Manoj Padhi Gets Bail in Textbook Controversy: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ମନୋଜ ପାଢ଼ୀଙ୍କୁ ଜାମିନ, ଗିରଫ ହୋଇଥିଲେ ଜୁଲାଇ ୧୪ ତାରିଖରେ

Aug 05, 2026 - 16:34
Manoj Padhi Gets Bail in Textbook Controversy: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ମନୋଜ ପାଢ଼ୀଙ୍କୁ ଜାମିନ, ଗିରଫ ହୋଇଥିଲେ ଜୁଲାଇ ୧୪ ତାରିଖରେ

ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ମନୋଜ ପାଢ଼ୀଙ୍କୁ ଜାମିନ । ମନୋଜଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ ।  ସ୍କୁଲ ପାଠ୍ୟପୁସ୍ତକରେ ମାଳମାଳ ଭୁଲ୍ ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗତ ଜୁଲାଇ ୧୪ ତାରିଖରେ ଦୀର୍ଘ ୪ ଘଣ୍ଟାର ଜେରା ପରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ମନୋଜ ପାଢ଼ୀ ବହିଗୁଡ଼ିକର ତଥ୍ୟଗତ, ବୈଜ୍ଞାନିକ, ଭୌଗୋଳିକ ଓ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡ଼ିକୁ ସଠିକ୍ ଭାବେ ଯାଞ୍ଚ ନକରି ଜାଣିଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ସରକାର ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା । ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । 

ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ

ମନୋଜଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ 
ପାଠ୍ୟପୁସ୍ତକରେ ଭୁଲ୍ ମାମଲାରେ ଗିରଫ ହୋଇଥିଲେ ମନୋଜ
ମନୋଜ କୁମାର ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା
ତ୍ରୁଟିଗୁଡ଼ିକୁ ସଠିକ୍ ଭାବେ ଯାଞ୍ଚ ନକରି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିଲେ
ମନୋଜଙ୍କ ସମେତ ୩ ସହକାରୀ ନିର୍ଦ୍ଦେଶକ ହୋଇଛନ୍ତି ସସପେଣ୍ଡ
୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।