Maharastra: ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ: ୧୭ରୁ ୧୬ଟି ଆସନରେ ମହାୟୁତି ମେଣ୍ଟ ବିଜୟୀ
"ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନର ଫଳାଫଳ ସୋମବାର ଘୋଷଣା ହୋଇଥିବାବେଳେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ୧୭ଟି ବିଧାନସଭା ପରିଷଦ ଆସନ ମଧ୍ୟରୁ ୧୬ଟିରେ ବିଜୟ ହାସଲ କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଛି।
ବିରୋଧୀ ମହା ବିକାଶ ଅଘାଡ଼ି (ଏମ୍ଭିଏ) ମେଣ୍ଟ ଖାତା ଖୋଲିପାରି ନାହିଁ।
ଜୁନ୍ ୧୮ ତାରିଖରେ ୧୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବିଜେପି ସର୍ବାଧିକ ୧୧ଟି ଜିତିଛି।
ଶିବସେନା (ସିନ୍ଦେ ଗୋଷ୍ଠୀ) ତିନୋଟି ଓ ଏନ୍ସିପି (ଅଜିତ ପାୱାର ଗୋଷ୍ଠୀ) ଦୁଇଟି ଜିତିଛି।
ଗୋଟିଏ ନାସିକ ଆସନରେ ମହାୟୁତି ମେଣ୍ଟ ପରାଜିତ ହୋଇଛି।
ଏହି ଆସନରେ ସ୍ବାଧୀନ ପ୍ରାର୍ଥୀ ତଥା ବିଜେପିର ବିଦ୍ରୋହୀ ଗୋକୁଳ ଗିତେ ଶିବସେନା (ସିନ୍ଦେ ଗୋଷ୍ଠୀ)ର ପ୍ରାର୍ଥୀ ନରେନ୍ଦ୍ର ଦରାଡେଙ୍କୁ ପରାଜିତ କରିଛନ୍ତି।Advertisment ଆହୁରି ପଢନ୍ତୁ: Wedding: କପୁର ପରିବାରରେ ବାଜିବାକୁ ଯାଉଛି ଶାହନାଇ ମହାୟୁତି ମେଣ୍ଟ ଜିତିଥିବା ୧୬ ଆସନ ମଧ୍ୟରୁ ୬ଟି ଆସନରେ ମେଣ୍ଟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିଲେ।
ଶିବସେନାର ରବୀନ୍ଦ୍ର ଫାଟକ (ଥାଣେ) ଓ ଦୁଷ୍ୟନ୍ତ ଚତୁର୍ବେଦୀ (ୟବତମାଲ), ଏନ୍ସିପିରୁ ଅନିକେତ୍ ତଟକରେ (ରାୟଗଡ଼-ରତ୍ନାଗିରି-ସିନ୍ଧୁଦୁର୍ଗ) ଓ ବିକ୍ରମ କାକଡେ (ପୁଣେ), ବିଜେପିର ଅରୁଣ ଲଖାନୀ (ୱର୍ଦ୍ଧା-ଚନ୍ଦ୍ରପୁର-ଗଡ଼ଚିରୋଲି) ଓ ପ୍ରାଜକ୍ତ ତନପୁରେ (ଅହିଲ୍ୟାନଗର)ରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
ଆହୁରି ପଢନ୍ତୁ: Sugar Silent Killer: ଚିନିର ଅଧିକ ସେବନ ହୋଇପାରେ ନୀରବ ଘାତକ ବିଜେପିରୁ ଜିତିଥିବା ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସୁହାସ ଶିରସାଟ (ଛତ୍ରପତି ସମ୍ଭାଜୀନଗର-ଜଲନା), ଅବିନାଶ ବ୍ରାହ୍ମଣକର (ଭଣ୍ଡାରା-ଗୋନ୍ଦିଆଁ), ଦର୍ଶିଲ କଦମ (ସାଙ୍ଗଲି-ସତାରା), ରାଜେନ୍ଦ୍ର ରାଉତ (ସୋଲାପୁର), ବସଭରାଜ ପାଟିଲ (ଧାରାଶିବ-ଲାଟୁର-ବିଦ୍) , ରାଜୀବ ପୋତଦାର (ନାଗପୁର), ନନ୍ଦକିଶୋର ମହାଜନ (ଜାଲଗାଓଁ), ପ୍ରବୀଣ ପୋଟେ (ଅମରାବତୀ) ଓ ଅମର ରାଜୁରକର (ନାନ୍ଦେଡ)।
ପରଭଣୀ-ହିଙ୍ଗୋଲି ଆସନରୁ ଶିବସେନାର ସୟଦ ଖାନ ଜିତିଥିଲେ।
ମହାରାଷ୍ଟ୍ରରେ ଏହି ନିର୍ବାଚନୀ ଫଳାଫଳ ବିରୋଧୀ କଂଗ୍ରେସ-ଏନସିପି (ଶରଦ ପାୱାର) - ଶିବସେନା (ୟୁବିଟି) ମହାବିକାଶ ଅଘାଡ଼ି ଗୋଷ୍ଠୀ ପାଇଁ ବଡ଼ ଝଟ୍କା ହୋଇଛି।"