Mahaprasad Sold Outside Puri Srimandir ଶ୍ରୀମନ୍ଦିର ନିକଟରେ ଖୋଲାରେ ପୁଣି ବିକ୍ରି ହେଲା ମହାପ୍ରସାଦ!
ପୁରୀ (ଶିବ ପ୍ରସାଦ ଦାସ): ମହାପ୍ରସାଦର ଶାସ୍ତ୍ରୀୟ ଓ ଧାର୍ମିକ ମର୍ଯ୍ୟାଦା ରକ୍ଷା କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି।
ଏହାର ବଜାରୀକରଣ ଯେଭଳି ନହେବ ସେନେଇ ଟ୍ରେଡ୍ମାର୍କ (ପ୍ରତୀକ ଚିହ୍ନ) ଓ ୱାର୍ଡମାର୍କ (ଅକ୍ଷର ଚିହ୍ନ)ର ପଞ୍ଜୀକରଣ କରିଛନ୍ତି।
କିନ୍ତୁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ମହାପ୍ରସାଦ ନାମରେ ଖୋଲାଖୋଲି ରନ୍ଧାଖାଦ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
ଏହି କ୍ରମରେ ଆଜି ଶ୍ରୀମନ୍ଦିର ଉତ୍ତରଦୁଆର ସମ୍ମୁଖରେ ଅବଢ଼ାକୁ ପିଣ୍ଡଭୋଗ ବୋଲି କହି ଲୋକଙ୍କୁ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି।
ଏହି ଘଟଣା ପ୍ରଘଟ ହେବା ପରେ ସୁଆରମହାସୁଆ ନିୟୋଗ ଉଦ୍ବେଗ ପ୍ରକାଶ କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
Advertisment Mahaprasad: ଆମିଷ ହୋଟେଲ୍ରେ ମହାପ୍ରସାଦ ବିକ୍ରି!
ପୁଲିସର ତଦନ୍ତ ଆରମ୍ଭ ଆଜି ମଧ୍ୟାହ୍ଣ୍ରେ ଏକ ବାଉଁଶ ଡାଲାରେ ଖଲ୍ଲିପତ୍ରରେ ଅନ୍ନ, ଡାଲି, ଡାଲମା, ବେସର, ମହୁର ଓ କାନିକାକୁ କିଛି ଲୋକ ଉତ୍ତରଦୁଆର ସମ୍ମୁଖରେ ଭକ୍ତଙ୍କୁ ବିକ୍ରି କରୁଥିଲେ।
ଅବଢା ବୋଝେଇ ବେତାରେ ଖଲିପତ୍ରରେ ମହାପ୍ରସାଦ ରଖିଥିଲେ।
କେତେକ ଏହାକୁ କିଣି ଖାଉଥିବା ବେଳେ ଅନ୍ୟମାନେ ଏନେଇ ଆପତ୍ତି କରିଥିଲେ।
ଅନ୍ଲାଇନ୍ରେ ପୁଣି ଅବଢ଼ା ବିକ୍ରି ବିଜ୍ଞାପନ; ହୋଟେଲ୍ ଖାଦ୍ୟ ଭଳି ମହାପ୍ରସାଦ ବିକ୍ରି କରନି: ମନ୍ତ୍ରୀ ଘଟଣାସମ୍ପର୍କରେ ସୁଆରମହାସୁଆର ନିୟୋଗ ସଭାପତି ପଦ୍ମନାଭ ମହାସୁଆର ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଏଭଳି ଅବଢ଼ା ବିକ୍ରି ହେବା ନିନ୍ଦନୀୟ ଓ ଅପମାନଜନକ।
ଏହା ଶ୍ରୀମନ୍ଦିରର ଐତିହ ଓ ପରମ୍ପରାକୁ କ୍ଷୁଣ୍ଣ କରୁଛି।
କେବଳ ଶ୍ରୀମନ୍ଦିର ଆନନ୍ଦବଜାରକୁ ଛାଡିଲେ ଅନ୍ୟ କେଉଁ ଜାଗାରେ ମଧ୍ୟ ଶ୍ରୀମହାପ୍ରସାଦ ବିକ୍ରି କରାଯାଇପାରିବ ନାହିଁ।
ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପଶ୍ଚିମଦ୍ବାର ଓ ଉତ୍ତରଦୁଆର ନିକଟରେ ଦୁଇଟି କାଉଣ୍ଟର ନିର୍ମାଣ କରି ଅବଢ଼ା ବିକ୍ରି କରିବାକୁ ପରାମର୍ଶ ଦେଇଛନ୍ତି।
ମହାପ୍ରସାଦର ମାହାତ୍ମ୍ୟ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, ଉତ୍ତରଦୁଆର ସମ୍ମୁଖରେ ଖୁଲମଖୁଲା ଅବଢା ବିକ୍ରି ଘଟଣା ନଜରକୁ ଆସିଛି।
ଏହାର ତଦନ୍ତ ନିମନ୍ତେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଯଦି ସେଥିରେ କିଛି ଅପମିଶ୍ରଣ ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
