Maharastra: ମହାରାଷ୍ଟ୍ରରେ ମେଡିକାଲ ଷ୍ଟାଫ୍ଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ
"ମୁମ୍ବାଇ: କଲ୍ୟାଣ ଡୋମ୍ବିଭ୍ଲି ହସ୍ପିଟାଲରେ ଶିବସେନା କର୍ପୋରଟେରଙ୍କ ନେତୃତ୍ବରେ ଡାକ୍ତରଙ୍କୁ ମାଡ଼ ମରାଯିବା ମାମଲାରେ ମହାରାଷ୍ଟ୍ର ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ଶିବସେନା କର୍ପୋରେଟର ରମେଶ ମହାତ୍ରେ ଜଣେ ମହିଳା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ମେଡିକାଲ ଷ୍ଟାଫଙ୍କୁ ଆକ୍ରମଣ ଘଟଣା ଜୁଲାଇ ୬ ତାରିଖର ହୋଇଥିବାବେଳେ ତିନିଦିନ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କର୍ପୋରେଟରଙ୍କ ନାଁରେ ଏତଲା ରୁଜୁ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
କଲ୍ୟାଣ-ଡୋମ୍ବିଭ୍ଲି ମ୍ୟୁନିସିପାଲ କର୍ପୋରେସନ କମିସନର୍ ଅଭିନୟ ଗୋୟଲ ମଧ୍ୟ କର୍ପୋରେଟରଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା କହିଛନ୍ତି।Advertisment ଆହୁରି ପଢନ୍ତୁ: America:ଆମେରିକା ବିମାନ ଆକ୍ରମଣର କଡ଼ା ଜବାବ ଦେଲା ଇରାନ ଏହି ଘଟଣାକୁ ନେଇ ବଢ଼ୁଥିବା ଉତ୍ତେଜନାର ଜବାବ ଦେଇ ରାଜ୍ୟ ସରକାର କର୍ପୋରେଟରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଓ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପକ୍ଷରେ ବୁଧବାର ମହାତ୍ରେ ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମହିଳା ଡାକ୍ତରଙ୍କୁ ସେ ମାଡ଼ ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ମହାତ୍ରେ କହିଛନ୍ତି, ସମ୍ପୃକ୍ତ ଡାକ୍ତର ତାଙ୍କ ଝିଅ ପରି ହେବ।
ସେ ତାଙ୍କୁ ମାଡ଼ ମାରିନାହାନ୍ତି।
କ୍ୟାମେରାରେ ସେମିତି ଦେଖାଯାଉଥିବ।
ସେ ଲୋକଙ୍କ ସମସ୍ୟା ନଶୁଣି ଫୋନରେ କଥା ହେଉଥିବାରୁ ମୁଁ ତାଙ୍କ ହାତକୁ କେବଳ ବାଡ଼େଇ ଦେଇଥିବା କହିଛନ୍ତି।
ଆହୁରି ପଢନ୍ତୁ: Beef Smuggler Arrested: ଗୋମାଂସ ବୋଝେଇ ସ୍କୁଟି ଜବତ, ଚାଲାଣକାରୀ ଗିରଫ ଏପରି ଭୁଲ ଭବିଷ୍ୟତରେ କେବେ ହେବନାହିଁ ବୋଲି ମହାତ୍ରେ କହିଛନ୍ତି।
କଲ୍ୟାଣର ମ୍ୟୁନିସିପାଲିଟି ପରିଚାଳିତ ଶାସ୍ତ୍ରୀ ନଗର ହସ୍ପିଟାଲରେ ଦୁଇଜଣ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମହାତ୍ରେ ଓ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ଏହି ଘଟଣା ପରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।