Mayurbhanj: ମୟୂରଭଞ୍ଜରେ ଗୁଣିଗାରେଡ଼ିକୁ ନେଇ ହତ୍ୟା ଘଟଣା: ଡିଏନ୍ଏ ପ୍ରୋଫାଇଲିଂ ଧରାପକାଇଲା ଷଡ୍ଯନ୍ତ୍ର
"କଟକ: ମୟୂରଭଞ୍ଜରେ ଜଣେ ନାବାଳକ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ।
ଏଥିରେ ପ୍ରତିଶୋଧ ପରାୟଣ ହୋଇ ମୃତକଙ୍କ ପରିବାର ଜଣେ ବୃଦ୍ଧ ଗୁଣିଆଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେବା ଘଟଣାରେ କ୍ରାଇମବ୍ରାଞ୍ଚ ପୁଲିସ ୩ ଜଣଙ୍କୁ କାବୁ କରିଛି।
ସେମାନଙ୍କ ମଧ୍ୟରେ ଜଣେ ନାବାଳକ ବି ରହିଛି।
ଗଲା ୫ ବର୍ଷ ଭିତରେ ଡିଏନ୍ଏ ପ୍ରୋଫାଇଲିଂ ମାଧ୍ୟମରେ ହତ୍ୟା ଅଭିଯୁକ୍ତକୁ ଠାବ କରିବା ଘଟଣା ପ୍ରଥମ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
Advertisment Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ ମୟୁରଭଞ୍ଜ ଜିଲ୍ଲା ଉଦଳାର ଏକ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅ ଭିତରୁ ଜଣେ ଅଜଣା ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଥିଲା।
ଅଖା ଭିତରେ ଶବ ପୁରାଇ ପଥର ବାନ୍ଧି କୂଅରେ ଫିଙ୍ଗାଯାଇଥିଲା।
ଏହି ଶବଟି ସଢ଼ିଯାଇ ଥିବାରୁ ଚିହ୍ନଟ ସମ୍ଭବପର ହୋଇନଥିଲା।
ଉଦଳା ଥାନା ପୁଲିସ ୨୦୨୩ ନଭେମ୍ବର ୮ରେ ଏହି ମାମଲାର ଖୋଳତାଡ଼ କରିଥିଲେ ମଧ୍ୟ କୌଣସି ସୂଚନା ପାଇନଥିଲା।
କ୍ରାଇମବ୍ରାଞ୍ଚ ୨୦୨୪ ଫେବ୍ରୁଆରି ୮ରେ ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା।
ମୃତକଙ୍କ ପୋଷାକ ଆଧାରରେ ସିମୂଳିଆର ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରାଯାଇଥିଲା।
ପରିବାର ଲୋକଙ୍କ ଡିଏନ୍ଏ ପ୍ରୋଫାଇଲିଂ କରିବା ପରେ ଶବ ସହିତ ମେଳ ଖାଇନଥିଲା।
ଏହି ବୃଦ୍ଧ ଜଣକ ଗୋଟିଏ ଗୋଡ଼ରେ ଚାରି ନମ୍ବର ଓ ଅନ୍ୟ ଏକ ଗୋଡ଼ରେ ୫ ନମ୍ବର ଚପଲ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରୁ ପ୍ରାୟ ୧୦ କିମି ଦୂରରେ ୨୦୨୩ ଅକ୍ଟୋବରରେ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା କ୍ରାଇମବ୍ରାଞ୍ଚ ଖବର ପାଇଥିଲା।
କେରଳରେ ରହୁଥିବା ନିଖୋଜ ବ୍ୟକ୍ତିଙ୍କ ପୁଅ ବିଶ୍ବନାଥ ସିଂହ ସହିତ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଥିଲା।
ସେ ଏହି ଚପଲକୁ ଚିହ୍ନଟ କରିବା ପରେ କ୍ରାଇମବ୍ରାଞ୍ଚ ତାଙ୍କ ଡିଏନ୍ଏ ପ୍ରୋଫାଇଲିଂ କରିବା ପରେ ବୃଦ୍ଧଙ୍କ ସହିତ ମେଳ ଖାଇଥିଲା।
ସେହି ବୃଦ୍ଧ ଜଣକ ଥିଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ସୁଖୁଆସାହିର ଯୁବରାଜ ସିଂ(୭୫)।
୨୦୨୬ ଜୁନ ୨୯ରେ ଡିଏନ୍ଏ ପ୍ରୋଫାଇଲିଂ ମାଧ୍ୟମରେ ଚିହ୍ନଟ ପରେ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡକୁ ଖୋଜିଥିଲା।
ତିନି ଅଭିଯୁକ୍ତ ଗିରଫ, ଜଣେ ନାବାଳକ ସଂପୃକ୍ତ Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡ ପୂର୍ବରୁ ବାନାସାହି (ଡୁଗୁଧା) ଗାଁର ଜଣେ ବ୍ୟକ୍ତି ମୃତ ଯୁବରାଜଙ୍କୁ ଗୁଣିଗାରେଡ଼ି କରିବା ପାଇଁ ଡାକିଥିଲେ।
ସେଠାରେ ସେ ଏକ ଭୋଜିରେ ଯୋଗ ଦେବା ପରଠାରୁ ନିଖୋଜ ହୋଇଯାଇଥିଲେ।
କିନ୍ତୁ ଯୁବରାଜ ବିଭିନ୍ନ ସମୟରେ ଘରୁ କେଉଁଆଡ଼େ ଚାଲିଯାଇ ପୁଣି ଫେରିଆସୁଥିବାରୁ ପରିବାର ଲୋକେ ଥାନାରେ କୌଣସି ଅଭିଯୋଗ କରି ନଥିଲେ।
କିନ୍ତୁ ଉଦଳା ଥାନା ବାନାସାହି(ଡୁଗୁଧା)ର ସାନଗୌରମୋହନ ସିଂ ଓରଫ ବିଦା ସିଂଙ୍କ ନାବାଳକ ପୁଅର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା।
ଏହି ମୃତ୍ୟୁ ପଛରେ ଯୁବରାଜ ଗୁଣିଗାରେଡ଼ି କରିଥିବା ସନ୍ଦେହରେ ବିଶ୍ବନାଥ ସିଂହ ନାମକ ଆଉ ଜଣେ ବ୍ୟକ୍ତିଙ୍କ ପୁଅ ସାନଗୌରମୋହନ ସିଂ ଓରଫ ବିଦା, ସାନ ଭାଇ ନରହରି ସିଂ ଓରଫ ବାପି ଏବଂ ଆଉ ଜଣେ ନାବାଳକ ସହ ମିଶି ଯୁବରାଜଙ୍କୁ ଦଉଡ଼ିରେ ଚିପି ହତ୍ୟା କରିଥିଲେ।
ଯୁବରାଜ ବିଲରେ କାମ କରୁଥିବା ବେଳେ ତାଙ୍କୁ ହତ୍ୟା କରି ପ୍ରାୟ ତିନି କିମି ଦୂର ଏକ କାଜୁ ଜଙ୍ଗଲର ପରିତ୍ୟକ୍ତ କୂଅରେ ଫିଙ୍ଗିଦେଇଥିଲେ।
ଅଭିଯୁକ୍ତ ସାନଗୌରମୋହନ ଓ ନରହରିକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ନାବାଳକକୁ ବାରିପଦାରେ ଥିବା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।"