Malkangiri: ମାଲକାନଗିରି: ତଳିଆ ଅଞ୍ଚଳରେ ପାଣି ପଶିଲା, ଓଏଚ୍ପିସିରୁ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ
"ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି।
ନଦୀ, ନାଳ ଫୁଲିବାରେ ଲାଗିଛି।
ବାଲିମେଳା ଜଳଭଣ୍ଡାର ଜଳସ୍ତର ବଢ଼ିଥିଲା ବେଳେ ତଳିଆ ଅଞ୍ଚଳରେ ପାଣିମାଡ଼ି ଚାଷଜମି ଜଳମଗ୍ନ ହୋଇଯାଇଛି।
ବାଲିମେଳାରୁ ବିଦ୍ୟୁତ୍ ଉତ୍ପାଦନକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି।
ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ମାଲକାନଗିରି ଜିଲ୍ଲାରେ କାଁ ଭାଁ ବର୍ଷା ଥିଲା।
ତେବେ ଗତ କିଛି ଦିନ ହେଲା ଭଲ ବର୍ଷା ହେବା ଫଳରେ ବାଲିମେଳା ଜଳଭଣ୍ଡାର ଜଳସ୍ତର ପ୍ରାୟ ଦେଢ଼ଫୁଟ ବଢ଼ିଛି।
ତେବେ ଜଳଭଣ୍ଡାରରୁ ନିଷ୍କାସିତ ହେଉଥିବା ପାଣି ତଳିଆ ଅଞ୍ଚଳକୁ ମାଡ଼ିଯିବାରୁ ଶହ ଶହ ଏକର ଜମି ସଂପୂର୍ଣ୍ଣ ବୁଡ଼ି ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ସେହିପରି ବର୍ଷା ଲଗାତାର ହେଉଥିବାରୁ ଜମିରୁ ପାଣି ନିଷ୍କାସନ ହେବାକୁ ସମୟ ଲାଗୁଛି।Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!
ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦଓଏଚ୍ପିସିରୁ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ ଏମିତି ପରିସ୍ଥିତିରେ ପୋଟେରୁ ଜଳସେଚନ ପ୍ରକଳ୍ପରୁ ତୁରନ୍ତ ଜଳଯୋଗାଣ ବନ୍ଦ କରିବାକୁ ଚାଷୀ ଦାବି କରିଛନ୍ତି।
ଏହାପରେ ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କିନ୍ତୁ ଏହାର ସିଧାସଳଖ ପ୍ରଭାବ ଏବେ ବିଦ୍ୟୁତ୍ ଉତ୍ପାଦନ ଉପରେ ପଡ଼ିଛି।
ପୋଟେରୁ ଜଳସେଚନ ପ୍ରକଳ୍ପରୁ ଚିଠି ମିଳିବା ପରେ ଓଏଚ୍ପିସି କର୍ତ୍ତୃପକ୍ଷ କେନାଲରେ ପାଣି ଛାଡ଼ିବା ବନ୍ଦ କରିବା ସହ ଆଜିଠାରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନକୁ ସାମୟିକ ଭାବେ ବନ୍ଦ କରିଛନ୍ତି।
ଅଗଷ୍ଟ ୩ ତାରିଖ ସୁଦ୍ଧା ବର୍ଷା କମିଲେ ପରିସ୍ଥିତି ଅନୁଧ୍ୟାନ କରାଯିବ।
ଆବଶ୍ୟକ ପଡ଼ିଲେ ପୁଣି ପାଣି ଛଡ଼ାଯିବ ବୋଲି ଓଏଚ୍ପିସି କର୍ତ୍ତୃପକ୍ଷ କହିଛନ୍ତି।
ସେହିପରି ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହେବାପରେ ବର୍ତ୍ତମାନ ଜୟପୁର ଗ୍ରିଡ୍ରୁ ମାଲକାନଗିରି ଜିଲ୍ଲାକୁ ବିଦ୍ୟୁତ୍ ଆସୁଛି।
ଆଜି ମାଲକାନଗିରିରେ ୬୯.୪ ମିମି, ମାଥିଲି ବ୍ଲକରେ ୫୫ ମିମି, ଖଇରପୁଟ ବ୍ଲକରେ ୫୨ମିମି, ଚିତ୍ରକୋଣ୍ଡା ବ୍ଲକରେ ୨୮ମିମି, କୋରୁକୋଣ୍ଡା ବ୍ଲକରେ ୫୧ମିମି, କାଲିମେଳା ବ୍ଲକରେ ୧୫ମିମି ଏବଂ ପଡିଆ ବ୍ଲକରେ ୪୨ମିମି ବର୍ଷା ରେକର୍ଡ କରାଯାଇଛି।
Heavy Rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ବର୍ତ୍ତିଗଲେ ୭ଜଣ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।