Maharastra: ଡାକ୍ତରଙ୍କୁ ଆକ୍ରମଣ କରିଥିବା ଶିବସେନା କର୍ପୋରେଟରଙ୍କ ଜାମିନ୍ ବାତିଲ୍
"ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଡୋମ୍ବିଭ୍ଲି ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବମ୍ବେ ହାଇକୋର୍ଟ ଶିବସେନା କର୍ପୋରେଟର ରମେଶ ମହାତ୍ରେଙ୍କ ଜାମିନ୍ ବାତିଲ କରିଦେଇଛନ୍ତି।
କୋର୍ଟ ମାହତ୍ରେଙ୍କୁ ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ଏକ ସ୍ୱତନ୍ତ୍ର ବୈଠକରେ ବମ୍ବେ ହାଇକୋର୍ଟ ମହାତ୍ରେ ଓ ତାଙ୍କ ସହଯୋଗୀମାନଙ୍କୁ ଦିଆଯାଇଥିବା ଜାମିନ ଉପରେ ସ୍ୱତଃ ବିଚାର କରିଥିଲେ।Advertisment ଆହୁରି ପଢନ୍ତୁ:The Salary of Ambani's Drivers: ଅମ୍ବାନୀଙ୍କ ଡ୍ରାଇଭରଙ୍କ ଦରମା ଶୁଣିଲେ ଘୁରିଯିବ ମୁଣ୍ଡ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବିନ୍ଦ୍ର ଘୁଗେ ଓ ବିଚାରପତି ଗୌତମ ଆଙ୍ଖଡଙ୍କ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ମହାତ୍ରେଙ୍କୁ ଜାମିନ ପ୍ରଦାନ କରିଥିବା କଲ୍ୟାଣର ମାଜିଷ୍ଟ୍ରେଟ୍ କୋର୍ଟ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର କର୍ପୋରେଟରଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ସମେତ ୧୮ଟି ଅପରାଧିକ ମାମଲାରେ ନାମ ଥିବା ତଥ୍ୟକୁ ଠିକ୍ ଭାବରେ ବିଚାର କରି ନାହାନ୍ତି।
ମହାତ୍ରେ ୧୭ଟି ମାମଲାରେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ଏତେ ଗୁଡ଼ିଏ ମାମଲାରେ ସେ ଅଭିଯୁକ୍ତ ଥିବାବେଳେ ସେଥିରେ କେତେକ ଅତି ଗମ୍ଭୀର ଓ ଘୃଣ୍ୟ ବର୍ଗର ଅପରାଧ ରହିଛି।
ଆହୁରି ପଢନ୍ତୁ:LPG: ଏଲ୍ପିଜି ସବ୍ସିଡି ୧ ଲକ୍ଷ କୋଟି ଟପିପାରେ ମହାତ୍ରେଙ୍କ ଜାମିନ୍ ଖାରଜ କରିବା ପରେ ଖଣ୍ଡପୀଠ ଡାକ୍ତରଙ୍କୁ ସେମାନଙ୍କ ଧର୍ମଘଟ ନିଷ୍ପତ୍ତିର ପୁନଃବିଚାର କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଭାରତୀୟ ମେଡିକାଲ ଆସୋସିଏସନ୍ ମହାରାଷ୍ଟ୍ରରେ ଜୁଲାଇ ୨୨ ତାରିଖରେ ୨୪ ଘଣ୍ଟିଆ ଧର୍ମଘଟ କରିବାକୁ ଘୋଷଣା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।