Masked hypertension: ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌

Aug 26, 2026 - 09:01
Masked hypertension: ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌

"ଏବେ ଅଫିସ୍‌ଗୁଡ଼ିକର କାର୍ଯ୍ୟ ସଂସ୍କୃତି କର୍ମଚାରୀଙ୍କ କାମରେ ଅନେକ ପରିବର୍ତ୍ତନ ଆଣିଛି।

ଦାୟିତ୍ବ ବଢ଼ିଛି।

କାମର ଚାପ ଶରୀରକୁ ପ୍ରଭାବିତ କରୁଛି।

ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପକୁ ସାଧାରଣ ସମସ୍ୟା ବୋଲି ଧରାଯାଏ।

ଲାପ୍‌ଟପ୍‌ ବା କମ୍ପ୍ୟୁଟର୍‌ରେ ଦୀର୍ଘ ସମୟ କାମ, ଲଗାତାର ମାନସିକ ଚାପ, ନିଦ୍ରାର ଅଭାବ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁବା ଓ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଏବେ ୨୫ରୁ ୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ଦେଖାଦେଉଛି।

ଚିନ୍ତାର ବିଷୟ ହେଉଛି, ଅନେକଙ୍କର ରକ୍ତଚାପ ଡାକ୍ତରଙ୍କ କ୍ଲିନିକ୍‌ରେ ସାଧାରଣ ବୋଲି ଦେଖାଯାଉଥିବା ବେଳେ ଅଫିସ୍ କିମ୍ବା କାର୍ଯ୍ୟସ୍ଥଳୀରେ ଅଧିକ ରହୁଛି।

ଏହି ଅବସ୍ଥାକୁ "ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌" କୁହାଯାଉଛି।

ଏଭଳି ଲୋକଙ୍କ ଠାରେ ହୃଦ୍‌ଘାତ, ଷ୍ଟ୍ରୋକ୍ ଓ ବୃକ୍‌କ ରୋଗର ଆଶଙ୍କା ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇପାରେ।Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌ କ"ଣ?ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍ମେସନ୍‌ (ଏନ୍‌ସିବିଆଇ) ଅନୁଯାୟୀ, ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌ ହେଉଛି ଏଭଳି ଏକ ଅବସ୍ଥା, ଯେଉଁଥିରେ ଡାକ୍ତରଙ୍କ କ୍ଲିନିକ୍‌ରେ ରକ୍ତଚାପ ସାଧାରଣ (୧୪୦/୯୦ mmHgରୁ କମ୍) ଦେଖାଗଲେ ବି ଅଫିସ୍‌ରେ କିମ୍ବା ଦୈନନ୍ଦିନ କାର୍ଯ୍ୟକଳାପ ସମୟରେ ଏହା ଅଧିକ ରହିଥାଏ।

ଏହାକୁ ହ୍ୱାଇଟ୍‌ କୋଟ୍‌ ହାଇପର୍‌ଟେନ୍‌ସନ୍‌ର ବିପରୀତ ପ୍ରକ୍ରିୟା ବୋଲି ଧରାଯାଏ।

ବିପଦ ହେଉଛି, ଏହା ନିୟମିତ ପରୀକ୍ଷା ସମୟରେ ଚିହ୍ନଟ ହୁଏ ନାହିଁ।

ତେବେ ଶରୀରର ରକ୍ତବାହୀ ନଳୀ ଓ ହୃତ୍‌ପିଣ୍ଡ ନିରନ୍ତର ଚାପରେ ରହିଥାଏ।

ସାଧାରଣ ଉଚ୍ଚ ରକ୍ତଚାପଠାରୁ କିଭଳି ଅଲଗା?ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ର ତଥ୍ୟ ଅନୁସାରେ, ଘରେ, କାର୍ଯ୍ୟସ୍ଥଳରେ ହେଉ ବା କ୍ଲିନିକ୍‌ରେ, ସାଧାରଣ ଉଚ୍ଚ ରକ୍ତଚାପ ଭୋଗୁଥିବା ଜଣେ ବ୍ୟକ୍ତିଙ୍କର ରକ୍ତଚାପ ସବୁବେଳେ ସ୍ଥିର ଭାବେ ଉଚ୍ଚ ଥାଏ।

ତେବେ ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌ କ୍ଷେତ୍ରରେ ଦୈନନ୍ଦିନ କେତେକ ସ୍ବତନ୍ତ୍ର ପରିସ୍ଥିତିରେ ହିଁ ରକ୍ତଚାପ ବୃଦ୍ଧି ପାଏ, ହେଲେ ବାହାରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇଲେ ଏହା ସ୍ୱାଭାବିକ ହୋଇଯାଏ।

ଏହି କାରଣରୁ ଡାକ୍ତରମାନଙ୍କର କେବଳ ଗୋଟିଏ ରକ୍ତଚାପ ରିଡିଂ ଉପରେ ଏହା ନିର୍ଭର କରେ ନାହିଁ।

ବାରମ୍ବାର ରିଡିଂ ପରେ ଏହାର ଲକ୍ଷଣ ଜଣାପଡ଼ିପାରେ।

ଯୁବାବର୍ଗ ହେଉଛନ୍ତି ଶିକାରସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି) ଅନୁସାରେ, ଆଜିକାଲିର ଜୀବନଶୈଳୀକୁ ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌ର ସବୁଠାରୁ ବଡ଼ କାରଣ ଭାବରେ ବିବେଚନା କରାଯାଏ।

ଅଫିସ୍‌ରେ ଲଗାତାର ବସି ରହିବା, ଡେଡ୍‌ଲାଇନ୍‌ର ଚାପ, ମୋବାଇଲ୍‌ ଫୋନ୍‌ ତଥା ଲାପ୍‌ଟପ୍‌ର ଅତ୍ୟଧିକ ବ୍ୟବହାର, ଅପର୍ଯ୍ୟାପ୍ତ ନିଦ, ଅତ୍ୟଧିକ କ୍ୟାଫିନ୍‌, ଧୂମପାନ ଓ ପ୍ରକ୍ରିୟାକୃତ ଖାଦ୍ୟ ଶରୀରର ଚାପ ହର୍‌ମୋନ୍‌ (କର୍ଟିସଲ୍‌ ଓ ଆଡ୍ରେନାଲିନ୍‌)କୁ ବୃଦ୍ଧି କରେ।

ଏହା ସାରାଦିନ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ, ଯଦିଓ ବିଶ୍ରାମ ବେଳେ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିଆସେ।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ବିନା ଲକ୍ଷଣରେ ବିପଦପୂର୍ଣ୍ଣମାସ୍କ୍‌ଡ ହାଇପର୍‌ଟେନ୍‌ସନ୍ କୌଣସି ସ୍ପଷ୍ଟ ଲକ୍ଷଣ ବିନା ବର୍ଷ ବର୍ଷ ଧରି ରହିପାରେ ବୋଲି "ସାଇନ୍‌ସ ଡାଇରେକ୍ଟ୍‌"ରେ ଉଲ୍ଲେଖ ରହିଛି।

ଏହି ଉଚ୍ଚ ରକ୍ତଚାପ ଧୀରେ ଧୀରେ ଧମନୀକୁ କ୍ଷତି ପହଞ୍ଚାଏ।

ଏହା ହୃଦୟ ମାଂସପେଶୀକୁ କଠିନ କରି ଷ୍ଟ୍ରୋକ୍‌ର ବିପଦ ବଢ଼ାଇବା ସହ ବୃକ୍‌କ କାର୍ଯ୍ୟକୁ ବାଧା ଦେଇପାରେ ଏବଂ ଆଖିର ରକ୍ତବାହୀ ନଳୀକୁ ମଧ୍ୟ ପ୍ରଭାବିତ କରେ।

ରୋକିବାର ଉପାୟଯଦି ଆପଣଙ୍କର ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌ ଅଛି, ତେବେ ଆପଣଙ୍କୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ଏଥିପାଇଁ ସପ୍ତାହରେ ଅତି କମ୍‌ରେ ୧୫୦ ମିନିଟ୍ ବ୍ୟାୟାମ କରନ୍ତୁ।

କାମ ସମୟରେ ପ୍ରତି ୪୫-୬୦ ମିନିଟ୍‌ରେ ଉଠି ଚାଲନ୍ତୁ।

ଖାଦ୍ୟରେ ଲୁଣ ସୀମିତ ରଖିବା ସହ ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ।

ସେହିପରି ପ୍ରତିଦିନ ୭-୮ ଘଣ୍ଟା ଶୁଅନ୍ତୁ।

ଏଥିସହିତ ଧ୍ୟାନ ଓ ପ୍ରାଣାୟାମ ଭଳି ଚାପହ୍ରାସ କୌଶଳ ଅଭ୍ୟାସ କରନ୍ତୁ।

ଏହାକୁ ନିୟମିତ କ୍ଲିନିକାଲ୍‌ ପରୀକ୍ଷା ଦ୍ୱାରା ଚିହ୍ନଟ କରିହୁଏ।

ତେଣୁ ଏହାକୁ ହାଲୁକା ଭାବେ ନନେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)