Maternity leave: ତୃତୀୟ ସନ୍ତାନ ପାଇଁ ବି ମହିଳା କର୍ମଚାରୀଙ୍କୁ ୩୬୫ ଦିନ ମାତୃତ୍ବ ଛୁଟି
"ଚେନ୍ନାଇ: ତାମିଲନାଡୁର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି.
ଜୋସେଫ୍ ବିଜୟଙ୍କ ନେତୃତ୍ବାଧୀନ ସରକାର।
ଏଣିକି ତୃତୀୟ ସନ୍ତାନ ଜନ୍ମ ପାଇଁ ମଧ୍ୟ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନ ଅର୍ଥାତ୍ ଏକ ବର୍ଷର ମାତୃତ୍ବ ଛୁଟି ମିଳିବ।
ପୂର୍ବରୁ ତୃତୀୟ ସନ୍ତାନ ପାଇଁ ଏହି ଛୁଟି ୮୪ ଦିନ ଥିଲା।Advertisment ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ମାନବ ସମ୍ବଳ ପରିଚାଳନା ମନ୍ତ୍ରୀ ଡି.
ଶରଥକୁମାର ଏହି ଘୋଷଣା କରିଛନ୍ତି।
ସେ କହିଛନ୍ତି, ତାମିଲନାଡୁ ସରକାର ସାମାଜିକ କଲ୍ୟାଣ ଓ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦେଉଥିବାରୁ ତୃତୀୟ ସନ୍ତାନ ପାଇଁ ମିଳୁଥିବା ମାତୃତ୍ବ ଛୁଟି ୧୨ ସପ୍ତାହରୁ ବୃଦ୍ଧି କରାଯାଇ ୩୬୫ ଦିନ କରାଯାଉଛି।
ପୂର୍ବ ବ୍ୟବସ୍ଥା ଅନୁସାରେ ଦୁଇରୁ କମ୍ ସନ୍ତାନ ଜୀବିତ ଥିବା ବିବାହିତ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନ ମାତୃତ୍ବ ଛୁଟି ମିଳୁଥିଲା।
କିନ୍ତୁ ଦୁଇ ସନ୍ତାନ ଜୀବିତ ଥିଲେ ତୃତୀୟ ସନ୍ତାନ ପାଇଁ ୧୨ ସପ୍ତାହ ପର୍ଯ୍ୟନ୍ତ ପୂର୍ଣ୍ଣ ଦରମା ସହ ଛୁଟି ମିଳୁଥିଲା।
ନୂଆ ଘୋଷଣା ପରେ ତୃତୀୟ ସନ୍ତାନ ପାଇଁ ମଧ୍ୟ ପ୍ରଥମ ଦୁଇ ସନ୍ତାନ ଭଳି ଏକ ବର୍ଷର ଛୁଟି ମିଳିବ।
ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଖୁବ୍ଶୀଘ୍ର ବିସ୍ତୃତ ସରକାରୀ ନିର୍ଦ୍ଦେଶନାମା ଜାରି ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ତାମିଲନାଡୁରେ ମାତୃତ୍ବ ଛୁଟି ବୃଦ୍ଧିର ଇତିହାସ ମଧ୍ୟ ରହିଛି।
ପ୍ରଥମେ ଏହା ୯୦ ଦିନ ଥିଲା।
୨୦୧୧ରେ ଏହାକୁ ୬ ମାସ ଏବଂ ୨୦୧୬ରେ ୯ ମାସ କରାଯାଇଥିଲା।
ପରେ ୨୦୨୧ ଜୁଲାଇରେ ଯୋଗ୍ୟ ମହିଳା କର୍ମଚାରୀଙ୍କ ପାଇଁ ଏହାକୁ ୩୬୫ ଦିନ କରାଯାଇଥିଲା।
ଦୁଇ କିମ୍ବା ତା"ଠାରୁ ଅଧିକ ସନ୍ତାନ ଥିବା କର୍ମଚାରୀଙ୍କ ପାଇଁ ୧୨ ସପ୍ତାହର ବ୍ୟବସ୍ଥା ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଓ ପରବର୍ତ୍ତୀ ରାଜ୍ୟ ସଂଶୋଧନ ଅନୁସାରେ ଲାଗୁ ହୋଇଥିଲା।
Relief for Vijay Govt: ତାମିଲନାଡୁର କରୁର ଦଳାଚକଟା ମୃତକଙ୍କ ପରିବାରକୁ ଚାକିରି ବାତିଲ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
