Malkangiri: ମାଲକାନଗିରିକୁ ଉଡ଼ିବ ବିମାନ: ଜୁଲାଇ ୨୨ରେ ଟ୍ରାଏଲ ରନ୍
ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ବପ୍ନ ପୂରଣ ହେବାକୁ ଯାଉଛି। ମାଲକାନଗିରି ଏୟାରପୋର୍ଟରୁ ଉଡ଼ିବ ନିୟମିତ ବିମାନ। ଏଥିପାଇଁ ଜୁଲାଇ ୨୨ରେ ଟ୍ରାଏଲ ରନ୍ ହେବ ବୋଲି ସୂଚନା ମିଳିଛି। ଏଠାକୁ ନିୟମିତ ବିମାନ ଚଳାଚଳ ନିମନ୍ତେ ପ୍ରସ୍ତୁତି ଏବଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖ ଦିନ ଏୟାରପୋର୍ଟର ତଦାରଖ ପାଇଁ ଭୁବନେଶ୍ବରରୁ ସୁରକ୍ଷା ବିଭାଗ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ଏବଂ ଏରୋ ସେଫ୍ଗାର୍ଡର ସହକାରୀ ନିର୍ଦ୍ଦେଶକ ନୀରଜ କୁମାର ନାୟକ ମାଲକାନଗିରି ପହଞ୍ଚିବେ। ପ୍ରଥମେ ମାଲକାନଗିରି ଏୟାରପୋର୍ଟ ପରଦର୍ଶନ କରିବା ପରେ ଜିଲ୍ଲାପାଳ, ଏସ୍ପି, ଅଗ୍ନିଶମ ଅଧିକାରୀ, ସିଡିଏମ୍ଓ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ।
Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ
ଟ୍ରାଏଲ ରନ୍ର ସଫଳତା ନିମନ୍ତେ କାହାର କ’ଣ ଦାୟିତ୍ବ ରହିବ ସେ ବିଷୟରେ ଅବଗତ କରିବେ ବୋଲି ଜଣାପଡ଼ିଛି। ୨୧ତାରିଖ ସକାଳେ ପୁଣି ଏୟାରପୋର୍ଟ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯିବ। ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅଭ୍ୟାସ କରି ସୁରକ୍ଷାକର୍ମୀ, ଅଗ୍ନିଶମ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ସଂପର୍କରେ ସୂଚନା ଦିଆଯିବ। ସେହିପରି ମାଲକାନଗିରି ଏୟାରପୋର୍ଟ ଉପଦେଷ୍ଟା ଅଶୋକ କୁମାର ରାଉତ ଆସନ୍ତା ୨୧ତାରିଖରେ ମାଲକାନଗିରି ପହଞ୍ଚି ଏୟାରପୋର୍ଟ ତଦାରଖ କରିବା ସହ ଟ୍ରାଏଲ୍ ରନ୍ ନିମନ୍ତେ ସମସ୍ତ ପ୍ରସ୍ତୁତି ଯାଞ୍ଚ କରିବେ।ଏହାବ୍ୟତୀତ ମାଲକାନଗିରି ଏୟାରପୋର୍ଟ ଉପଦେଷ୍ଟା ବିମାନ ଉଡ଼ାଣ ସହ ସଂପୃକ୍ତ ସମସ୍ତ ଅଂଶୀଦାରଙ୍କ ସହ ପ୍ରତିଦିନ କିପରି ବିମାନ ଉଡ଼ିବ ସେ ନେଇ ସ୍ଥିତି ଅନୁଧ୍ୟାନ କରିବେ। ୨୨ତାରିଖରେ ଟ୍ରାଏଲ୍ ରନ୍ ସଫଳ ହେଲେ ୨୩ ତାରିଖରେ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ଭୁବନେଶ୍ବର ଚାଲିଯିବେ। କିନ୍ତୁ ନୀରଜ କୁମାର ନାୟକ ୩୦ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ରହି ଅନୁଧ୍ୟାନ କରିବେ।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।