Maharashtra: ମହାରାଷ୍ଟ୍ରରେ ଦିନଦ୍ୱିପ୍ରହରରେ ହତ୍ୟା, ସିସିଟିଭିରେ କଏଦ ହେଲା ଘଟଣା

Oct 23, 2026 - 19:19
Maharashtra: ମହାରାଷ୍ଟ୍ରରେ ଦିନଦ୍ୱିପ୍ରହରରେ ହତ୍ୟା, ସିସିଟିଭିରେ କଏଦ ହେଲା ଘଟଣା

ମୁମ୍ବାଇ: ମହାରାଷ୍ଟ୍ର ର ଛତ୍ରପତି ସମ୍ଭାଜୀନଗରରେ ଗୁରୁବାର ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି।

ମୃତକ ହେଉଛନ୍ତି ଦେବେଶ ଓରଫ ବଣ୍ଟି ଦୀକ୍ଷିତ।

ସେ ଜିମ୍‌ରୁ ଫେରୁଥିବାବେଳେ ଜଣେ ବ୍ୟକ୍ତି କାର୍‌ରେ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ।

ଏହାପରେ ରାସ୍ତାରେ ପଡ଼ିଯାଇଥିବା ଦେବେଶଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।

ଘଟଣାର ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

Advertisment ପୁରୁଣା ବ୍ୟବସାୟିକ ବିବାଦରୁ ହତ୍ୟା ସନ୍ଦେହ ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ମୃତକଙ୍କ ସହ ଅଭିଯୁକ୍ତ ପବନ ପରାଶରଙ୍କର ପୂର୍ବରୁ ବନ୍ଧୁତା ଥିଲା।

ପରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଓ ପୁରୁଣା ବିବାଦ ଯୋଗୁଁ ଉଭୟଙ୍କ ସମ୍ପର୍କ ତିକ୍ତ ହୋଇଥିବା ସନ୍ଦେହ କରାଯାଉଛି।

ଘଟଣା ପରେ ପବନ ନିଜେ ସିଡ୍‌କୋ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ପୁଲିସ କହିଛି।

ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ବେଳେ ହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଦେବେଶ ଏକ ମେସ୍‌ ଚଳାଇବା ସହ ପ୍ଲଟ୍‌ କିଣାବିକା ବ୍ୟବସାୟରେ ମଧ୍ୟ ଜଡ଼ିତ ଥିଲେ।

ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଫେରି ଆସିଲେ ସ୍ୱାମୀ!

୭୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିବାକୁ ମନା କଲେ ୩୦ ବର୍ଷୀୟା ବ୍ଲଗର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)