Maoist Dump found ମାଓ ଡମ୍ପ୍‌ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର

Sep 21, 2026 - 17:55
Maoist Dump found ମାଓ ଡମ୍ପ୍‌ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର

"ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଆତ୍ମସମର୍ପଣ କରିଥିବା ନକ୍ସଲଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବିଜାପୁର ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି।

Advertisment ଭୈରମଗଡ଼ ଥାନା ଅଞ୍ଚଳର ଉତ୍‌ଲା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ଲୁଚାଇ ରଖାଯାଇଥିବା ନକ୍ସଲ ଡମ୍ପକୁ ପୁଲିସ ଉଦ୍ଧାର କରିଛି।

ଏଥିରୁ ଏକେ-୪୭ ରାଇଫଲ ସମେତ ବିଭିନ୍ନ ପ୍ରକାରର ଅସ୍ତ୍ର ଓ ଜୀବନ୍ତ ଗୁଳି ଜବତ ହୋଇଛି।

RECOVERY OF MAOIST DUMP: ମାଓବାଦୀ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମିଳିଥିବା ସୂଚନା ଆଧାରରେ ଅତିରିକ୍ତ ପୁଲିସ ଅଧୀକ୍ଷକ ଅମନ ଝାଙ୍କ ନେତୃତ୍ୱରେ ଡିଆରଜି ଓ ଭୈରମଗଡ଼ ଥାନାର ଯବାନଙ୍କୁ ନେଇ ଏକ ଟିମ୍‌ ଜଂଗଲରେ ସର୍ଚ୍ଚ ଅଭିଯାନରେ ବାହାରିଥିଲା।

ଭୈରମଗଡ଼ ଏସ୍‌ଡିଓପି ନବୀନ ଏକ୍କାଙ୍କ ଦ୍ୱାରା ଯବାନମାନଙ୍କୁ ନିର୍ଦେଶ ପରେ ଉତ୍‌ଲା ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଥିଲା।

ଏହି ସମୟରେ ମାଟି ତଳେ ପୋତା ହୋଇ ରଖାଯାଇଥିବା ନକ୍ସଲ ଡମ୍ପକୁ ଠାବ କରାଯାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ .୩୧୫ ବୋର ରାଇଫଲ, ଗୋଟିଏ ସିଙ୍ଗଲ୍‌ ସଟ୍‌ ରାଇଫଲ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଏକେ-୪୭ ମ୍ୟାଗାଜିନ୍‌, ୪୫ଟି ଏକେ-୪୭ ଜୀବନ୍ତ ଗୁଳି, ୨୫ଟି ୯ ଏମ୍‌ଏମ୍‌ ଜୀବନ୍ତ ଗୁଳି ଏବଂ .୩୧୫ ବୋର ରାଇଫଲର ୬ଟି ଜୀବନ୍ତ ଗୁଳି ରହିଛି।

ଜବତ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ଭୈରମଗଡ଼ ଥାନାକୁ ଅଣାଯାଇଥିବା ବେଳେ ଏନେଇ ଆଇନ ଅନୁଯାୟୀ ପରବର୍ତ୍ତୀ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା କୁହାଯାଇଛି।

Maoist Dump: ସୁରକ୍ଷା ବାହିନୀଙ୍କ ଚଢ଼ାଉବେଳେ ମାଓ ଡମ୍ପ ଉଦ୍ଧାର ବିଜାପୁର ପୁଲିସ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ ନିରନ୍ତର ନଜର ରଖାଯିବା ସହ ବିଭିନ୍ନ ସୂଚନା ସଂଗ୍ରହ କରାଯାଉଛି।

ଏହାସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଚାଲୁଥିବା ପୁଲିସ ପକ୍ଷରୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)