିଲା।
ଯେଉଁଥିରେ ପରୀକ୍ଷା ଦେବାକୁ ଏତେସଂଖ୍ୟକ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଥିଲେ।
ମାତ୍ର ଗୋଟିଏ ବର୍ଷ ପରେ ସବୁକିଛି ବଦଳି ଯାଇଥିଲା।
୨୦୨୦ରେ କୋଭିଡ୍ ସମୟରେ ମାତ୍ର ୮୨୨ ଜଣ ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ।
ସେବେଠାରୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ସଂଖ୍ୟା ଆଉ ବଢ଼ି ପାରୁନାହିଁ।
୮ ବର୍ଷ ମଧ୍ୟରେ ୨୦୨୬ରେ ସର୍ବନିମ୍ନ ୭୧୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ଓଡ଼ିଆ ଭାଷାରେ ମେଡିକାଲ୍ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ କେତେ ଆଗ୍ରହ ରହିଛି, ତାହା ପଦାକୁ ଆସିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।