Jammu and Kashmir: ଜମ୍ମୁ‑କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି
"ନୂଆଦିଲ୍ଲୀ: ଜମ୍ମୁ‑କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଫେରାଇବା ଦାବିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ପକ୍ଷରୁ ସୋମବାର ଦିଲ୍ଲୀରେ ବିକ୍ଷୋଭ କରାଯାଇଛି।
ତେବେ ଜନ୍ତରମନ୍ତର ଅଭିମୁଖେ ଯାଉଥିବା ଓମାର ଓ ତାଙ୍କ ଦଳର ନେତାମାନଙ୍କୁ ପୁଲିସ ବାଟରେ ଅଟକାଇ ଦେଇଥିଲେ।
ଏହାପରେ ଓମାର ନିଜ ଦୁଇ ପୁଅ ଜାହିର ଓ ଜମିରଙ୍କ ସହ ଅଟୋରିକ୍ସାରେ ଯାତ୍ରା କରିଥିଲେ।
ତାଙ୍କର ଏହି ଅଟୋଯାତ୍ରାଦିଲ୍ଲୀରେ ଆଲୋଚନାର ବିଷୟ ହୋଇଥିଲା।Advertisment ଆହୁରି ପଢନ୍ତୁ: Toilet problem ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ଶୌଚାଳୟ ଗାଏବ!
ସେହି ସମୟରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ସଂସଦ ଅଭିମୁଖେ ପଦଯାତ୍ରା ପାଇଁ ଆହ୍ବାନ ଦିଆଯାଇଥିବାରୁ ମଧ୍ୟ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା।
ବିଭିନ୍ନ ରାସ୍ତାରେ ପୁଲିସ ବ୍ୟାରିକେଡ୍ କରିବା ସହ ରାଜଧାନୀକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ।
ଏହି କଟକଣା ଭିତରେ ଏନ୍ସି ନେତାମାନେ ଜନ୍ତରମନ୍ତରରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ।
ଆହୁରି ପଢନ୍ତୁ: Monsoon: ଫଳପ୍ରଦ ମୌସୁମୀ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପୁଲିସ ଅଟକାଇବା ପରେ ଓମାର ଓ ଏନ୍ସିର ଅନ୍ୟ ନେତାମାନେ ରାସ୍ତାରେ ବସି ଜମ୍ମୁ‑କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ।
କେନ୍ଦ୍ର ସରକାର ସେମାନଙ୍କୁ ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ ଦେଇ ନ ଥିବା ଓମାର ଅଭିଯୋଗ କରିଛନ୍ତି।
ତେବେ ଅଟକାଇ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ସ୍ବରକୁ ଚପାଇ ଦିଆଯାଇପାରି ନାହିଁ ବୋଲି ସେ "ଏକ୍ସ"ରେ ଲେଖିଛନ୍ତି।
ରାଜ୍ୟ ମାନ୍ୟତା, ସାମ୍ବିଧାନିକ ଅଧିକାର ଓ ମର୍ଯ୍ୟାଦା ଫେରିପାଇବା ପାଇଁ ଏହି ଆନ୍ଦୋଳନ କେବଳ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ: Bhubaneswar Horror ଲିଫ୍ଟ୍ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼ ଏନ୍ସି ବିଧାୟକ ହସନୈନ ମସୁଦି କହିଛନ୍ତି, ଜମ୍ମୁ‑କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ନେଇ ସଂସଦ ଓ ସୁପ୍ରିମ୍କୋର୍ଟରେ ପ୍ରତିଶ୍ରୁତି ଦିଆଯାଇଥିଲା।
ଦଳ ପ୍ରାୟ ଦେଢ଼ ବର୍ଷ ଧରି ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇନାହିଁ।
ଏଭଳି ଅନିଶ୍ଚିତତା ଦେଶ କିମ୍ବା ଜମ୍ମୁ‑କାଶ୍ମୀରବାସୀଙ୍କ ସ୍ବାର୍ଥରେ ନୁହେଁ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ: Rath Yatra security ଯାତ୍ରାରେ ମାତିଛନ୍ତି ତସ୍କର, ୪ ଦିନରେ ବନ୍ଧା ହେଲେଣି ୧୪୩ ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ପୂର୍ବତନ ଜମ୍ମୁ‑କାଶ୍ମୀର ରାଜ୍ୟକୁ ଭାଗ କରି ଜମ୍ମୁ‑କାଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା।
ସେବେଠାରୁ ଜମ୍ମୁ‑କାଶ୍ମୀରକୁ ପୁଣି ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଏନ୍ସିର ପ୍ରମୁଖ ଦାବି ହୋଇରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।