Marco Rubio: ଶିଳ୍ପ ଜଗତ ସହ ରୁବିଓଙ୍କ ଆଲୋଚନା

Oct 22, 2026 - 01:04
Marco Rubio: ଶିଳ୍ପ ଜଗତ ସହ ରୁବିଓଙ୍କ ଆଲୋଚନା

"ନୂଆଦିଲ୍ଲୀ: ଭାରତ ଗସ୍ତ‌ରେ ଥିବା ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିଛନ୍ତି।

ସେ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ, ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନଙ୍କୁ ଭେଟିଥିଲେ।

ଏହାପରେ ସେ ଗୁଜରାଟର ଜାମନଗରରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସର୍ବବୃହତ୍‌ ତୈଳ ବିଶୋଧନାଗାର ଯାଇଥିଲେ।

ସେ ବନତାରା ଓ ଗିଗା ଫ୍ୟାକ୍ଟ୍ରିକୁ ମଧ୍ୟ ବୁଲିଥିଲେ।

Advertisment ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଶେଷ ହୋଇପାରୁନଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ରୁବିଓ ଭାରତ ଆସିଛନ୍ତି।

ସେ ଶକ୍ତି ସୁରକ୍ଷା, ବିନିର୍ମାଣ, ପ୍ରଯୁକ୍ତି ଆଦି କ୍ଷେତ୍ରରେ ବାଣିଜ୍ୟିକ ଓ ଗୁରୁତ୍ବପୂର୍ଣ୍ଣ ସହଯୋଗିତାକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଛନ୍ତି।

ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ କିଣିବା ପାଇଁ ରିଲାଏନ୍ସକୁ କୁହାଯାଇଥିବା ଚର୍ଚ୍ଚା ହେଉଛି।

Gautam Adani: ରାୟଗଡ଼ାରେ ଗୌତମ ଆଦାନୀ: ବଡ଼ ପୁଞ୍ଜିନିବେଶ ଯୋଜନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)