Literature: ଗଳ୍ପ ରାଜା ଓ ରାଣୀ: ମୂଳ ବଙ୍ଗଳା ରବୀନ୍ଦ୍ରନାଥ ଠାକୁର, ଅନୁସୃଜନ କରିଛନ୍ତି ମାୟାଧର ସ୍ୱାଇଁ...

Sep 21, 2026 - 17:39
Literature: ଗଳ୍ପ ରାଜା ଓ ରାଣୀ: ମୂଳ ବଙ୍ଗଳା ରବୀନ୍ଦ୍ରନାଥ ଠାକୁର, ଅନୁସୃଜନ କରିଛନ୍ତି ମାୟାଧର ସ୍ୱାଇଁ...

"ରାଜା ଓ ରାଣୀ  ବଙ୍ଗଳା: ରବୀନ୍ଦ୍ରନାଥ ଠାକୁରଅନୁସୃଜନ: ମାୟାଧର ସ୍ୱାଇଁ ବିପିନ କିଶୋର ଜନ୍ମରୁ ଧନୀ ଥିଲେ, ତେଣୁ ସେ ଟଙ୍କା ରୋଜଗାର କରିବା ଅପେକ୍ଷା ଖର୍ଚ୍ଚ କରିବାରେ ଅଧିକ ପାରଙ୍ଗମ ଥିଲେ।

ସେ ସଙ୍ଗୀତରେ ନିପୁଣ ଥିଲେ, କିନ୍ତୁ ବ୍ୟବସାୟରେ ନିର୍ବୋଧ ଏବଂ ଜୀବନର ସଂଘର୍ଷ ପାଇଁ ଅନୁପଯୁକ୍ତ ଥିଲେ।

ଶେଷରେ ସେ ତାଙ୍କର ସମସ୍ତ ସମ୍ପତ୍ତି ହରାଇଲେ।

Advertisment ରାଜା ଚିତ୍ତରଞ୍ଜନ କଚେରିରୁ ଜିତିକରି ତାଙ୍କର ସମ୍ପତ୍ତି ଫେରିପାଇବା ପରେ ଗୋଟିଏ ଥିଏଟର୍‌ ପାର୍ଟି ଗଢ଼ିବା ପାଇଁ ଚିନ୍ତାକଲେ ଏବଂ ଏଥିପାଇଁ ବିପିନଙ୍କୁ ଦାୟିତ୍ୱ ଦେଲେ।

ଚିତ୍ତରଞ୍ଜନ ବିପିନ ଓ ତାଙ୍କ ସଙ୍ଗୀତ ପ୍ରତି ଆକୃଷ୍ଟ ହେଲେ।

ବେଳେବେଳେ ଖାଦ୍ୟ ଥଣ୍ଡା ହୋଇଯାଉଥିଲା ଏବଂ ରାତି ଗଡ଼ିଯାଉଥିଲା, ତଥାପି ଦୁଇଜଣଙ୍କ ମଧ୍ୟରେ ସଙ୍ଗୀତ ଆଲୋଚନା ଶେଷ ହେଉ ନଥିଲା।

ରାଜାଙ୍କର ଅନ୍ୟାନ୍ୟ ଗୁଣଗୁଡ଼ିକ ମଧ୍ୟରେ ବିପିନଙ୍କ ସହିତ ଏହି ଘନିଷ୍ଠତା ହିଁ ତାଙ୍କର ଏକମାତ୍ର ଦୋଷ ଭାବରେ ଦିୱାନଙ୍କୁ ମନେହେଉଥିଲା।

ରାଣୀ ବସନ୍ତ କୁମାରୀ ନିଜ ସ୍ୱାମୀଙ୍କର ଏହି ଘନିଷ୍ଠତାକୁ ପସନ୍ଦ କରୁ ନ ଥିଲେ ଏବଂ ବିପିନଙ୍କୁ ଘୃଣା କରୁଥିଲେ।

ସେ ନିଜ ସ୍ୱାମୀଙ୍କୁ ଭର୍ତ୍ସନା କରି କହିଲେ ଯେ, ସେ ଜଣେ ଦୁର୍ଭାଗା ବାନର ପାଇଁ ନିଜକୁ ନଷ୍ଟ କରୁଛନ୍ତି।

ଯେତେଶୀଘ୍ର ସେ ଲୋକକୁ ଘରୁ ଦୂର କରିଦେବେ, ସେତେ ଶୀଘ୍ର ସେ ନିଶ୍ଚିନ୍ତ ହେବେ।

ଆହୁରି ପଢ଼ନ୍ତୁ- BJP Wins: ରାଜସ୍ଥାନର ବାଲୋତ୍ରା ଜିଲ୍ଲାରେ ସମସ୍ତ ୭ ନଗରପାଳିକା ଓ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପି ବିଜୟୀ ରାଣୀଙ୍କ ମନରେ ଏହି ଈର୍ଷା ଦେଖି ରାଜା ବହୁତ ଆନନ୍ଦିତ ହେଲେ।

ସେ ମୃଦୁ ହସି ଭାବିଲେ ଯେ ନାରୀମାନେ ଏ ପୃଥିବୀରେ କେବଳ ଜଣେ ପୁରୁଷଙ୍କୁ ହିଁ ଚିହ୍ନନ୍ତି, ଯାହାଙ୍କୁ ସେମାନେ ଭଲପାଆନ୍ତି।

ଅନ୍ୟ କାହାର ଗୁଣ କିମ୍ବା ଯୋଗ୍ୟତା ସେମାନଙ୍କ ମନକୁ ସ୍ପର୍ଶ କରେନାହିଁ।

ଜଣେ ନାରୀ ପାଇଁ ସର୍ବୋତ୍ତମ ପୁରୁଷ ସେହି, ଯିଏ ବିବାହର ମନ୍ତ୍ର ଉଚ୍ଚାରଣ କରି ତାଙ୍କ ସ୍ୱାମୀ ହୋଇଛନ୍ତି।

ସ୍ୱାମୀଙ୍କ ଭୋଜନରେ ସାମାନ୍ୟ ବିଳମ୍ବ ହେଲେ ତାଙ୍କ ମନରେ ଚିନ୍ତାର ସୀମା ରହେନାହିଁ; କିନ୍ତୁ ସ୍ୱାମୀଙ୍କ ଆଶ୍ରିତମାନେ ଖାଇଲେ କି ନାହିଁ, ସେଥିପାଇଁ ସେମାନଙ୍କର କୌଣସି ଚିନ୍ତା ନଥାଏ।

ନାରୀମାନଙ୍କର ଏହି ପକ୍ଷପାତୀ ସ୍ୱଭାବକୁ କେହି ସମାଲୋଚନା କରିପାରନ୍ତି, କିନ୍ତୁ ଚିତ୍ତରଞ୍ଜନଙ୍କୁ ଏହା ଖୁବ୍‌ ଭଲ ଲାଗୁଥିଲା।

ସେଥିପାଇଁ ସେ ପ୍ରାୟତଃ ରାଣୀଙ୍କ ଆଗରେ ବିପିନଙ୍କର ଅତ୍ୟଧିକ ପ୍ରଶଂସା କରୁଥିଲେ, କେବଳ ରାଣୀଙ୍କ କ୍ରୋଧଭରା ପ୍ରତିକ୍ରିୟା ଦେଖିବା ପାଇଁ।

କିନ୍ତୁ ଯାହା ରାଜା ଓ ରାଣୀଙ୍କ ପାଇଁ ମନୋରଞ୍ଜନ ଥିଲା, ତାହା ବିଚରା ବିପିନଙ୍କ ପାଇଁ ଯନ୍ତ୍ରଣାର କାରଣ ହେଲା।

ରାଣୀଙ୍କର ଉଦାସୀନତା ଓ ଅବହେଳା ଦେଖି ରାଜବାଟୀର ଚାକରମାନେ ମଧ୍ୟ ବିପିନଙ୍କ ପ୍ରତି ସେହିଭଳି ବ୍ୟବହାର କରିବାକୁ ଲାଗିଲେ।

ସେମାନେ ତାଙ୍କ ସୁବିଧା-ଅସୁବିଧା ଦେଖିବାକୁ ଭୁଲିଯାଉଥିଲେ।

ଏଥିରୁ ବିପିନ ଅନେକ କଷ୍ଟ ଭୋଗୁଥିଲେ।

ଥରେ ରାଣୀ ଚାକର ପୁଟେଙ୍କୁ ଡାକି କହିଲେ, “ତୁ ସବୁବେଳେ କାମ ଫାଙ୍କୁଛୁ।

ଦିନସାରା କ"ଣ କରୁଛୁ?” ପୁଟେ ଭୟଭୀତ ସ୍ୱରରେ କହିଲା, “ମହାରାଜଙ୍କ ଆଦେଶରେ ଦିନସାରା ବିପିନବାବୁଙ୍କ ସେବା କରିବାରେ ସମୟ କଟିଯାଏ, ମା"।” ରାଣୀ ବ୍ୟଙ୍ଗ କରି କହିଲେ, “ତୋର ସେ ବିପିନବାବୁ ବହୁତ ବଡ଼ ନବାବ ନା କ"ଣ?” ଏହି କଥାଟି ପୁଟେ ପାଇଁ ପର୍ଯ୍ୟାପ୍ତ ଥିଲା।

ତା" ପରଦିନଠାରୁ ସେ ବିପିନଙ୍କ ଅଇଁଠା ବାସନ ମାଜିଲା ନାହିଁ, ଅନେକ ସମୟରେ ତାଙ୍କ ଖାଦ୍ୟ ଢାଙ୍କିବାକୁ ମଧ୍ୟ ଭୁଲିଗଲା।

ବିପିନ ନିଜେ ଅନଭିଜ୍ଞ ହାତରେ ବାସନ ମାଜିଲେ, ଏବଂ ଅନେକ ଦିନ ଖାଇବାକୁ ମଧ୍ୟ ପାଇଲେ ନାହିଁ।

ତଥାପି ସେ କେବେ ରାଜାଙ୍କ ପାଖରେ ଅଭିଯୋଗ କଲେନାହିଁ।

ଚାକରମାନଙ୍କ ସହ ଝଗଡ଼ା କରି ନିଜକୁ ଛୋଟ କରିବା ତାଙ୍କ ସ୍ୱଭାବରେ ନ ଥିଲା।

ସେ ସବୁକିଛି ହସି ହସି ସହି ନେଉଥିଲେ।

ଏହିପରି ରାଜାଙ୍କର ସ୍ନେହ ବଢ଼ିବା ସହିତ ରାଣୀଙ୍କ ଅସନ୍ତୋଷ ମଧ୍ୟ ସୀମାହୀନ ହୋଇଗଲା।

ଆହୁରି ପଢ଼ନ୍ତୁ- Landslide And Flood: କେରଳମ୍‌ରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୬ ମୃତ ଏହି ସମୟରେ "ସୁଭଦ୍ରା ହରଣ" ଅପେରାର ଅଭ୍ୟାସ ଶେଷ ହେଲା।

ରାଜପ୍ରାସାଦର ପ୍ରାଙ୍ଗଣରେ ମଞ୍ଚ ପ୍ରସ୍ତୁତ ହେଲା।

ରାଜା "କୃଷ୍ଣ" ଏବଂ ବିପିନ "ଅର୍ଜୁନ" ଭୂମିକାରେ ଅଭିନୟ କଲେ।

ବିପିନଙ୍କର ଗୀତ କେତେ ମଧୁର ଥିଲା!

ତାଙ୍କର ରୂପ କେତେ ସୁନ୍ଦର ଲାଗୁଥିଲା!

ଦର୍ଶକମାନେ ଉତ୍ସାହରେ ତାଳି ବଜାଇବାରେ ଲାଗିଲେ।

ନାଟକ ଶେଷ ହେବା ପରେ ରାଜା ରାଣୀଙ୍କୁ ପଚାରିଲେ, “କେମିତି ଲାଗିଲା?” ରାଣୀ କହିଲେ, “ସତ କହୁଛି, ବିପିନ "ଅର୍ଜୁନ" ଭୂମିକାରେ ସୁନ୍ଦର ଅଭିନୟ କଲେ।

ତାଙ୍କୁ ଦେଖିଲେ ଲାଗେ ସେ କୌଣସି ସଂଭ୍ରାନ୍ତ ପରିବାରର ପୁଅ।

ତାଙ୍କ କଣ୍ଠସ୍ୱର ତ ଅପୂର୍ବ।” ରାଜା ମଜା କରି ପଚାରିଲେ, “ତା"ହେଲେ ମୁଁ କେମିତି ଦେଖାଯାଉଛି?

ମୁଁ କ"ଣ ସୁନ୍ଦର ନୁହେଁ?

ମୋର କଣ୍ଠସ୍ୱର କ"ଣ ମଧୁର ନୁହେଁ?” ରାଣୀ ଉତ୍ତର ଦେଲେ, “ଆପଣଙ୍କ କଥା ଅଲଗା।” ଏହା କହି ସେ ପୁଣି ବିପିନଙ୍କ ଅଭିନୟ ଓ ସଙ୍ଗୀତର ପ୍ରଶଂସା କଲେ।

ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା।

ରାଜା ହଠାତ୍ ଭାବିବାକୁ ଲାଗିଲେ- ଲୋକମାନେ ବିପିନଙ୍କ ଗୁଣକୁ ଅତିରଞ୍ଜିତ କରୁଛନ୍ତି।

ତାଙ୍କର ରୂପ କିମ୍ବା କଣ୍ଠସ୍ୱରରେ ଏତେ ବିଶେଷତ୍ୱ କ"ଣ ଅଛି?

କିଛିଦିନ ପୂର୍ବରୁ ସେ ନିଜେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ, କିନ୍ତୁ ହଠାତ୍ ତାଙ୍କ ମନରେ ଅଜଣା ପରିବର୍ତ୍ତନ ଆସିଗଲା।

ତା" ପରଦିନଠାରୁ ବିପିନଙ୍କ ଭୋଜନର ଭଲ ବ୍ୟବସ୍ଥା ହେଲା।

ରାଣୀ ରାଜାଙ୍କୁ କହିଲେ, “ବିପିନ ବାବୁଙ୍କୁ କଚେରୀରେ ଛୋଟ କର୍ମଚାରୀମାନଙ୍କ ସହ ରଖିବା ଠିକ୍ ନୁହେଁ।

ସେ ଏବେ ଯାହା ହୋଇଥାନ୍ତୁ, ଦିନେ ସେ ଜଣେ ସମ୍ପନ୍ନ ବ୍ୟକ୍ତି ଥିଲେ।” ରାଜା କେବଳ କହିଲେ, "ହଁ", ଏବଂ କଥା ବଦଳାଇ ଦେଲେ।

ରାଣୀ ପୁଣି ପ୍ରସ୍ତାବ ଦେଲେ ଯେ ରାଜକୁମାରଙ୍କ ଅନ୍ନପ୍ରାଶନ ଅବସରରେ ଆଉଥରେ ନାଟକର ଆୟୋଜନ କରାଯାଉ।

କିନ୍ତୁ ରାଜା ତାହା ଶୁଣି ମଧ୍ୟ ନ ଶୁଣିଲା ଭଳି ହେଲେ।

ଥରେ ରାଜା ପୁଟେକୁ ନିଜ ବସ୍ତ୍ର ଠିକ୍ ଭାବରେ ବିଛାଇ ନ ଥିବାରୁ ଧମକ ଦେଲେ।

ପୁଟେ କହିଲା, “ମୁଁ କ"ଣ କରିବି?

ରାଣୀଙ୍କ ଆଦେଶରେ ଦିନସାରା ବିପିନ ବାବୁଙ୍କ ସେବା କରିବାକୁ ପଡୁଛି।” ଏହା ଶୁଣି ରାଜା ବିରକ୍ତ ହୋଇ କହିଲେ, “ଛିଃ!

ବିପିନ ବାବୁ ତ ବଡ଼ ନବାବ!

ସେ ନିଜ ବାସନ ନିଜେ ଧୋଇପାରିବେ ନାହିଁ କି?” ପୁଟେ ପୂର୍ବପରି ଏହି ଇଙ୍ଗିତକୁ ବୁଝିଗଲା।

ଫଳରେ ବିପିନ ପୁଣି ପୂର୍ବର ଦୟନୀୟ ଅବସ୍ଥାକୁ ଫେରିଗଲେ।

ରାଣୀ ବିପିନଙ୍କ ଗୀତକୁ ବହୁତ ପସନ୍ଦ କରୁଥିଲେ।

ସନ୍ଧ୍ୟାବେଳେ ଯେତେବେଳେ ରାଜା ଓ ବିପିନ ସଙ୍ଗୀତ ଆସର ବସାଉଥିଲେ, ସେ ପାଖ ଘରର ପରଦା ଆଢ଼ରୁ ନିରବରେ ଶୁଣୁଥିଲେ।

କିନ୍ତୁ କିଛିଦିନ ପରେ ରାଜା ପୁଣି ନିୟମିତ ସମୟରେ ଭୋଜନ ଓ ଶୟନ କରିବାକୁ ଲାଗିଲେ।

ସଙ୍ଗୀତ ସଭା ବନ୍ଦ ହୋଇଗଲା।

ବିପିନଙ୍କ ସନ୍ଧ୍ୟାର ସେବା ଆଉ ଆବଶ୍ୟକ ରହିଲା ନାହିଁ।

ଆହୁରି ପଢ଼ନ୍ତୁ- Jamui: ଜମୁଇ ନାବାଳିକା ଛାତ୍ରୀଙ୍କ ସହ ଅସଦାଚରଣ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଦିନେ ଦ୍ୱିପ୍ରହରରେ ରାଜା ଜମିଦାରୀ କାମରୁ ଶୀଘ୍ର ଫେରି ଅନ୍ତଃପୁରକୁ ଆସି ଦେଖିଲେ, ରାଣୀ କିଛି ପଢୁଛନ୍ତି।

ସେ ପଚାରିଲେ, “କ"ଣ ପଢ଼ୁଛ?” ରାଣୀ ଟିକେ ଅପ୍ରସ୍ତୁତ ହେଲେ ମଧ୍ୟ କହିଲେ, “ବିପିନ ବାବୁଙ୍କ ଗୀତ ବହିରୁ କିଛି ଗୀତ ପଢୁଛି।

ଆପଣ ହଠାତ୍ ସଙ୍ଗୀତ ପ୍ରତି ଆଗ୍ରହ ଛାଡ଼ିଦେବା ପରଠାରୁ ଆଉ ତାଙ୍କ ଗୀତ ଶୁଣିବାକୁ ମିଳୁନାହିଁ।” ବିଚାରୀ ରାଣୀ!

ସେହି ତ ନିଜେ ଏକ ସମୟରେ ସ୍ୱାମୀଙ୍କ ମନରୁ ସଙ୍ଗୀତ ପ୍ରତି ଆଗ୍ରହ ଦୂର କରିବାକୁ ବହୁତ ଚେଷ୍ଟା କରିଥିଲେ।

ପରଦିନ ରାଜା ବିନା କୌଣସି ଚିନ୍ତା କିମ୍ବା ସହାନୁଭୂତିରେ ବିପିନଙ୍କୁ ଚାକିରିରୁ ବିଦା କରିଦେଲେ।

ଏହାପରେ ସେ କେଉଁଠିକି ଯିବେ, କିପରି ଜୀବନ ଚଳାଇବେ, ସେଥିପାଇଁ ରାଜା ଥରେ ମଧ୍ୟ ଭାବିଲେ ନାହିଁ।

କିନ୍ତୁ ବିପିନଙ୍କ ଦୁଃଖ କେବଳ ଚାକିରି ହରାଇବା ନୁହେଁ।

ସେ ରାଜାଙ୍କ ସହ ଗଭୀର ସ୍ନେହ ଓ ଆତ୍ମୀୟତାର ବନ୍ଧନରେ ବାନ୍ଧି ହୋଇଥିଲେ।

ସେ ବେତନଠାରୁ ଅଧିକ ସ୍ନେହ ଯୋଗୁଁ ରାଜାଙ୍କ ସେବା କରୁଥିଲେ।

ଅନେକ ଭାବିଲେ ମଧ୍ୟ ରାଜାଙ୍କ ହଠାତ୍ ବିମୁଖତାର କାରଣ ସେ ବୁଝିପାରିଲେ ନାହିଁ।

ଶେଷରେ ସେ ନିଜକୁ କହିଲେ, “ଭାଗ୍ୟ!

ସବୁ ଭାଗ୍ୟର ଖେଳ।” ତା"ପରେ ନିରବରେ ଦୀର୍ଘଶ୍ବାସ ଛାଡ଼ି, ନିଜର ପୁରୁଣା ଗିଟାରକୁ ବାକ୍ସରେ ରଖିଲେ, ପକେଟରେ ଥିବା ଶେଷ ଦୁଇଟି ମୁଦ୍ରା ପୁଟେକୁ ବିଦାୟ ବକସିସ୍ ସ୍ୱରୂପ ଦେଇ, ବିଶାଳ ପୃଥିବୀର ପଥରେ ଏକାକୀ ବାହାରିଗଲେ, ଯେଉଁଠାରେ ତାଙ୍କର ନିଜର ବୋଲି କହିବାକୁ ଆଉ କେହି ନ ଥିଲେ।

ମୋ: ୯୪୩୮୬୯୩୭୨୪ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)