Gavaskar: ଗାଭାସ୍କର୍‌ ଓ ସୋବର୍ସଙ୍କ ଅନ୍ଧବିଶ୍ବାସ

Jul 18, 2026 - 23:04
Gavaskar: ଗାଭାସ୍କର୍‌ ଓ ସୋବର୍ସଙ୍କ ଅନ୍ଧବିଶ୍ବାସ

"ନୂଆଦିଲ୍ଲୀ: ସର୍ବକାଳୀନ ମହାନତମ ଅଲ୍‌ରାଉଣ୍ଡରଙ୍କ ମଧ୍ୟରେ ଗଣାହେଉଥିବା ଓ୍ବେଷ୍ଟଇଣ୍ଡିଜ୍‌ର ସାର୍‌ ଗ୍ୟାରି ସୋବର୍ସଙ୍କ ପରଲୋକ ପରେ କ୍ରିକେଟ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

ସୁନୀଲ ଗାଭାସ୍କର, କପିଳ ଦେବ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ୍‌ ଲକ୍ଷ୍ମଣ, ବିରାଟ କୋହଲି ଆଦି ଭାରତୀୟ ଖେଳା​ଳି ତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି।

ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୁନୀଲ ଗାଭାସ୍କର ଲେଖିଛନ୍ତି, “ଆଉ କେହି ତାଙ୍କ ପରି ହୋଇପାରିବେ ନାହିଁ।

ଜଣେ କ୍ରିକେଟ୍‌ର ଯାହା ହେବାକୁ ଚିନ୍ତା କରେ, ସେ ତାହା ଥିଲେ""।

ସେହିପରି କପିଳ ଦେବ ଲେଖିଛନ୍ତି ଯେ ଏପର୍ଯ୍ୟନ୍ତ ପୃଥିବୀର ଜନ୍ମଗ୍ରହଣ କରିଥିବା ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ।

ତେବେ ଏକ ନିଆରା ଢଙ୍ଗରେ ସ୍ବର୍ଗତଃ ସୋବର୍ସଙ୍କ ସ୍ମୃତିଚାରଣ କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଦିଲୀପ ଦୋଶୀ।Advertisment ସେ ସୋବର୍ସଙ୍କ ଅବିଶ୍ବସନୀୟ କ୍ରିକେଟ୍‌ ଦକ୍ଷତା କଥା ବଖାଣିବା ସହ ତାଙ୍କ ବ୍ୟକ୍ତିତ୍ବର ଏକ ଅଜଣା ଦିଗର ଉନ୍ମୋଚନ କରିଛନ୍ତି।

ପଡ଼ିଆରେ ସେ ଜଣେ ଅସାଧାରଣ ଖେଳାଳି ହୋଇଥିଲେ ବି ବ୍ୟକ୍ତିଗତ ଜୀବନରେ କେତେ ସରଳ ବିଶ୍ବାସୀ ଥିଲେ ତାହା ଦିଲୀପ ଦର୍ଶାଇଛନ୍ତି।

ଗ୍ୟାରିଙ୍କର ଏକ ଅଜବ ବିଶ୍ବାସ ଥିଲା।

ସେ ଭାବୁଥିଲେ ଯେ ବ୍ୟାଟିଂ କରିବା ପୂର୍ବରୁ ଯଦି ସୁନୀଲ ଗାଭାସ୍କରଙ୍କ କାନ୍ଧକୁ ଟିକିଏ ସ୍ପର୍ଶ କରିଦେବେ, ତେବେ ନିଶ୍ଚିତ ଶତକ ଅର୍ଜନ କରିବେ।

୧୯୭୧ରେ ଭାରତର ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସମୟରେ ଏକ ଅଜବ ଘଟଣା ଘଟିଥିଲା।

ଏହି ଟେଷ୍ଟ ଶୃଙ୍ଖଳାରେ ଓ୍ବେଷ୍ଟଇଣ୍ଡିଜ୍‌ ୦-୧ରେ ପଛୁଆ ଥିବାବେଳେ ଶେଷ ମ୍ୟାଚ୍‌ ଜିତିବା ଜରୁରି ଥିଲା।

ଶେଷ ଇନିଂସରେ ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୬୨ ରନ୍‌ର ବିଜୟ ଲକ୍ଷ୍ୟ ଥିଲା।

ଗ୍ୟାରିଙ୍କ ପରି ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ଲକ୍ଷ୍ୟ ନଥିଲା।

ଆହୁରି ପଢନ୍ତୁ: CommonwealthGame: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ତ୍ରିରଙ୍ଗା ଧରିବେ ମୀରାବାଈ, କିଙ୍ଗ୍‌ସ ବାଟନ୍‌ ନେବେ ଲଭଲିନା କିନ୍ତୁ ପଡ଼ିଆକୁ ଆସିବା ପୂର୍ବରୁ ନିଜର ଅନ୍ଧବିଶ୍ବାସ ମୁତାବକ ସେ ଗାଭାସ୍କରଙ୍କୁ ଖୋଜି ଭାରତୀୟ ଡ୍ରେସିଂ ରୁମ୍‌ ଆଡକୁ ଦୌଡ଼ିଲେ।

ସନ୍ନିଙ୍କ କାନ୍ଧକୁ ଟିକିଏ ସ୍ପର୍ଶ କରି ସେ ବ୍ୟାଟିଂ କରିବାକୁ ଯାଇଥାନ୍ତେ।

କିନ୍ତୁ ତାଙ୍କର ଏହି ଅନ୍ଧବିଶ୍ବାସ କଥା ଭାରତୀୟ ଅଧିନାୟକ ଅଜିତ ଓ୍ବାଡ଼େକର ଜାଣିଥିଲେ।

ଏହି କାରଣରୁ ସେ ଗାଭାସ୍କରଙ୍କୁ ବାଥରୁମ୍‌ ଭିତରେ ବନ୍ଦ କରିଦେଇଥିଲେ।

ଗାଭାସ୍କରଙ୍କୁ ନପାଇ ଗ୍ୟାରି ନିରାଶ ହୋଇ ବ୍ୟାଟିଂ କରିବାକୁ ଯାଇଥିଲେ।

ଆଶ୍ଚର୍ଯ୍ୟ କଥା ହେଉଛି ସେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ।

ଭାରତୀୟ ବୋଲର୍‌ ଅବିଦ ଅଲ୍ଲୀ ତାଙ୍କୁ ବୋଲ୍‌ଡ କରିଦେଇଥିଲେ।

ଭାରତ ସର୍ବପ୍ରଥମ ଥର ୱେଷ୍ଟଇଣ୍ଡିଜ୍‌ ମାଟିରେ ଏହି ଟେଷ୍ଟ୍‌ବିଜୟ ସହ ୫ ମ୍ୟାଚ୍‌ ଶୃଙ୍ଖଳାକୁ ୧-୦ରେ ଜିତି ନୂଆ ଫର୍ଦ୍ଦ ଯୋଡ଼ିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।