Manipur Violence: ମଣିପୁର କାଙ୍ଗପୋକପିରେ ଅପହୃତ ୨ କୁକି ଯୁବକଙ୍କ ମୃତଦେହ ଉଦ୍ଧାର: ୫ ଦିନ ପରେ ମିଳିଲା ମୃତଦେହ

Nov 01, 2026 - 15:00
Manipur Violence: ମଣିପୁର କାଙ୍ଗପୋକପିରେ ଅପହୃତ ୨ କୁକି ଯୁବକଙ୍କ ମୃତଦେହ ଉଦ୍ଧାର: ୫ ଦିନ ପରେ ମିଳିଲା ମୃତଦେହ

ଇମ୍ଫାଲ: ଜାତିଗତ ହିଂସାରେ ସନ୍ତପ୍ତ ମଣିପୁରର କାଙ୍ଗପୋକପି ଜିଲ୍ଲାରୁ ୫ ଦିନ ତଳେ ଅପହୃତ ହୋଇଥିବା ୨ ଜଣ ଯୁବକଙ୍କ ମୃତଦେହ ରବିବାର ସୁରକ୍ଷା ବାହିନୀର ମିଳିତ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି।

ମୃତ ଯୁବକ ଦ୍ୱୟ ହେଲେ ପାଓଗିନଲାଲ୍ ହାଙ୍ଗସିଂ (୨୦) ଏବଂ ଟିଙ୍ଗିନଲୁନ୍ ଚୋଙ୍ଗଲୋଇ (୨୧)।

ଗତ ଅକ୍ଟୋବର ୨୮ ତାରିଖରେ ହେଙ୍ଗବୁଙ୍ଗ୍ ଏବଂ ତାଫୋ ଗ୍ରାମରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଥିଲା।

Advertisment ସମଗ୍ର ଜିଲ୍ଲାରେ ବନ୍ଦ ଡାକରା ମଣିପୁର ପୁଲିସ, କୋବ୍ରା, ସିଆରପିଏଫ୍, ଆସାମ୍ ରାଇଫଲ୍ସ ଏବଂ ରାପିଡ୍ ଆକ୍ସନ୍ ଫୋର୍ସର ମିଳିତ ଟିମ୍ ଜାତୀୟ ରାଜପଥ-୨ ର ପୂର୍ବ ଭାଗସ୍ଥିତ ଏସପି ରୋଡ୍ ପାର୍ବତ୍ୟାଞ୍ଚଳରେ ଚଲାଇଥିବା ବ୍ୟାପକ ତଲାସୀ ଅଭିଯାନ ସମୟରେ ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି।

ଯୁବକ ଦ୍ୱୟ ନିଖୋଜ ହେବା ପରଦିନ ଅର୍ଥାତ୍ ଅକ୍ଟୋବର ୨୯ ରୁ କୁକି-ଜୋ ଗୋଷ୍ଠୀ ''କମିଟି ଅନ୍ ଟ୍ରାଇବାଲ୍ ୟୁନିଟି'' ପକ୍ଷରୁ ସମଗ୍ର ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିଲା।

ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ସଂବେଦନଶୀଳ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି।

୧୦୦ରୁ ଊର୍ଦ୍ଧ୍ୱ ଡ୍ରୋନକୁ ଧ୍ୱଂସ କଲା ମସ୍କୋ ସୂଚନାଯୋଗ୍ୟ ଯେ, ଗତକାଲି ନୋନେ ଜିଲ୍ଲାରେ ଗୁଳିବିନିମୟ ଘଟି ୩ ଜଣ କୁକି ସମ୍ପ୍ରଦାୟର ଲୋକ ପ୍ରାଣ ହରାଇଥିବା ବେଳେ, ଆଜି ଏହି ଦୁଇ ଯୁବକଙ୍କ ମୃତଦେହ ମିଳିବା ଘଟଣା ରାଜ୍ୟରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

୨୦୨୩ ମେ'' ମାସରୁ ମେଇତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୩୬୮ ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ୬୬,୦୦୦ ରୁ ଊର୍ଦ୍ଧ୍ୱ ଲୋକ ବାସଚ୍ୟୁତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)