Manipur : ଟ୍ରେନରେ ସୁଟ୍‌କେଶରେ ମୃତଦେହ ମିଳିବା ମାମଲା: ୨୪ ଦିନ ପରେ ଅଭିଯୁକ୍ତ ଦମ୍ପତି ମଣିପୁରରୁ ଗିରଫ

Aug 30, 2026 - 18:26
Manipur : ଟ୍ରେନରେ ସୁଟ୍‌କେଶରେ ମୃତଦେହ ମିଳିବା ମାମଲା: ୨୪ ଦିନ ପରେ ଅଭିଯୁକ୍ତ ଦମ୍ପତି ମଣିପୁରରୁ ଗିରଫ

"ଚେନ୍ନାଇ: ତାମିଲନାଡ଼ୁ ଏକ୍ସପ୍ରେସ୍‌ରେ ଆଗ୍ରାରୁ ଏକ ସୁଟକେଶ୍‌ରେ ମୃତଦେହ ମିଳିବା ଘଟଣାରେ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ମଣିପୁରରୁ ଗିରଫ କରାଯାଇଛି।

ଅଭିଯୁକ୍ତଦ୍ବୟ ୨୪ ଦିନ ହେଲା ଫେରାର୍‌ ଥିଲେ।

ଜଣେ ୩୮ ବର୍ଷୀୟା ମହିଳାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ମୃତଦେହର କିଛି ଅଂଶ ସୁଟକେଶ୍‌ର ଭର୍ତ୍ତି କରି ଟ୍ରେନ୍‌ ଯୋଗେ ଆଗ୍ରାରେ ଛାଡ଼ି ଆସିଥିଲେ।

ଆସାମର କାଚାର୍‌ ଜିଲ୍ଲାର ମାନିକ୍‌ ଉଦ୍ଦିନ ଲସ୍କର (୨୨) ଓ ତାଙ୍କ ପତ୍ନୀ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଭଗବତୀ ମାଝୀ (୨୧)ଙ୍କୁ ମଣିପୁର ଓ ତାମିଲନାଡ଼ୁ ପୁଲିସର ଏକ ଯୁଗ୍ମ ଟିମ୍‌ ଶନିବାର ଜିରିବାମ ଜିଲ୍ଲାରୁ ଗିରଫ କରିଥିଲା।Advertisment ଆହୁରି ପଢନ୍ତୁ :Nepal floods: ନେପାଳ ବନ୍ୟା: ପ୍ରଥମ ଦେଶ ଭାବେ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶରୁ ବି ବଢ଼ିଲା ସହାୟତାର ହାତ ଗିରଫ ଅଭିଯୁକ୍ତଙ୍କୁ ଗୁଡୁଭାଞ୍ଚେରୀ ପୁଲିସ ଷ୍ଟେସନର ଏସ୍ଏଚ୍‌ଓଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହି ମାମଲା ଅଗଷ୍ଟ ୫ ତାରିଖରେ ସାମ୍‌ନାକୁ ଆସିଥିଲା।

ତାମିଲନାଡୁ ଏକ୍ସପ୍ରେସର ଯାତ୍ରୀମାନେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ଏକ ଅଣସଂରକ୍ଷିତ ଡବାରେ ଥିବା ଏକ ପରିତ୍ୟକ୍ତ ଲାଲ ସୁଟକେସ୍‌ରୁ ଅସହ୍ୟ ଗନ୍ଧ ଆସୁଥିବା ଅଭିଯୋଗ କରିଥିଲେ।

ସରକାରୀ ରେଳବାଇ ପୁଲିସ ଅଧିକାରୀମାନେ ସୁଟକେସ୍ ଯାଞ୍ଚ କରି ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ ଶରୀର ପାଇଥିଲେ।

ଫରେନସିକ୍ ବିଶ୍ଳେଷଣ ପରେ ପୀଡିତାଙ୍କୁ ହୟାଥୁନ୍ ନିଶା (୩୮) ବୋଲି ଚିହ୍ନଟ କରାଯାଇଥିଲା।

ଆହୁରି ପଢନ୍ତୁ :Urvashi Rautela: ତ୍ରିରଙ୍ଗା ସହ ଏପରି କରିବାକୁ ସାହସ ହେଲା କେମିତି?

ନିଶା ଓଡ଼ିଶାର ମୂଳ ବାସିନ୍ଦା ଥିଲେ ଓ ଚେନ୍ନାଇ ନିକଟ ଗୁଡୁଭାଞ୍ଚେରୀରେ ରହୁଥିଲେ ଓ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ।

ତଦନ୍ତ ସମୟରେ ପୁଲିସ ଚେନ୍ନାଇ ସେଣ୍ଟ୍ରାଲ୍ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ବିଶ୍ଳେଷଣ କରି ଲସ୍କର ତାଙ୍କ ସ୍ତ୍ରୀ ମାଝୀଙ୍କ ସହିତ ଷ୍ଟେସନ ଦେଇ ଭାରି ଲାଲରଙ୍ଗର ସୁଟକେସ୍ ବୋହି ନେଉଥିବାର ଦେଖିିଥିଲେ।ପୁଲିସ ପରେ ଚେନ୍ନାଇର ଉପକଣ୍ଠ ଗୁଡୁଭାଞ୍ଚେରୀରେ ଏକ ଭଡା ଘର ଠାବ କରିଥିଲା।

ସେହି ସ୍ଥାନର ସନ୍ଧାନ କରିବା ପରେ ଏକ ବଡ଼ ରୋଷେଇ ପାତ୍ର ଭିତରେ ଖଣ୍ଡ ଖଣ୍ଡ ମୃତଦେହର ଅଂଶ ଗଚ୍ଛିତ ଥିବା ଜଣାପଡ଼ିଥିଲା।

ଆହୁରି ପଢନ୍ତୁ :Netanyahu: ନେତାନ୍ୟାହୁ ନିଜ ନାଗରିକଙ୍କ ଉପରେ ବର୍ଷିଲେ ନିଶା ନିଖୋଜ ଥିବା ନେଇ ପ୍ରଥମେ ଗୁଡୁଭାଞ୍ଚେରୀ ପୁଲିସ ଷ୍ଟେସନରେ ରିପୋର୍ଟ ଭାବରେ ମାମଲା ରୁଜୁ କରାଯାଇଥିଲା।

ମୃତ ଶରୀରର ଅଂଶ ମିଳିବା ପରେ ପୁଲିସ ଅଭିଯୋଗକୁ ହତ୍ୟାରେ ପରିବର୍ତ୍ତନ କରିଥିଲା।

ତଦନ୍ତକାରୀମାନେ ଲସ୍କର ଓ ମାଝୀଙ୍କୁ ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତି ଭାବରେ ଚିହ୍ନଟ କରିଥିଲେ।

ମୃତଦେହ ନଷ୍ଟ କରିବା ପରେ ଦମ୍ପତି ଫେରାର୍‌ ହୋଇଯାଇଥିବାବେଳେ ସେମାନଙ୍କୁ ଧରିବାକୁ ଦେଶର ବିଭିନ୍ନ ଅଞ୍ଚଳରେ ତଲାସ ଆରମ୍ଭ କରିଥିଲେ।

ଶନିବାର ପୁଲିସ ଅଭିଯୁକ୍ତଙ୍କୁ ମଣିପୁରର ଜିରିବାମ ଜିଲ୍ଲାର କାଶିମ୍‌ପୁରରେ ଠାବ କରିଥିଲେ।

ଅଭିଯୁକ୍ତଙ୍କୁ ମଣିପୁରର ଏକ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରିବା ପରେ ତାମିଲନାଡ଼ୁକୁ ଟ୍ରାଞ୍ଜିଟ୍‌ରିମାଣ୍ଡରେନିଆଯାଇଥିଲା।

ପଚରାଉଚରା ପରେ ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ କ"ଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡିବ ବୋଲି ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)