Accident: ଆଶ୍ରମ ସ୍କୁଲ ଛାତ୍ରୀଙ୍କ ଅଟୋ ଦୁର୍ଘଟଣାଗ୍ରସ୍ତ; ମେଟ୍ରନଙ୍କ ସମେତ ୧୬ ଜଣ ଆହତ

Jul 18, 2026 - 21:45
Accident: ଆଶ୍ରମ ସ୍କୁଲ ଛାତ୍ରୀଙ୍କ ଅଟୋ ଦୁର୍ଘଟଣାଗ୍ରସ୍ତ; ମେଟ୍ରନଙ୍କ ସମେତ ୧୬ ଜଣ ଆହତ

"ରାଇରଙ୍ଗପୁର/ବିଜାତଳା(ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଜୁଡ଼ିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶ୍ରମ ସ୍କୁଲଙ୍କ ଛାତ୍ରୀଙ୍କ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହି ଦୁର୍ଘଟଣାରେ ମେଟ୍ରନଙ୍କ ସମେତ ୧୬ ଜଣ ଛାତ୍ରୀ ଆହତ ହୋଇଛନ୍ତି।

Advertisment ସୂଚନା ଅନୁଯାୟୀ ବିଜାତଳା ବ୍ଲକ ଜୁଡିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶ୍ରମ ସ୍କୁଲର ପ୍ରାୟ ୧୫ ଜଣ ଛାତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ଆଜି ସନ୍ଧ୍ୟାବେଳେ ତାଙ୍କୁ ଏକ ଅଟୋ ସାହାଯ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଚିକିତ୍ସା ପରେ ସେଠାରୁ ଫେରୁଥିବା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତିବାରି ଜଙ୍ଗଲ ନିକଟସ୍ଥ ହାଣ୍ଡିଆଭାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ସ୍ଥାନୀୟ ଲୋକେ ଆହତ ହୋଇଥିବା ଆଶ୍ରମ ସ୍କୁଲର ମେଟ୍ରନ ସଞ୍ଜୁବାଳା ଗିରି ଓ ୧୫ ଜଣ ଛାତ୍ରୀଙ୍କୁ ଉଦ୍ଧାର କରି ଏକ ବଲେରୋ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି।

ଡାକ୍ତରଖାନାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଠେଙ୍ଗୁ ପଟ୍ଟନାୟକ, ଭଜହରି ମହାନ୍ତ, ସ୍କୁଲର ଏସଏମସି ଅଧ୍ୟକ୍ଷ ପ୍ରଶାନ୍ତ ରାୟ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପହଞ୍ଚି ଚିକିସ୍ୟା କରାଉଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଆଶ୍ରମ ସ୍କୁଲ କର୍ତୁପକ୍ଷ ବେଆଇନ୍ ଭାବେ ଗୋଟିଏ ଅଟୋରେ ୧୬ ଜଣଙ୍କୁ ନିଆଯାଉଥିଲା?

ଗୋଟିଏ ଅଟୋରେ ଅତି ବେଶୀରେ ୬ ଜଣ ବସିବାକୁ ନିୟମ ଥିବା ବେଳେ ଆଶ୍ରମ ସ୍କୁଲ କର୍ତୁପକ୍ଷ ଓ ଅଟୋ ଚାଳକ କେମିତି ୧୬ ଜଣକୁ ବିପଦ ସଙ୍କୁଳ ଅବସ୍ଥାରେ ଛେଳି କୁକୁଡ଼ା ପରି ବସାଇଥିଲେ?

ତେବେ କିଛି ଅଭିଭାବକଙ୍କ କହିବା ଅନୁଯାୟୀ ଏଭଳି ଅଧିକାଂଶ ସମୟରେ ଅଟୋରେ ବସାଇ ଅଧିକ ଟଙ୍କାର ବିଲ୍ କରି ଟଙ୍କା ହଡ଼ପ କରାଯାଉଛି।

ତେବେ ବେଆଇନ୍ ଭାବେ ଓଭର ଲୋଡ଼ିଂ କରିଥିବା ଅଟୋ ଚାଳକ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।