Manmohan Samal: ସାଳନ୍ଦୀ ସଂସ୍କାର ପାଇଁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ
"ଭଦ୍ରକ (ହରିହର ନାୟକ): ସାଳନ୍ଦୀ ନଦୀର ସଂସ୍କାର ପାଇଁ ଭଦ୍ରକର ସାଳନ୍ଦୀ ବିକାଶ ମଞ୍ଚ ତରଫରୁ ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କୁ ଭେଟି ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ କୁହାଯାଇଛି ଯେ, ସଳନ୍ଦୀ ଦୁର୍ବଳ ନଦୀବନ୍ଧ ଓ ଏହାର ନଦୀ ଗର୍ଭ ଖନନ ହେଉ ନଥିବାରୁ ବାରମ୍ବାର ବନ୍ୟା ଆସି ଲୋକଙ୍କର ବହୁ କ୍ଷତିର ସାମ୍ନା କରୁଛନ୍ତି।
ଚାଷ ନଷ୍ଟ ହେଉଛି।
ପ୍ରତିବର୍ଷ ସାପ କାମୁଡ଼ାରେ ଲୋକ ଆତଙ୍କିତ ହେଉଛନ୍ତି।
ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ନଦୀବନ୍ଧର ଉଚ୍ଚତା ବଢ଼ିବା ସହ ନଦୀ ଗର୍ଭ ଖନନ କରିବା ଓ ଭଦ୍ରକ ସହର ଦେଇ ଯାଇଥିବା ସାଳନ୍ଦୀ ନଦୀର ଉଭୟ ପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ଦାବି କରାଯାଇଛି।
Advertisment ସେହିପରି ନଦୀପଠାକୁ ଜବରଦଖଲରୁ ମୁକ୍ତ କରିବା ଓ ବନ୍ୟାଜଳର ସୁପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିବା।
ସାଳନ୍ଦୀ ନଦୀ ଆଜି ଭଦ୍ରକ ପୌରପାଳିକା ଅଧିଭୁକ୍ତ ସମସ୍ତ ସରକାରୀ ଓ ଘରୋଇ ବର୍ଯ୍ୟ ବସ୍ତୁ, ବ୍ୟବହାରିତ ଜଳ ପାଇଁ ପ୍ରଦ୍ୟୁଷଣ ହେଉଛି।
ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ନଦୀକୁ ପାଣି ଛାଡିବା ପାଇଁ ଯୋଜନା କରିବା ଦାବି କରାଯାଇଥିଲା।
Salandi river: ଧସିଲା ସାଳନ୍ଦୀ ନଦୀବନ୍ଧ, ବୁଡ଼ିଲା ୫ ପଞ୍ଚାୟତ ରାଜ୍ୟସଭା ସାଂସଦ ଶ୍ରୀ ସାମଲ ଏହାର ସ୍ଥାୟୀ ପ୍ରତିକାର ପାଇଁ ଏକ ସର୍ଭେ ଓ ଡିପିଆର ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ଓ ତାହାପରେ ଏହାର ଖର୍ଚ୍ଚ ଅଟକଳ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଏହି ଦାବିପତ୍ର ସଂଗଠନର ସଭାପତି ଅମ୍ବିକା ଦାସ, ସମ୍ପାଦକ ପ୍ରତାପ ପାଢ଼ୀ, ଇଞ୍ଜିନିଅର କମଳା ବେହେରା, ପ୍ରସନ୍ନ ମହାପାତ୍ର, ସ୍ୱଦେଶ ପଣ୍ଡା ଓ ସରଜୁ ଶୈଳ ପଳେଇ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
