Malati wins 2 golds: ରାଜ୍ୟଗୋଷ୍ଠୀ ପାରା ଅସିଚାଳନା: ମାଳତୀଙ୍କୁ ୨ ସ୍ବର୍ଣ୍ଣ
"ଭୁବନେଶ୍ବର: ଓଡ଼ିଆ ଝିଅ ମାଳତୀ ପନାଉରେ ଚଳିତ ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଯୁଗଳ ସ୍ବର୍ଣ୍ଣ ପଦକଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି।
ନାଇଜେରିଆର ଲାଗୋସ୍ରେ ଆୟୋଜିତ ଏହି ପ୍ରତିଯୋଗିତାର ମହିଳା ବର୍ଗ ଏର ବ୍ୟକ୍ତିଗତ ଇପି ଓ ଫଏଲ୍ରେ ସେ ଏହି ଦୁଇ ପଦକ ଜିତିଥିଲେ।
ଇପିରେ ମାଳତୀ ପୁଲ୍ ପର୍ଯ୍ୟାୟରେ ୪ଟି ମ୍ୟାଚ୍ ଖେଳି ସର୍ବାଧିକ ବିଜୟ ସହ ସେମିଫାଇନାଲ୍ଷର ପହଞ୍ଚିଥିଲେ।
ସେମିଫାଇନାଲ୍ରେ ସେ ୧୫-୩ରେ ନାଇଜେରିଆର କୁମୁୟି ଇତୁନୁଙ୍କୁ ପରାସ୍ତ କରିଥିଲେ।
Advertisment ୧୫ ଅଗଷ୍ଟରେ ବୁନ୍ଦି ବା ବୁନ୍ଦି ଲଡୁ କାହିଁକି ବଣ୍ଟାଯାଏ?
ଜାଣନ୍ତୁ ଏହାର କାରଣ ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ରେ ମାଳତୀ ୧୫-୧୨ରେ ରେଖାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଫଏଲ୍ ଫାଇନାଲ୍ରେ ବି ତାଙ୍କର ଭେଟ ରେଖାଙ୍କ ସହ ହୋଇଥିଲା।
ଏଥିରେ ସେ ୧୫-୧୨ରେ ରେଖାଙ୍କୁ ହରାଇ ସ୍ବର୍ଣ୍ଣ ପାଇଥିଲେ।
ଏହା ପୂର୍ବରୁ ସେ ପୁଲ୍ରେ ସର୍ବାଧିକ ମ୍ୟାଚ୍ ଜିତି ସିଧାସଳଖ ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ।
ସେମିଫାଇନାଲ୍ରେ ସେ ୧୫୫-୨ରେ ନାଇଜେରିଆର ଇଓରଗୁମା ଜୟଙ୍କୁ ମାତ୍ ଦେଇ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ।
ମାଲତୀଙ୍କ ଏହି ସଫଳତା ଲାଗି ତାଙ୍କୁ ପାରା ଅଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ), ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ବ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
