MKCG Medical College: ଏମ୍‌କେସିଜି ମେଡିକାଲ୍‌ କଲେଜରେ ପିଜି ପ୍ରଶ୍ନପତ୍ର ଲିକ୍‌: ସ୍ବତନ୍ତ୍ର ଟିମ୍‌ର ତନାଘନା

Jul 31, 2026 - 03:20
MKCG Medical College: ଏମ୍‌କେସିଜି ମେଡିକାଲ୍‌ କଲେଜରେ ପିଜି ପ୍ରଶ୍ନପତ୍ର ଲିକ୍‌: ସ୍ବତନ୍ତ୍ର ଟିମ୍‌ର ତନାଘନା

"ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ‌ରେ ପିିଜି ପରୀକ୍ଷା ପରିଚାଳନାରେ ବଡ଼ ବିଭ୍ରାଟ ସାମନାକୁ ଆସିଛି।

ପରୀକ୍ଷା ହଲ୍‌ରୁ ପ୍ରଶ୍ନପତ୍ର ହ୍ବାଟ୍‌ସଆପ୍ ଯୋଗେ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି।

ଏଠାରୁ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନକୁ ପ୍ରଶ୍ନପତ୍ର ଯୋଗାଣ ‌ହୋଇଥିବା ଜଣାପଡ଼ିବା ପରେ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅତ୍ୟାଧୁନିକ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରି ପ୍ରଶ୍ନପତ୍ର ପଠାଯାଇଥିବା ଜଣାପଡ଼ିଛି।

ଚଳିତମାସ ୨୧ ତାରିଖରୁ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଜି ପରୀକ୍ଷା ଜାରି ରହିଛି।

୨୦ରୁ ଅଧିକ ବିଭାଗର ପିଜି ପରୀକ୍ଷା ଚାଲିଥିବା ବେଳେ ଏମ୍‌କେସିଜିରୁ ପ୍ରଶ୍ନପତ୍ର ଲିକ୍‌ ହୋଇ ରାଜ୍ୟର ଅନ୍ୟ ଘରୋଇ ଓ ସରକାରୀ ମେଡିକାଲ୍‌ କଲେଜକୁ ଯୋଗାଣ ହୋଇଥିବା ଜଣାପଡ଼ିଛି।

ପରୀକ୍ଷାର ଦ୍ବିତୀୟ ପେପରରେ ଏହି ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି।

Advertisment MKCG: ଏମ୍‌କେସିଜିରେ କିଡ୍‌ନି ପ୍ରତିରୋପଣ ପ୍ରସ୍ତାବରେ ସୀମିତ: ମାନବସମ୍ବଳ ଓ ଭିତ୍ତିଭୂମି ଅଭାବ ମୁଖ୍ୟ ବାଧକ ହଲ୍‌ ଭିତରୁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଭାଇରାଲ୍ସ୍ବତନ୍ତ୍ର ଟିମ୍‌ର ତନାଘନା ଏହି ବିଭ୍ରାଟ ସଂପର୍କରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଏମ୍‌କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।

ପରେ ସ୍ବତନ୍ତ୍ର ଟିମ୍‌ ଆସି ତନାଘନା କରିଛନ୍ତି।

ଏହି ରୢାକେଟ୍‌ରେ କିଛି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି।

ପରୀକ୍ଷା ଚାଲିଥିବା ସମୟରେ ବିଭିନ୍ନ ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ପ୍ରଶ୍ନପତ୍ର କିପରି ଗଲା?

ଏଭଳି ବିଭ୍ରାଟ ପ୍ରଥମ ଥର ପାଇଁ ହୋଇଛି ନା" ଆଗରୁ ହୋଇଥିଲା?

କେତେ ଟଙ୍କାରେ ଏହି ପ୍ରଶ୍ନପତ୍ର ବେପାର ଚାଲିଥିଲା ତାହା ତଦନ୍ତ ସାପେକ୍ଷ।

ଡିନ୍ ପ୍ରଫେସର ଡା.ହରିକ୍ରିଷ୍ଣା ଦଳେଇ କହିଛନ୍ତି, ଅଭିଯୋଗ ଆଧାରରେ ଅନିୟମିତତାର ତଦନ୍ତ ସହ ପରୀକ୍ଷା ସେଲ୍‌କୁ ଅଧିକ କଠୋର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଗକୁ ଥିବା ଦୁଇଟି ପରୀକ୍ଷାରେ ଯେମିତି କୌଣସି ପ୍ରକାର ବିଭ୍ରାଟ ନହେବ, ଏଥିପ୍ରତି ଆମେ ସଜାଗ ରହିଛୁ।

ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି, ଖୋଜି ବାହାର କରାଯିବ।

Surgery at MKCG: ଏମ‌୍‌କେସିଜିରେ ଅସ୍ତ୍ରୋପଚାର: ଆନ୍ଧ୍ରରୁ ଆସିଲା ରକ୍ତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।