Maoists: ମାଟିତଳେ ମାଓବାଦୀଙ୍କ ଅର୍ଥ ଓ ଅସ୍ତ୍ର ଭଣ୍ଡାର: ମିଳିଲା ୪୦ ଲକ୍ଷ ଟଙ୍କା, ବନ୍ଧୁକ
ମାଲକାନଗିରି : ମାଓ ସଙ୍ଗଠନ ଭୁଶୁଡ଼ିଯାଇଛି।
ହେଲେ ସଙ୍ଗଠନର ଗୁପ୍ତ ଅର୍ଥ ଓ ଅସ୍ତ୍ର ଭଣ୍ଡାର ଗୋଟିଏ ପରେ ଗୋଟିଏ ଠାବ ହେଉଛି।
ସୁରକ୍ଷା ବାହିନୀ ଛତିଶଗଡ଼ ର ନାରାୟଣପୁର ଓ ବିଜାପୁର ଜିଲ୍ଲାରୁ ମାଟିତଳୁ ନଗଦ ୪୦ ଲକ୍ଷ ଟଙ୍କା ସମେତ ବନ୍ଧୁକ ଓ ଗୁଳିଗୋଳା ଜବତ କରିଛି।
ପୁଲିସ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତାଙ୍କ ନିର୍ଦ୍ଦେଶରେ ଡିଆରଜି, ଭୈରମଗଡ଼ ଥାନା ପୁଲିସ ଓ ବିଏସ୍ଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନ୍ ଚଳାଇ ନାରାୟଣପୁର ଜିଲ୍ଲାର ଓରଛା ଥାନା ଚାଲଚେର ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ କରିଥିଲେ।
ଏଥିରେ ଏସ୍ଏଲ୍ଆର୍, ଇନ୍ସାସ୍ ରାଇଫଲ୍ ସମେତ ୧୦୪ ରାଉଣ୍ଡ ଗୁଳି, ୫ଟି ମାଗାଜିନ ଓ ୨ଟି ୱାକିଟକି ଅଛି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ଚଢ଼ଉ ହୋଇଥିବା ପୁଲିସ କହିଛି।
Advertisment Odisha assembly: ମଣ୍ଡି ସରଳୀକରଣ ଓ ଚାଷୀ ଋଣ ଛାଡ କରିବାକୁ ବିଧାନସଭାରେ ଦାବି କଲେ ବିଧାୟକ ସେହିପରି ବିଜାପୁର ଜିଲ୍ଲାର ବଡ଼େପଲ୍ଲୀ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ସମୟରେ ମାଟିତଳୁ ମାଓବାଦୀଙ୍କ ଅର୍ଥଭଣ୍ଡାର ଠାବ ହୋଇଥିଲା।
ବସ୍ତାରେ ଲୁଚାଇ ରଖାଯାଇଥିବା ଏକ ଷ୍ଟିଲ୍ ଡବା ଭିତରେ ସୁରକ୍ଷିତ ଥିବା ୪୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ବଣ୍ଡଲ ମିଳିଥିଲା।
ପୁଲିସ ସୂଚନା ଅନୁଯାୟୀ ପୂର୍ବରୁ ମାଓବାଦୀଙ୍କ ମାଟିତଳ ଗୁପ୍ତ ସୁଡ଼ଙ୍ଗରୁ ନଗଦ ୭ କୋଟି ୬୦ ଲକ୍ଷ ୩୩ ହଜାର ୮୦୦ ଟଙ୍କା ସହ ୮.୫ କିଲୋଗ୍ରାମ ସୁନା ଜବତ ହୋଇଛି।
ଗୁରୁବାର ଜବତ ୪୦ ଲକ୍ଷ ଓ ଅସ୍ତ୍ରଶସ୍ତ୍ର ଆଉ ଏକ ବଡ଼ ସଫଳତା ବୋଲି କୁହାଯାଇଛି।
ବସ୍ତର ଅଞ୍ଚଳରେ ମାଓବାଦୀଙ୍କ ଗୁପ୍ତ ଠିକଣା, ଅସ୍ତ୍ର ଭଣ୍ଡାର ଓ ଆର୍ଥିକ ନେଟ୍ୱର୍କକୁ ଧ୍ବଂସ କରିବା ପାଇଁ ସୁରକ୍ଷାକର୍ମୀଙ୍କ ଅଭିଯାନ ଆଗକୁ ଜାରି ରହିବ ବୋଲି ପୁଲିସ କହିଛି।
Congress: ସମ୍ବିଧାନକୁ ରକ୍ଷା କରିବାକୁ ବଜ୍ର ଶପଥ ନେଇଛି କଂଗ୍ରେସ: ଭକ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
