Mayurbhanj Journalists’ ମୟୂରଭଞ୍ଜ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

Sep 13, 2026 - 19:54
Mayurbhanj Journalists’ ମୟୂରଭଞ୍ଜ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

"ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ରାଇରଙ୍ଗପୁରସ୍ଥ ମହତାବ ଭବନ ପରିସରରେ ମୟୂରଭଞ୍ଜ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଛି ।

Advertisment Journalists: ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ସାମ୍ବାଦିକ ସଂଘର କର୍ମକର୍ତ୍ତା କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣାଲିଷ୍ଟର ରାଜ୍ୟ ସଭାପତି ମନୋଜ ଦାସଙ୍କ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆଲୋଚନା ଆରମ୍ଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପାଠ କରିଥିଲେ।

ସାମ୍ବାଦିକତା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ସାମ୍ବାଦିକମାନଙ୍କ ସମସ୍ୟା ଏବଂ ସାମ୍ବାଦିକତାର ବିକାଶ ନେଇ ଏହି ଅବସରରେ ବିସ୍ତୃତ ଆଲୋଚନା ହୋଇଥିଲା।

ସେହିପରି ସାମ୍ବାଦିକମାନଙ୍କ ଏକତା ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ରାଇରଙ୍ଗପୁର ମହତାବ ଭବନରେ ଆୟୋଜିତ ଏହି ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ପୋଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଏବଂ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

Education: ଗରିବ ପରିବାରର ମେଧାବୀ ଛାତ୍ରୀଙ୍କ ପାଇଁ ଆଗକୁ ଆସିଲା ସାମ୍ବାଦିକ ସଂଘ ସାମ୍ବାଦିକମାନଙ୍କ ପକ୍ଷରୁ ଆଠଗୋଟି ମୌଳିକ ଦାବି ମୁଖ୍ୟ ଅତିଥିଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ।

ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଏନେଇ ଆବଶ୍ୟକ ପଦକ୍ଷେପ ପାଇଁ ଉଦ୍ୟମ କରାଯିବ ବୋଲି ମୁଖ୍ୟଅତିଥି ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲା, ବାମନ ଘାଟି ଉପଖଣ୍ଡ ସଭାପତି ଖୁଦିରାମ ମହାନ୍ତି, ସମ୍ପାଦକ ବିଶ୍ୱରଞ୍ଜନ ପାଲ୍, କଳିଙ୍ଗ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟର ରାଜ୍ୟ ଉପ ସଭାପତି ସୌରଭ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଗ୍ରୱାଲା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଉତ୍ସବରେ ସମ୍ମାନିତ ହୋଇଥିବା ସାମ୍ବାଦିକ ମାନେ ହେଲେ ଅନଶନ ମହାନ୍ତ, ପ୍ରଭାତ କୁମାର ହୋତା, ଲଲାଟେନ୍ଦୁ ପାତ୍ର, ଅଜିତ କୁମାର ସେନାପତି, ଅଭିଜିତ୍ ବିଶ୍ୱାଳ ପ୍ରମୁଖ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)